Advertisment

ଯାତ୍ରୀଙ୍କ ପାଇଁ ଖୁସି ଖବର: ବସ୍‌ରେ ବି ବିଦେଶ ଯାତ୍ରାର ମଜା ନେଇପାରିବେ !

କେବଳ ଟ୍ରେନ ଓ ଫ୍ଲାଇଟ ନୁହେଁ ଏବେ ବସରେ ଯାତ୍ରୀ କରିପାରିବେ ବିଦେଶ ଭ୍ରମଣ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Good News For Travel Buffs! Bus Service From Delhi To London To Begin Soon; Know Cost & Route

Good News For Travel Buffs! Bus Service From Delhi To London To Begin Soon; Know Cost & Route

ବସ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ବସ୍‌ରେ ବସି ବୁଲିପାରିବେ ଦେଶରୁ ବିଦେଶ । ଖବରଟି ଶୁଣିବାକୁ ହୁଏତ ଟିକେ ଅଡ଼ୁଆ ଲାଗୁଥାଇପାରେ । ହେଲେ ଏହା ଏକଦମ୍‌ ସତ । ଆଡଭେଞ୍ଚର ଓଭରଲ୍ୟାଣ୍ଡ ନାମକ ଏକ କମ୍ପାନୀ ବସ ଏବେ ଦିଲ୍ଲୀରୁ ଲଣ୍ଡନକୁ ଚାଲୁଛି । ବସ୍‌ଟି ଯାତ୍ରା ସମୟରେ ପ୍ରାୟ ୧୮ଟି ଦେଶ ଦେଇ ଅତିକ୍ରମ କରି ପ୍ରାୟ ୨୦ହଜାର କିଲୋମିଟର ଯାତ୍ରା କରିଥାଏ । ଆଉ ସବୁଠୁ ବଡ଼ କଥା ହେଲା ମାତ୍ର ୭୦ ଦିନ ମଧ୍ୟରେ ହିଁ ଯାତ୍ରା ପୁରା ହୋଇଥାଏ । ଏହି କମ୍ପାନୀର ଆଉ ଏକ ବସ ଭାରତରୁ ସିଙ୍ଗାପୁରକୁ ମଧ୍ୟ ଚାଲୁଛି । ଯାହା ୨୦ଦିନର ଯାତ୍ରାରେ ୫ଟି ଦେଶ ଦେଇ ଗତି କରିଥାଏ ।

Advertisment

ଏହି ବସ୍‌ରେ ଯାତ୍ରା କରିବାରେ ଯାତ୍ରୀଙ୍କୁ ଯେତିକି ଖୁସି ଲାଗିଥାଏ ସେମାନେ ତାଠାରୁ ଅଧିକ ଉପଭୋଗ କରିଥାନ୍ତି । କାରଣ ରାସ୍ତାରେ ଅନେକ ସୁନ୍ଦର ଦୃଶ୍ୟମାନ ମଧ୍ୟ ଦେଖିବାକୁ ମିଳିଥାଏ ।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଏହି ବସ୍‌ରେ ଯାତ୍ରା କରିବା ପାଇଁ ଜଣଙ୍କ ଯାତ୍ରା ଖର୍ଚ୍ଚ ବାବଦକୁ ୧୫ ଲକ୍ଷ ଟଙ୍କା ଦେବାକୁ ପଡିବ । ଯାହା ପରେ ଆପଣ ଏହି ରୋମାଞ୍ଚକ ଯାତ୍ରାର ଅନୁଭବ ନେଇପାରିବେ । ବସ୍‌ଟି ଅନେକ ଦେଶରେ ଅଟକିଥାଏ । ସେହି ଦେଶଗୁଡିକ ହେଲା ଋଷ, ପୋଲାଣ୍ଡ, ଜର୍ମାନୀ, ବେଲଜିୟମ ଭଳି କେତୋଟି ଦେଶ। କେବଳେ ଏତିକି ନୁହେଁ କାଜିକିସ୍ତାନ, ଚିନ, ମିଆମାର, ଲାଓସ ଓ ଥାଇଲାଣ୍ଡ ଭଳି ଦେଶ ମଧ୍ୟ ଏହି ଯାତ୍ରାରେ ଅନ୍ତର୍ଭୁକ୍ତ ରହିଛି ।

Advertisment
ଓ

ତେବେ ବସ୍‌ର ୱେବ୍‌ସାଇଟ୍‌ରେ ଉଲ୍ଲେଖ ଥିବା ତଥ୍ୟ ଅନୁଯାୟୀ, ବସ୍‌ରେ ଯାତ୍ରା କରୁଥିବା ବେଳେ ଯାତ୍ରୀମାନେ ମିଆଁମାରର ଖାସ ପଗୋଡା କୋଠା, ଚେଙ୍ଗଡୁର ଖାସ ପାଣ୍ଡା ପ୍ରଜାତି, ଗ୍ରେଟ୍ ୱାଲ ଅଫ ଚାଇନା ଉପରେ ଥିବା ହାଇକିଙ୍ଗ, ଉଜବେକିସ୍ତାନର ତାସକନ୍ତ, ବୁଖାରା ଭଳି ଐତିହାସିକ ସହର ବୁଲିବା ସହ ୟୁରୋପ, ପ୍ରାଗ, ବ୍ରସେଲ୍ସ, ଫ୍ରେଙ୍କଫଟ ଭଳି ସହର ମଧ୍ୟ ବୁଲିପାରିବେ ।

ଏନେଇ ବସ୍ କମ୍ପାନୀର ଫାଉଣ୍ଡର ସଂଜୟ ମଦନ ଓ ତୁଷାର ଅଗ୍ରୱାଲ କହିଛନ୍ତି, ସେ ଯାତ୍ରୀଙ୍କ କାଗଜ ପତ୍ର କାମ ସହ ପର୍ମିଟର ଦାୟିତ୍ୱ ମଧ୍ୟ ନେଇଥାନ୍ତି । ଫଳରେ ଲୋକେ ସୁରୁଖୁରୁରେ ନିଜ ଯାତ୍ରା କରିପାରିବେ ।

Good News For Travel Buffs
Advertisment
Advertisment