Advertisment

ଛେଳି ଓ ଗଧର ବନ୍ଧୁତାକୁ ଦେଖି ଆପଣ ବି କହିବେ ସାବାସ୍

ଅସୁବିଧା ବେଳେ ମଣିଷ ଯେପରି ଆଉ ଜଣେ ମଣିଷର ସାହାଯ୍ୟ ଦରକାର କରେ, ଠିକ୍ ପଶୁମାନେ ବି ଆଉ ଏକ ପଶୁର ସହଯୋଗ ଲୋଡନ୍ତି। ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଏକ ଛେଳି ଓ ଗଧର ଭିଡିଓ ଏହାକୁ ପ୍ରମାଣିତ କରେ।

author-image
Pramod Behera
ଅଦ୍ୟତନ ହୋଇଛି
Friendship of Goat and donkey

Friendship of Goat and donkey

ମଣିଷର ଅସୁବିଧା ପଡିଲେ ସେ ଆଉ ଜଣେ ମଣିଷର ସହଯୋଗ ଲୋଡିଥାଏ। ସେହିପରି ପଶୁମାନେ ମଧ୍ୟ ସେମାନଙ୍କର କେତେକ କଠିନ କାର୍ଯ୍ୟ ପାଇଁ ବେଳେବେଳେ ଅନ୍ୟ ପଶୁମାନଙ୍କ ସାହାଯ୍ୟ ନେବା ଦରକାର କରନ୍ତି। ସୋସିଆଲ ମିଡିଆରେ ଏବେ ଏଭଳି ଏକ ଭିଡିଓ ଭାଇରାଲ ବେଶ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଭିଡିଓରେ ଗୋଟିଏ ଛେଳି ଏବଂ ଗଧର ବନ୍ଧୁତାକୁ ଦେଖି ଆପଣ ଏହା ମଧ୍ୟ କହିବେ ଯେ ଏହି ପଶୁମାନେ ଆମ ଅପେକ୍ଷା ଅଧିକ ବୁଦ୍ଧିମାନ। ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ଗଧ କିପରି ଭୋକିଲା ଛେଳିକୁ ସାହାଯ୍ୟ କରୁଛି। ଗଧର ସାହାଯ୍ୟ ପାଇ ଛେଳି ତା’ର ପେଟ ଭରି ଖାଉଛୁ ଆଉ ନିଜ ଭୋକକୁ ସନ୍ତୁଷ୍ଟ କରୁଛି।

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ, ଆପଣ ଦେଖିପାରିବେ ଯେ ଗୋଟିଏ ଛେଳି ଗଧ ଉପରେ ଠିଆ ହୋଇଛି ଏବଂ ସେ ଗଛରୁ ପତ୍ର ଛିଣ୍ଡେଇ ଖାଉଛି। ଏହି ଗଛକୁ ଦେଖିଲେ ଜଣା ପଡୁଛି ଯେ ଗଛଟି ବହୁତ ଉଚ୍ଚ ଥିଲା। ଏହି କାରଣରୁ ଭୋକିଲା ଛେଳିର ମୁହଁ ଗଛ ପର୍ଯ୍ୟନ୍ତ ପାଉ ନଥିଲା। ଫଳରେ ଛେଳିଟିକୁ ଗଧର ସାହାଯ୍ୟ ନେବାକୁ ପଡିଲା। ଗଧ ମଧ୍ୟ ଛେଳିଟିକୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦେଇଛି। ସେ ପଶୁ ହେଲେ କ’ଣ ହେଲା ବୋଧହୁଏ ସେ ବୁଝିପାରିଛିଅ ଭୋକର ଜ୍ୱାଳା କେତେ କଷ୍ଟ। ତେଣୁ ସେ ଛେଳି ପାଖକୁ ଆସିଛି ଆଉ ଛେଳି ନିଜେ ତା’ ଉପରେ ଚଢି ଗଛରୁ ପତ୍ର ଛିଡ଼ାଇ ଖାଉଥିବା ଦେଖାଯାଉଛି।

Advertisment

ଏହି ଭିଡିଓ ଟ୍ୱିଟରରେ @ Yoda4ever ନାମକ ଏକ ପେଜ୍‌ରୁ ସେୟାର କରାଯାଇଛି। ଭିଡିଓ ସହିତ କ୍ୟାପ୍‌ସନ୍‌ରେ ‘ଟିମ୍ ୱାର୍କ’ ବୋଲି ଲେଖା ଯାଇଛି। ଏହା ପ୍ରମାଣିତ କରୁଛି ଯେ ମିଳିମିଶି କାମ କଲେ ସବୁକିଛି ସୁବିଧାରେ ହୋଇଯାଏ। ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୭୯ ହଜାର ଥର ଦେଖା ସରିଥିଲା। ଲୋକମାନେ ଭିଡିଓ ଉପରେ ଅନେକ କମେଣ୍ଟ ମଧ୍ୟ କରୁଛନ୍ତି। ଜଣେ ବ୍ୟକ୍ତି ‘ପ୍ରକୃତ ବନ୍ଧୁତା’ ବୋଲି ଲେଖିଥିବା ବେଳେ ଅନ୍ୟ ଜଣେ ଲେଖିଛନ୍ତି ଯେ ‘ଜଣେ ବନ୍ଧୁ ହିଁ ଅନ୍ୟ ଜଣେ ବନ୍ଧୁର କାମରେ ଆସିଥାଏ’।

Viral Video
Advertisment
Advertisment