Advertisment

ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଘଟଗାଁ ତାରିଣୀ ମନ୍ଦିର

ତାରିଣୀ ମନ୍ଦିର ସହ କେନ୍ଦୁଝରର ଶ୍ରୀବଳଦେବଜୀଉ ମନ୍ଦିର ମଧ୍ୟ କାଲିଠୁ ଭକ୍ତଙ୍କ ଲାଗି ଖୋଲିବାକୁ ଯାଉଛି। ସେହିଭଳି କେନ୍ଦୁଝର ଜିଲ୍ଲାର ଅନ୍ୟ ସବୁ ଧର୍ମାନୁଷ୍ଠାନ ମଧ୍ୟ ଖୋଲିବ। ତେବେ ସୋମବାର ଦିନ ଜିଲ୍ଲାର ସବୁ ଶୈବପୀଠକୁ ଭକ୍ତଙ୍କୁ ବାରଣ କରାଯାଇଛି।

ଅଦ୍ୟତନ ହୋଇଛି
ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଘଟଗାଁ ତାରିଣୀ ମନ୍ଦିର

Maa Tarinee Temple

Advertisment

କେନ୍ଦୁଢର: ଆଜିଠୁ ଖୋଲିଲା ଘଟଗାଁ ତାରିଣୀ ମନ୍ଦିର। କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟରେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ନିଷ୍ପତ୍ତି ନିଆଯାଇଥିଲା। ଭକ୍ତମାନେ ମାସ୍କ ପିନ୍ଧି ମନ୍ଦିର ପ୍ରବେଶ କରିବେ ଏବଂ ମାଙ୍କୁ ଦର୍ଶନ କରିପାରିବେ। କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ସମସ୍ତ ବ୍ୟବସ୍ଥା କରିବା ଲାଗି ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।

Advertisment
  • ମନ୍ଦିର ବେଢାରେ ଏକକାଳୀନ ୩୦ରୁ ଅଧିକ ଭକ୍ତ ରହିପାରିବେନି।
  • ଦୈନିକ ଦୁଇଟି ପଯର୍ୟାୟରେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିବ। ୧ମ ପର୍ଯ୍ୟାୟ ସକାଳ ୭.୩୦ରୁ ୧୨. ୩୦ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ଯାଏଁ ଦର୍ଶନ ସୁଯୋଗ ମିଳିବ।
  • ଭକ୍ତମାନଙ୍କୁ ମନ୍ଦିରରେ ଭୋଗ ଲଗାଇବା ଓ ଦୀପ ଜାଳିବାକୁ ବାରଣ କରାଯାଇଛି।
  • ମନ୍ଦିରରେ ୧୦ ବର୍ଷରୁ କମ୍  ବୟସର ପିଲା ଏବଂ ୬୫ ବର୍ଷରୁ ଅଧିକ ବୟସ୍କ ମନ୍ଦିର ପ୍ରବେଶ କରିପାରିବେ ନାହିଁ।
  • ମନ୍ଦିରରେ ହେଉଥିବା ଦୈନନ୍ଦିନ ଭୋଗ ପାର୍ସଲ କିମ୍ବା ଅନ୍ନ ପ୍ରସାଦ ବିକ୍ରି କିମ୍ବା ପାର୍ସଲ କରାଯାଇପାରିବ ନାହିଁ।

ତାରିଣୀ ମନ୍ଦିର ସହ କେନ୍ଦୁଝରର ଶ୍ରୀବଳଦେବଜୀଉ ମନ୍ଦିର ମଧ୍ୟ କାଲିଠୁ ଭକ୍ତଙ୍କ ଲାଗି ଖୋଲିବାକୁ ଯାଉଛି। ସେହିଭଳି କେନ୍ଦୁଝର ଜିଲ୍ଲାର ଅନ୍ୟ ସବୁ ଧର୍ମାନୁଷ୍ଠାନ ମଧ୍ୟ ଖୋଲିବ। ତେବେ ସୋମବାର ଦିନ ଜିଲ୍ଲାର ସବୁ ଶୈବପୀଠକୁ ଭକ୍ତଙ୍କୁ ବାରଣ କରାଯାଇଛି।

Advertisment

ସେହିପରି କୋଭିଡ୍ ପ୍ରୋଟୋକଲ୍ ଭିତରେ ଅଗଷ୍ଟ ୨୩ରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ। ଏ ନେଇ ଆଜି ବିଏମ୍‌ସି ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା। ତେବେ ମନ୍ଦିର ଖୋଲିଲେ କୌଣସି ଭକ୍ତ ଭୋଗ ନେଇ ଯାଇପାରିବେ ନାହିଁ, କି ଗର୍ଭଗୃହ ଭିତରକୁ ଯାଇ ଦର୍ଶନ କରିପାରିବେ ନାହିଁ। ଲିଙ୍ଗରାଜ ମନ୍ଦିର ଖୋଲିବା ଉପରେ ମନ୍ଦିର ପ୍ରଶାସନ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

Odisha News Covid Appropriate Behaviour
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ