Advertisment

ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌ରେ ' ଗରିଲା'!

ଗରିଲା କବଳରୁ ନିଜକୁ ରକ୍ଷା କରିବା ନେଇ ଜଣେ ମହାକାଶଚାରୀ ସ୍ପେସ୍ ଷ୍ଟେସନ୍‌ରେ ଆଡେ ସାଡେ ଦୌଡୁଥିବା ଦେଖାଯାଏ। ଏହି ସମସ୍ତ ଘଟଣା ସୋସିଆଲ ମିଡିଆରେ ଭିଡିଓ ଆକାରରେ ଭାଇରାଲ ହେବାରେ ଲାଗିଛି।

author-image
Pramod Behera
ଅଦ୍ୟତନ ହୋଇଛି
Gorilla entered the space station

Gorilla entered the space station

ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌ରେ ଏକ 'ଗରିଲା' ପଶିଯାଇଥିବା ଦେଖାଯାଇଛି। ଏହି ଖବର ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପି ଚାଲିଛି। ଏହାର ଏକ ଭିଡିଓ ମଧ୍ୟ ଖୁବ୍ ଜୋର୍‌ରେ ଭାଇରାଲ୍ ହେଉଥିବା ଦେଖାଯାଉଛି। ଏହି ଘଟଣା ଆଶ୍ଚର୍ଯ୍ୟଜନକ ହୋଇଥିଲେ ମଧ୍ୟ ଏହା ପ୍ରକୃତରେ ଘଟିଛି। କେବଳ ଏତିକି ନୁହେଁ, ଗୋରିଲା କବଳରୁ ନିଜକୁ ରକ୍ଷା କରିବା ନେଇ ମହାକାଶଚାରୀ ସ୍ପେସ୍ ଷ୍ଟେସନ୍‌ରେ ଆଡେ ସାଡେ ଦୌଡୁଥିବା ଦେଖାଯାଏ। ଏହି ସମସ୍ତ ଘଟଣା ସୋସିଆଲ ମିଡିଆରେ ଭିଡିଓ ଆକାରରେ ଦେଖାଯାଏ।

Advertisment

ଏହି ଭିଡିଓ ଦେଖିବା ପରେ, ଆପଣ ନିଶ୍ଚୟ ବୁଝିପାରିବେ ଯେ ଏହି ଗରିଲାଟି କିପରି ଏକ ସ୍ପେସ୍ ଷ୍ଟେସନ୍ ଭିତରକୁ ପ୍ରବେଶ କରିଲା। ପ୍ରକୃତ କଥା ହେଉଛି ସ୍ପେସ୍ ଷ୍ଟେସନ୍‌ରେ ଦେଖାଯାଉଥିବା ଏହି ଗୋରିଲା ପ୍ରକୃତ ନୁହେଁ। ଏହା ଏକ ନକଲି ଗୋରିଲା।

ଏକ ଖବର ଅନୁଯାୟୀ ମାର୍କ କେଲି ନାମକ ଜଣେ ମହାକାଶଚାରୀ ତାଙ୍କ ସହ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଏକ ଗରିଲା ସୁଟ୍ ନେଇ ଯାଇଥିଲେ। ସ୍ପେସ୍ ଷ୍ଟେସନ୍‌ରେ ୩୪୦ ଦିନ ବିତାଇବା ପରେ, ସେ ତାଙ୍କ ସାଥୀଙ୍କ ମାନଙ୍କ ସହିତ ଏକ ମଜ୍ଜା କରିବାକୁ ଯୋଜନା କରିଥିଲେ। ସେ ଏହି ଗୋରିଲା ସୁଟ୍‌ ପିନ୍ଧି ନିଜକୁ ପ୍ରସ୍ତୁତ କରିନେଲେ ଆଉ ସ୍ପେସ୍ ଷ୍ଟେସନର ଗୋଟିଏ ପାଖରୁ ଆଉ ଏକ ପାଖକୁ ଉଡିବାକୁ ଲାଗିଲେ।

Advertisment

ତାଙ୍କର ସାଥୀ ଏହାକୁ ଏକ ସତ ଗରିଲା ଭାବି ଭୟ ପାଇଗଲେ। ଏହାର କବଳରୁ ନିଜ ଜୀବନକୁ ବଞ୍ଚାଇବା ନେଇ ସେ ପ୍ରାଣପଣେ ଚେଷ୍ଟା କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳେ। ଆପଣ ବି ଏହି ଭିଡିଓ ଦେଖିଲେ ପ୍ରଥମେ ଭୟ ପାଇଯିବେ, କିନ୍ତୁ ପ୍ରକୃତ ଘଟଣା ଜାଣିଲା ପରେ ନିଶ୍ଚୟ ହସିବେ।

ଏହି ଭିଡିଓରେ ଅନେକ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଦେଖାଯାଏ। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଏହା ପ୍ରକୃତରେ ଏକ ମଜ୍ଜାଳିଆ ଭିଡିଓ। ମହାକାଶରେ ଏପରି ଥଟ୍ଟାମଜ୍ଜା ଠିକ୍ କି? ସେହିପରି, ଆଉ ଜଣେ କହିଛନ୍ତି ଯେ ମୁଁ ମହାକାଶରେ ଏପରି ମଜ୍ଜା କେବେ ବି ଦେଖି ନାହିଁ।

Viral Video
Advertisment
Advertisment