Advertisment

ଆମେ ସବୁଦିନ ଭୋଗୁଛୁ, ତୁମେ ଗୋଟିଏ ଦିନ ଭୋଗ-ଏମିତି କହି ଅଧିକାରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ

ଧପନ୍ତରିଆ ପଡ଼ିଛି ଗ୍ରାମ ରାସ୍ତା। ବିଭାଗୀୟ ଅବହେଳା ଯୋଗୁ ରାସ୍ତା କାମ ହେଉ ନ ଥିବାବେଳେ ଆସିଯାଇଛି ବର୍ଷା। ଏକମାତ୍ର ରାସ୍ତା କାଦୁଅ ପଚପଚ ହୋଇଯାଇଛି। ତା ଭିତରେ ପଶି ଗାଁ ଲୋକ ଯିବା ଆସିବା କରୁଛନ୍ତି।  ଯେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେତେ ଅସନ୍ତୋଷ ବଢୁଛି। ଏହି ଅସନ୍ତୋଷ ଶେଷରେ ବିସ୍ଫୋରକ ରୂପ ନେଇଛି।

Govt Officials Walked In Knee-Deep Mud

Govt Officials Walked In Knee-Deep Mud

Advertisment

ଖୋର୍ଦ୍ଧା: ଅଧପନ୍ତରିଆ ପଡ଼ିଛି ଗ୍ରାମ ରାସ୍ତା। ବିଭାଗୀୟ ଅବହେଳା ଯୋଗୁ ରାସ୍ତା କାମ ହେଉ ନ ଥିବାବେଳେ ଆସିଯାଇଛି ବର୍ଷା। ଏକମାତ୍ର ରାସ୍ତା କାଦୁଅ ପଚପଚ ହୋଇଯାଇଛି। ତା ଭିତରେ ପଶି ଗାଁ ଲୋକ ଯିବା ଆସିବା କରୁଛନ୍ତି।  ଯେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେତେ ଅସନ୍ତୋଷ ବଢୁଛି। ଏହି ଅସନ୍ତୋଷ ଶେଷରେ ବିସ୍ଫୋରକ ରୂପ ନେଇଛି। ଆମେ ସବୁଦିନେ ଅସୁବିଧା ଭୋଗୁଛୁ,  ତୁମେ ବି ଦିନେ ଭୋଗ...ଏହା କହି ଜଳସେଚନ ବିଭାଗର ଏସଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଜବରଦସ୍ତ ଚଲାଇଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ। ଏହାର ଭିଡିଓ ଭାଇରାଲ ହୋଇଛି। ଭିଡିଓଟି ଖୋର୍ଦ୍ଧା  ଜଳସେଚନ ବିଭାଗ ଅଧୀନ ଭଗବତୀପଡା ଗାଁର। 

Advertisment

ଲଗାଣ ବର୍ଷା ଯୋଗୁଁ ମଲାଗୁଣି ନଦୀ ଫୁଲିଉଠିଛି । ଭଗବତୀପଡା ଗାଁ ନିକଟରେ ଘଳିଆ ପଡ଼ି ପାଣି ଗାଁରେ ପଶୁଛି ।ବନ୍ଧ ଉପରେ ବାଲିବସ୍ତା ଦିଆଯାଇଛି। ଗୋଳବାଇ- କଣାସ ରାସ୍ତାକୁ ସଂଯୋଗ କରୁଛି ଭଗବତୀପଡାର ଏଇ ଏକମାତ୍ର ରାସ୍ତା। ଜଳସେଚନ ବିଭାଗ ପକ୍ଷରୁ ନାଳ ସାଇଟରେ ସିମେଣ୍ଟ କଂକ୍ରିଟ ଗାର୍ଡୱାଲ କାମ କରାଯାଉଥିବା ଯୋଗୁଁ ରାସ୍ତା ଟିକୁ ସଂପୂର୍ଣ୍ଣ କାଟି ଦିଆଯାଇଛି। ତା ଉପରେ ଖାଲି ମାଟିପଡିଥିଲେ ହେଁ ରାସ୍ତା କାର୍ଯ୍ୟ ହୋଇନଥିଲା।

Advertisment

ହେଲେ ଲଗାଣ ବର୍ଷା ଯୋଗୁଁ ଉକ୍ତ ରାସ୍ତାରେ ଚାଲିକି ଯିବା ସମ୍ଭବ ହେଉନି। ଏବେ ଉକ୍ତ ରାସ୍ତାଟି ସଂପୂର୍ଣ୍ଣ ଭାବରେ ପାଣି କାଦୁଅରେ ପରିପୂର୍ଣ୍ଣ। ଏହି ରାସ୍ତା ମରାମତି ପାଇଁ ସ୍ଥାନୀୟ ଭଗବତୀପଡା ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ବିଭାଗୀୟ ଅଧିକାରୀ ରଜ ପୂର୍ବରୁ ସାରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜିଯାଏ କାମ ସଂପୂର୍ଣ୍ଣ ହୋଇନି।

ଲଗାଣ ବର୍ଷା ଯୋଗୁଁ ମଲାଗୁଣି ନଦୀ ପାଣି ରାସ୍ତା ଉପର ଦେଇ ଯାଉଥିବାରୁ ୧୪ ତାରିଖ ଜଳସେଚନ ବିଭାଗର ରାଜୁଆ ଡିଭିଜନର ଏସଡିଓ ଓ କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନକୁ ଯାଇଥିଲେ। ଭଗବତୀପଡା ଗ୍ରାମବାସୀ ରାସ୍ତା କାମ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରେ ସେ କୈ।ଣସି ସନ୍ତୋଷ ଜନକ ଉତ୍ତୋର ଦେଇନଥିଲେ। ରାସ୍ତା କାର୍ଯ୍ୟ ସାରିନଥିବାରୁ ଉତ୍ୟକ୍ତ ଲୋକେ ବିଭାଗୀୟ ଅଧିକାରୀଙ୍କୁ ସେହି କାଦୁଅ ପଚପଚ ରାସ୍ତାରେ ଚଲାଇଥିଲେ। ‘ଆମେ ସେହି ରାସ୍ତାରେ ସଵୁଦିନ ଯାଉଛୁ ତୁମେ ଆଜି ଦିନକ ପାଇଁ ଏହି ରାସ୍ତାରେ ଚାଲ’ କହି ଦୁହିଁଙ୍କୁ କାଦୁଅରେ ଚଲାଇଥିଲେ। 

Advertisment

ଅନ୍ୟପକ୍ଷେ ଉକ୍ତ ରାସ୍ତାଟି ଜଳସେଚନ ବିଭାଗର ନୁହେଁ, ବ୍ଲକର ବୋଲି ଏସ୍‌ଡିଓ କହିଛନ୍ତି। ଯଦି ଆମକୁ କହିବେ ଏବଂ ଆଇନ ଅନୁଯାୟୀ ହୋଇପାରିବ ତେବେ ଆମ ବିଭାଗ ଏହାକୁ କରିପାରେ। ଆମର ଏଥିରେ କିଛି ଦୋଷ ନାହିଁ। ତେବେ ଆଇନ ବିରୋଧରେ ଯାଇ ଆମକୁ ଯେପରି ଭାବେ ଚଲାଇଲେ ଖରାପ ଲାଗିଲା ବୋଲି କହିଛନ୍ତି ଅଧିକାରୀ। ଏ ନେଇ ଆମେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛୁ। ସେ ଯାହା କରିବେ ବୋଲି କହିଛନ୍ତି। 

Odisha News Muddy Village Road
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ