• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନୀଳଗିରି ଗସ୍ତରେ ରାଜ୍ୟପାଳ । ମର୍ଦ୍ଦରାଜପୁର ଗାଁକୁ ଯାଇ ଗ୍ରାମବାସୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ ରଘୁବର ଦାସ । ଆବାସ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବା ସହିତ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ବିଷୟରେ ସମୀକ୍ଷା କରିଥିଲେ ।

ଗାଁର ଜଣେ ଦୃଷ୍ଟବାଧିତା ଅନ୍ନପୂର୍ଣ୍ଣା ପାତ୍ରଙ୍କ ଭଙ୍ଗା ଘରେ ରହୁଥିବା ଦେଖି ଉଭୟ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ତାଗିଦ୍ କରିବା ସହ ତୁରନ୍ତ ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ । ସେହିପରି ବାଲେଶ୍ୱର ଜିଲ୍ଳା ରେମୁଣା ବ୍ଲକ ଗସ୍ତ କରି ରେମୁଣା କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ପରିଦର୍ଶନ କରିଥିଲେ ।

ପରେ ସୁତେଇ ପଞ୍ଚାୟତର ବରଘାଇ ଅଙ୍ଗନବାଡି କେନ୍ଦ୍ର ଗସ୍ତ କରି ପୃଷ୍ଟିକର ଖାଦ୍ୟ କିପରି ସଠିକ୍ ଭାବେ ମାଆ ଓ ଶିଶୁଙ୍କ ପାଖରେ ପହଞ୍ଚିପାରିବ ସେନେଇ ଆଲୋଚନା କରିଥିଲେ । ଅନ୍ୟପଟେ ରାଜ୍ୟପାଳଙ୍କ ମହାନତାକୁ ନେଇ ଚାରିଆଡ଼େ ଏବେ ପ୍ରଶଂସା । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଝିଅ ବାହାଘରରେ ଉପସ୍ଥିତ ରହି ଉଦାହରଣ ସୃଷ୍ଟି କରିଛନ୍ତି ରାଜ୍ୟପାଳ ।

ଯିଏ ଦେଖୁଛନ୍ତି ପ୍ରଶଂସା କରୁଛନ୍ତି, ରାଜ୍ୟପାଳ ରଘୁବର ଦାସଙ୍କ ବଡ଼ପଣକୁ ସାବାସୀ ଜଣାଉଛନ୍ତି । ରାଜଭବନରେ ପାଣି ଯୋଗାଉଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ପତିତ ପାବନ ରାଉତରାୟଙ୍କ ଝିଅ ଅନୁପମାଙ୍କ ବାହାଘରରେ ଉପସ୍ଥିତ ରହିଥିଲେ ରାଜ୍ୟପାଳ ।

ଫୁଲତୋଡ଼ା ଦେଇ ଶୁଭେଛା ଜଣାଇବା ସହ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ କାମନା କରିଛନ୍ତି, ତା’ସହ ପରିବାର ସହ ଫଟୋ ଉଠାଇଛନ୍ତି । ରାଜ୍ୟପାଳଙ୍କ ଏଭଳି ବଡ଼ପଣକୁ ପ୍ରଶଂସା କରିଛନ୍ତି ପତିତ ପାବନ ରାଉତରାୟ ।