Advertisment

ଏହି ଦ୍ୱୀପକୁ ଗଲେ ହୋଇଯିବେ ଅଦୃଶ୍ୟ

ପ୍ରକୃତିର ଅଦ୍ଭୁତ ଦୃଶ୍ୟ ଦେଖିବା ପାଇଁ, ନ ଚେତ୍ ଛୁଟି ବିତାଇବା ପାଇଁ ଲୋକମାନେ କୌଣସି ଅଏଲ୍ୟାଣ୍ଡକୁ ଯାଇଥାଆନ୍ତି କାରଣ ଆଏଲ୍ୟାଣ୍ଡ ବା ଦ୍ୱୀପର ସୁନ୍ଦରତା ଏଭଳି ଯେ ଲୋକମାନଙ୍କର ମନ ମୋହିନିଏ ସେ ସ୍ଥାନ କିନ୍ତୁ ଆମ ଦୁନିଆରେ ଏଭଳି ଏକ ରହସ୍ୟମୟ ଆଏଲ୍ୟାଣ୍ଡ ବି ରହିଛି, ଯେଉଁ ଆଏଲ୍ୟାଣ୍ଡକୁ ଯିବାକୁ ଥରେ ମାତ୍ର ଅନୁମତି ରହିଛି । ବାକି ୩୬୪ ଦିନ ଏଠାରେ ପହଁଚିବା ଅସମ୍ଭବ ।

ଅଦ୍ୟତନ ହୋଇଛି
The Mysterious Island

The Mysterious Island

Advertisment

ସ୍କଟଲ୍ୟାଣ୍ଡ: ପ୍ରକୃତିର ଅଦ୍ଭୁତ ସୃଷ୍ଟି ହେଉଛି ଆମ ବିଶ୍ୱରେ ଥିବା ଦ୍ୱୀପ ଗୁଡିକ। ଦ୍ୱୀପ ଗୁଡିକର ସୁନ୍ଦରତା ଏତେ ମନ ମୁଗ୍ଧକର ଯେ, ସେ ସ୍ଥାନରେ ସବୁଦିନ ପାଇଁ ରହିଯିବାକୁ ମଧ୍ୟ ଇଚ୍ଛା ହୋଇଥାଏ କିନ୍ତୁ ଆମ ଦୁନିଆରେ ଏଭଳି ଏକ ରହସ୍ୟମୟ ଆଏଲ୍ୟାଣ୍ଡ ବି ରହିଛି, ଯେଉଁ ଆଏଲ୍ୟାଣ୍ଡକୁ ଯିବାକୁ ଯିବାକୁ ଥରେ ମାତ୍ର ଅନୁମତି ରହିଛି । ବାକି ୩୬୪ ଦିନ ଏଠାରେ ପହଁଚିବା ଅସମ୍ଭବ ପ୍ରାୟ ।  ତେବେ ଏହି ଦ୍ୱୀପରେ କଣ ରହିଛି ରହସ୍ୟ ।

Advertisment

ଏହି ଦ୍ୱୀପର ନାଁ ଆଇନହୈଲୋ ଦ୍ୱୀପ ଯାହା ସ୍କଟଲ୍ୟାଣ୍ଡରେ ରହିଛି । ପାନପତ୍ର ଆକାରର ଏହି ଦ୍ୱୀପ ଏତେ ଛୋଟ ଆକାରର ଯେ ଏହାକୁ ମ୍ୟାପରେ ଖୋଜିବା ବି ବଡ କଷ୍ଟକର ହୋଇଥାଏ । ଏହି ଦ୍ୱୀପକୁ ନେଇ ଅନେକ ରହସ୍ୟମୟ କାହାଣୀ ପ୍ରଚଳିତ । ଏଭଳି ମାନ୍ୟତା ରହିଛି ଯେ, ଏହି ଦ୍ୱୀପରେ ଭୂତ-ପ୍ରେତ ସମେତ ଅନେକ ସୈତାନୀ ଶକ୍ତି ବସବାସ କରନ୍ତି । ଆଉ ଏହି ସୈତାନୀ ଶକ୍ତି ଖୁବ୍ ବଳଶାଳୀ ଓ ଶକ୍ତିଶାଳୀ । ତେଣୁ କୁହାଯାଏ ଏହି ସ୍ଥାନକୁ କେହି ବି ଏକୁଟିଆ ବା ଛୋଟ ଗ୍ରୁପରେ ଆସିଲେ, ସେମାନେ ଅଦୃଶ୍ୟ ହୋଇଯାଇଥାଆନ୍ତି । ସ୍କଟଲ୍ୟାଣ୍ଡରେ ଆଉ ବିଶେଷ କରି ଆର୍କନରେ ଲୋକମାନେ ମାନିଥାଆନ୍ତି ଯେ, ଏହି ଦ୍ୱୀପକୁ କେହି ବି ଆସିଲେ ଏହି ଦ୍ୱୀପକୁ ସୈତାନ ବାୟୁରେ ଗାୟବ କରିଦିଅନ୍ତି । କେବଳ ଏତିକି ନୁହେଁ କିଛି ଲୋକମାନିଥାଆନ୍ତି ଯେ, ଏହି ଦ୍ୱୀପରେ ଜଳପରୀ ମଧ୍ୟ ରହିଥାଆନ୍ତି, ଯେଉଁମାନେ ଖରାଦିନେ ପାଣିରୁ ବାହାରି ଆସିଥାଆନ୍ତି ।

Advertisment
EYNHALLOW ISLAND, SCOTLANDEYNHALLOW ISLAND, SCOTLAND

ଗବେଷକଙ୍କ ମତରେ ଏହି ଆଏଲ୍ୟାଣ୍ଡରେ ଗୋଟେ ସମୟରେ ଲୋକମାନେ ବସବାସ କରୁଥିଲେ କିନ୍ତୁ ୧୮୫୧ରେ ଏଠାରେ ପ୍ଲେଗ ରୋଗ ମାହାମାରୀ ଭାବେ ଉଭା ହୋଇଥିଲା ଯେଉଁ କାରଣରୁ ଏଠାରେ ରହୁଥିବା ଲୋକମାନେ ଏହି ଦ୍ୱୀପ ଛାଡି ପଳାୟନ କରିଥିଲେ । ତେଣୁ ବର୍ତ୍ତମାନ ଯାଏଁ ଏହି ଦ୍ୱୀପ ଜନଶୂନ୍ୟ ହୋଇ ପଡିରହିଛି । ତେବେ ସବୁଠାରୁ ଆଶ୍ଚଯର୍ୟର କଥା ଏହି ଦ୍ୱୀପ କେବେ ନିର୍ମିତ ହୋଇଛି ତାହାର ସୂଚନା କାହା ନିକଟରେ ବି ନାହିଁ ।

ଏହି ଦ୍ୱୀପକୁ ନେଇ ଲୋକମାନଙ୍କର ଆକର୍ଷଣ ଦେଖି ଆର୍କେନ ସୋସାଇଟି ଏକ ପଦକ୍ଷେପ ନେଇଥିଲେ ସେମାନେ ଗ୍ରୀଷ୍ମଋତୁରେ ଲୋକମାନଙ୍କୁ ଏଠାକୁ ନେଇକି ଆସିଥାଆନ୍ତି । ଯାହାକୁ ଲୋକମାନେ ଅନେକ ପ୍ରସ୍ତୁତି କରିଥାଆନ୍ତି ଏଠାରେ କୌଣସି ଦୁର୍ଘଟଣା ଘଟିଲେ ଲୋକମାନଙ୍କ ନିକଟକୁ ଯଥାଶ୍ରୀଘ୍ର ସାହାଯ୍ୟ ପହଁଚିବା ପାଇଁ ମଧ୍ୟ ଅନେକ ବନ୍ଦୋବସ୍ତ କରାଯାଇଛି ।

Advertisment

ନିକଟରେ ଆର୍କେନ ଦ୍ୱୀପ, ଆଇନହୈଲୋ ଦ୍ୱୀପ ଠାରୁ ମାତ୍ର ୫୦୦ମିଟର ଦୂରରେ ରହିଛି । ଏହି ଆର୍କେନ ଦ୍ୱୀପରେ ଲୋକମାନେ ରୁହନ୍ତି ମଧ୍ୟ କିନ୍ତୁ ଏସବୁ ସତ୍ତ୍ୱେ ଆଇନହୈଲୋ ଦ୍ୱୀପକୁ ଯିବା ସହଜ ନୁହେଁ । ତେବେ ବାସ୍ତବରେ ରହସ୍ୟ କଣ, ପ୍ରାକୃତିକ ପ୍ରକ୍ରିୟା କାରଣରୁ ଏପରି ହୋଇଥାଏ, ନା ବାସ୍ତବରେ କିଛି ସୁପର ନ୍ୟାଚୁରାଲ୍ ଶକ୍ତି ଏଠାରେ କାମ କରୁଛି ତାହା ତ ଆଜି ବି ରହସ୍ୟ ହୋଇ ରହିଛି ।

Bichitra Brahmanda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ