Advertisment

BSKY କାର୍ଡ ଦ୍ବନ୍ଦ୍ବ: ମୁଖ୍ୟ ଶାସନ ସଚିବଙ୍କୁ କୈଫୟତ ତଲବ କଲେ ରାଜ୍ୟପାଳ

BSKY କାର୍ଡକୁ ନେଇ ଦେଖା ଯାଇଥିବା ଦ୍ବନ୍ଦ୍ବକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ। ଆଜି ଏନେଇ ରାଜ୍ୟପାଳ ରଘୁବାର ଦାସ ମୁଖ୍ୟ ଶାସନ ସଚିବଙ୍କୁ କୈଫୟତ ତଲବ କରିଛନ୍ତି।

ଅଦ୍ୟତନ ହୋଇଛି
Raghubar Das Discusses With CS Over BSKY Confusion

BSKY Card

Advertisment

ରାଜ୍ୟରେ BSKY କାର୍ଡକୁ ନେଇ ଦେଖା ଯାଇଥିବା ଦ୍ବନ୍ଦ୍ବକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ। ଆଜି ଏନେଇ ରାଜ୍ୟପାଳ ରଘୁବାର ଦାସ ମୁଖ୍ୟ ଶାସନ ସଚିବଙ୍କୁ କୈଫୟତ ତଲବ କରିଛନ୍ତି। ତୁରନ୍ତ BSKY କାର୍ଡ ଦ୍ବନ୍ଦ୍ବ ଦୂର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ। ଯେପରି ରୋଗୀଙ୍କ ଭିତରେ ଦ୍ବନ୍ଦ୍ବ ନରହେ, ବିନା ବାଧାରେ ସ୍ବାସ୍ଥ୍ୟ ସେବା ପାଇବେ ସେଥିପାଇଁ ଗୁରୁତ୍ବ ଦେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଅପରପକ୍ଷେ, ରାଜ୍ୟରେ BSKY ଚାଲୁ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା। BSKY ଚାଲୁ ରହିଛି, ଏହି ଯୋଜନାରେ ରୋଗୀ ଚିକିତ୍ସା ଅବ୍ୟାହତ ଅଛି। BSKY ହିତାଧିକାରୀଙ୍କୁ ହସ୍ପିଟାଲମାନେ ଅବହେଳା କରିପାରିବେ ନାହିଁ’ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

ଅଧିକ ପଢ଼ନ୍ତୁ: BSKY ଚାଲୁ ରହିଛି, ଅସୁବିଧା ହେଲେ ହେଲ୍ପଲାଇନ୍‌ ନଂରେ ଜଣାନ୍ତୁ: ମୁଖ୍ୟ ସଚିବ

Advertisment

ଅନ୍ୟପଟେ ରାଜ୍ୟରେ BSKY କାର୍ଡକୁ ନେଇ ଲାଗିରହିଥିବା ଅଚଳାବସ୍ଥାର ପ୍ରକୃତ କାରଣ କ'ଣ ? ଏନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ବେସରକାରୀ ହସ୍ପିଟାଲ ସଂଘ ଏଥିପାଇଁ ନବୀନ ସରକାରଙ୍କୁ ଦାୟୀ କରିଛନ୍ତି। ଆଗରୁ ଚାଲୁଥିବା ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା କାର୍ଡର ବକେୟା ପ୍ରାପ୍ୟ ପାଇଁ ଦୀର୍ଘ ୧୦ ବର୍ଷ ହେଲା ବେସରକାରୀ ହସ୍ପିଟାଲଗୁଡିକ ରାଜ୍ୟ ସରକାରଙ୍କ ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ତେବେ ହଠାତ୍ ସରକାର ପରିବର୍ତ୍ତନ ହେବା ଫଳରେ ପୁଣି ସେହି ସମାନ ଅବସ୍ଥା ସୃଷ୍ଟି ଆଶଙ୍କାରେ କିଛି ହସ୍ପିଟାଲ କାର୍ଡ ଫେରାଇ ଦେଇଥିଲେ। 

ତେବେ ବିଳମ୍ବରେ ଯେଉଁ ସ୍ପଷ୍ଟୀକରଣ ସରକାରଙ୍କ ତରଫରୁ ଆସିଲା ତାହା ଯଦି ଆଗରୁ ଆସିଥାନ୍ତା ତେବେ ଏଭଳି ଅଚଳାବସ୍ଥା ଦେଖା ଦେଇନଥାନ୍ତା ବୋଲି କହିଛନ୍ତି ବେସରକାରୀ ହସ୍ପିଟାଲ ସଂଘ। ଏଥିପାଇଁ ସରକାର ନିଜେ ଦାୟୀ ବୋଲି ଅଭିଯୋଗ କରିଛି ସଂଘ । କେବଳ ଘୋଷଣା ନୁହେଁ ଲିଖିତ ଭାବେ ପ୍ରତିଶ୍ରୁତି ଦେବା ଆବଶ୍ୟକ ବୋଲି କହିଛି ସଂଘ। ବର୍ତ୍ତମାନ ହସ୍ପିଟାଲରେ କାର୍ଡ ଚିକିତ୍ସା ସ୍ବଭାବିକ ରହିଥିବା କହିଛି ସଂଘ ।

Advertisment

ଅଧିକ ପଢ଼ନ୍ତୁ: ‘ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା’

BSKY Raghubar Das BSKY Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ