Advertisment

ଦିନେ ଥିଲେ ଭିକାରୁଣୀ, ଆଜି କଫି କ୍ୟାଫେର ମାଲିକାଣୀ

ପରିଶ୍ରମ ଓ ଆତ୍ମବିସ୍ୱାସ ଆଗରେ କଠିନ ପରିସ୍ଥିତି ହାର ମାନିଥାଏ। ଏହା ଆମେ କହୁନାହୁଁ, ବରଂ ବିହାର ପାଟଣାର ୧୯ ବର୍ଷୀୟ ଝିଅଙ୍କ ଜୀବନ କାହାଣୀ ଶୁଣିଲେ ଆପଣ ଜାଣି ପାରିବେ। ଭିକ ମାଗିବା ଠାରୁ କ୍ୟାଫେଟେରିଆ ଚଳାଇବା ପର୍ଯ୍ୟନ୍ତ କିପରି ରହିଥିଲା ସଂଘର୍ଷ, ଜାଣନ୍ତୁ

author-image
Otv Khabar Bureau
Bihar girl become cafe owner

Bihar girl become cafe owner

ସଫଳତା କେବେ କାହାକୁ ଏବଂ କେଉଁ ସମୟରେ ମିଳିବ, ତାହା କାହାକୁ ବି ଜଣାନଥାଏ । ଏହା କେବଳ ମଣିଷର ପରିଶ୍ରମ ଓ ଆତ୍ମବିଶ୍ୱାସ ଉପରେ ନିର୍ଭର କରେ । ଜୀବନରେ ସଫଳତା ହାସଲ କରିବା ପାଇଁ ମନରେ ଉତ୍ସାହ ଓ ନିଷ୍ଠା ରହିବା ନିହାତି ଦରକାର, ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା କଷ୍ଟକର ହୁଏନାହିଁ । ଆମେ ପୂର୍ବରୁ ମଧ୍ୟ ଅନେକ ଘଟଣା ଦେଖୁଛୁ, ଯେଉଁଥିରେ ମଣିଷ କିପରି ରାତାରାତି ଭାଗ୍ୟ ବଦଳିଯାଏ । ଠିକ ସେହିପରି ଏକ ଘଟଣା ଘଟିଛି ବିହାରର ପାଟଣା ସହରରେ । ଦିନେ ପାଟଣା ରେଲୱେ ଷ୍ଟେସନରେ ଭିକ ମାଗୁଥିଲେ, ଏବେ ସେହି ସହରରେ କ୍ୟାଫେଟେରିଆ ଚଳାଉଛନ୍ତି।

Advertisment

ଆମେ କହୁଛୁ ବିହାରର ୧୯ ବର୍ଷୀୟ ଯୁବତୀ ଜ୍ୟୋତିଙ୍କ ବିଷୟରେ । ଆକସ୍ମିକ କଥା ଏହା ଯେ, ଜ୍ୟୋତି ନିଜ ବାପା ମା’ଙ୍କ ନାମ ସୁଦ୍ଧା ଜାଣି ନାହାନ୍ତି। ତାଙ୍କ କହିବାନୁଯାୟୀ ପାଟଣା ରେଲୱେ ଷ୍ଟେସନର ଏକ ଭିକାରୀ ଦମ୍ପତ୍ତିଙ୍କ ତାଙ୍କୁ ପିଲାବେଳେ ପାଇଥିଲେ । ସେ ପ୍ରଥମେ ପେଟ ଭୋକ ମେଣ୍ଟାଇବା ପାଇଁ ଷ୍ଟେସନରେ ବୁଲି ବୁଲି ଭିକ ମାଗୁଥିଲେ, ବେଳେ ବେଳେ ଅଳିଆ ଉଠାଇବା କାମ ମଧ୍ୟ କରୁଥିଲେ । ତାଙ୍କର ପାଠପଢାରେ ଇଚ୍ଛା ଥିଲେ ମଧ୍ୟ ପରିସ୍ଥିତି ତାଙ୍କୁ ଏଭଳି କରିବାକୁ ବାଧ୍ୟ କରିଦେଇଥିଲା । କିନ୍ତୁ ତାଙ୍କର ପଢିବାର ଇଚ୍ଛାଶକ୍ତି କମି ନଥିଲା ।

କିଛିଦିନ ପରେ ତାଙ୍କ ପାଳିତ ବାପା ମା’ଙ୍କ ହାତ ତାଙ୍କ ଉପରୁ ଉଠିଯାଇଥିଲା, କାରଣ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା । ଜ୍ୟୋତି ପୁଣିଥରେ ସେହି ଅନ୍ଧକାର ଦୁନିଆକୁ ପଳାଇଥିଲେ, କିନ୍ତୁ ସତ୍ତ୍ୱେ ସେ ହାର ମାନି ନ ଥିଲେ । କାରଣ ଜ୍ୟୋତି ଜୀବନରେ ଆଗକୁ ବଢିବାର ସ୍ୱପ୍ନ ଦେଖୁଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ଜ୍ୟୋତିଙ୍କୁ ଏକ ସ୍ୱୟଂସେବୀ ସଂଗଠନ ରାମ୍ବୋ ଫାଉଣ୍ତେସନକୁ ହସ୍ତାନ୍ତର କରିଦେଇଥିଲେ । ଏହି ଫାଉଣ୍ତେସନରେ ଅନାଥ ପୁଅ ଝିଅଙ୍କୁ ରଖାଯାଉଥିଲା । ସେଠାରେ ପିଲାଙ୍କୁ ପାଠପଢା ଯିବା ସହ ଆଗକୁ ବଢିଆକୁ ସୁଯୋଗ ଦିଆଯାଉଥିଲା। ଏହି ସଂଗଠନକୁ ଯିବା ପରେ ଜ୍ୟୋତିଙ୍କ ସ୍ୱପ୍ନ ପୂରଣ ହେବାର ବାଟ ଫିଟିବାକୁ ଲାଗିଲା।

Advertisment

ସେଠାରେ ଜ୍ୟୋତିକୁ ପଢିବାର ସୁଯୋଗ ମିଳିଲା, ସେ ମ୍ୟାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ କଲେ । ଏହା ପରେ ସେ ଉପେନ୍ଦ୍ର ମହାରଥୀ ପ୍ରତିଷ୍ଠାନରେ ମଧୁବାଣୀ ପେଣ୍ଟିଂରେ ମଧ୍ୟ ତାଲିମ ନେଇଥିଲେ ଏବଂ ଚିତ୍ର ଆଙ୍କିବା ଶିଖିଥିଲେ । ତେବେ ଜ୍ୟୋତି ଏଥିରେ ସନ୍ତୁଷ୍ଟ ନଥିଲେ। ଏହାରି ମଧ୍ୟରେ ଜ୍ୟୋତିଙ୍କୁ ଏକ କ୍ୟାଫେଟେରିଆରେ କାମ କରିବାକୁ ସୁଯୋଗ ମିଳିଥିଲା । ବର୍ତ୍ତମାନ ସେହି କ୍ୟାଫେଟେରିଆକୁ ଜ୍ୟୋତି ଏକାକୀ ଚଳାଉଛନ୍ତି, ଯାହାକି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛି। ଏହାଛଡା ସେ ଖାଲି ସମୟରେ ପାଠ ମଧ୍ୟ ପଢୁଛନ୍ତି ।

ଜ୍ୟୋତି ଏବେ ନିଜ ପଇସାରେ ଭଡା ଘରେ ରହୁଛନ୍ତି । ମାର୍କେଟିଂ କ୍ଷେତ୍ରରେ ଆଗକୁ ବଢିବା ପାଇଁ ସେ ଆଜି ମଧ୍ୟ ପାଠ ପଢୁଛନ୍ତି। ଏହା ଦେଖି ନିଶ୍ଚୟ ଅନେକ ଝିଅ ଯେଉଁମାନେ କଠିନ ପରିସ୍ଥିତି ଆସିଲେ ପାଠପଢା ଛାଡି ଦେଉଥିଲେ, ଏବେ ଆଗକୁ ବଢିବା ପାଇଁ ପ୍ରେରଣା ପାଇବେ।

Special Story
Advertisment
Advertisment