groom takes brides blessings
ହିନ୍ଦୁ ଧର୍ମରେ ପତିଙ୍କୁ ପରମେଶ୍ୱର କୁହାଯାଏ। ଏପରିକି ପର୍ବପର୍ବାଣୀରେ ପତ୍ନୀମାନେ ପତିଙ୍କୁ ମୁଣ୍ଡିଆ ମାରିବାର ପ୍ରଥା ରହିଛି। ହିନ୍ଦୁ ପରମ୍ପରା ଅନୁଯାୟୀ, ବିବାହ ପରେ ସ୍ତ୍ରୀ ସ୍ୱାମୀଙ୍କୁ ମୁଣ୍ଡିଆ ମାରି ଆର୍ଶୀବାଦ ନେଇ ନୂଆ ଦାମ୍ପତ୍ୟ ଜୀବନ ଆରମ୍ଭ କରିଥାଏ। ହେଲେ ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେବାର ପ୍ରଥା ଦେଖିଛନ୍ତି କି ? ନୁହେଁ ନା ! ହେଲେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ବର କନ୍ୟାକୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଉଛନ୍ତି। ତେବେ ଏହା ତାଙ୍କର ପ୍ରଥା ନା ମଜାକ୍ ଜଣା ପଡ଼ିନି। ତେବେ ପତ୍ନୀଙ୍କୁ ସମ୍ମାନ ଦେଇ ପତି ଏପରି କରିଥିବା ଭିଡିଓରୁ ଜାଣିବାକୁ ମିଳିଛି।
Also Read
ସୋଶିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହୋଇଛି। ଭିଡିଓରେ ବର-କନ୍ୟାଙ୍କର ଏପରି କାମ ଲୋକଙ୍କ ମନକୁ ଛୁଇଁ ଯାଇଛି। ଭିଡିଓରେ ବର କନ୍ୟାଠାରୁ ଆଶୀର୍ବାଦ ନେବା ଦେଖିବାକୁ ମିଳିଛି। ସୋଶିଆଲ ମିଡିଆରେ ଲୋକେ ବରଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। ଭିଡିଓଟିକୁ ଇନ୍ଷ୍ଟାଗ୍ରାମରେ mr_robin_hudd ନାମକ ଜଣେ ବ୍ୟକ୍ତି ଶେୟାର କରିଛନ୍ତି। ଏଥିରେ ବର-କନ୍ୟା ମନ୍ଦିରରେ ଛିଡ଼ା ହୋଇଛନ୍ତି। ଏହାପରେ ଉଭୟ ଉଭୟଙ୍କୁ ବରଣମାଳା ଦେଉଛନ୍ତି। ବରଣମାଳା ପ୍ରଦାନ ପରେ ପ୍ରଥମେ କନ୍ୟ ବରକୁ ମୁଣ୍ଡିଆ ମାରିବା ସହ ପାଦ ଛୁଇଁ ଆଶୀର୍ବାଦ ନେଉଛି। ଏହା ପରେ ବର ମଧ୍ୟ ମୁଣ୍ଡ ନୁଆଁଇ କନ୍ୟାର ପାଦ ଛୁଉଁଛି। ତେବେ କନ୍ୟା ଅଳ୍ପ ହସି ପଛକୁ ହଟି ଯାଉଥିବା ଦେଖିବାକୁ ମିଳୁଛି। ଭିଡିଓରେ ଉଭୟେ ବେଶ ଖୁସି ଥିବା ଦେଖିବାକୁ ମିଳିଛି।
ଲୋକେ ଏହି ଭିଡିଓକୁ ବେଶ ପସନ୍ଦ କରିଛନ୍ତି। ୟୁଜର୍ସ ଭିଡିଓଟିକୁ ଦେଖିବା ପରେ ‘ବର ଆମ ହୃଦୟକୁ କିଣି ନେଲା’ ବୋଲି କମେଣ୍ଟ ଦେଇଛନ୍ତି। ସୋଶିଆଲ ମିଡିଆରେ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୩୫ ମିଲିୟନରୁ ଅଧିକ ବାର ଦେଖାଗଲାଣି। ଲୋକେ ଏହି ଭିଡିଓରେ ଢେର କମେଣ୍ଟ ଦେଉଛନ୍ତି। ଏଥିସହିତ ବରକୁ ବେଶ ପ୍ରଶସଂ ବି କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us
