Advertisment

ଖଣ୍ଡଗିରିରେ ଡାକ୍ତର ବାବା, ଷ୍ଟାଣ୍ଡିଂ ବାବା, ପାଇଲଟ୍ ବାବା, ରୁଦ୍ରାକ୍ଷ ବାବା

ଖଣ୍ଡଗିରି ମେଳାକୁ କାଶୀ, ଉଜ୍ଜୟିନୀ, ଗୁଜରାଟରୁ ବହୁ ନାଗା ବାବା ଆସିଛନ୍ତି।

ଅଦ୍ୟତନ ହୋଇଛି
Khandagiri Mela

Khandagiri Mela

Advertisment

ଡାକ୍ତର ନୁହଁନ୍ତି କିନ୍ତୁ ପ୍ରେସ୍କ୍ରିପ୍ସନ ଲେଖନ୍ତି। ଏ ହେଉଛନ୍ତି ଡାକ୍ତର ବାବା।  ଭଲ ନାଁ ମହନ୍ତ ମୋହନ ଗିରି। ଖଣ୍ଡଗିରି ମେଳାକୁ ଆସିଛନ୍ତି ତାଙ୍କ ପ୍ରେସ୍କ୍ରିପସନ୍‌ରେ କୌଣସି ଔଷଧର ନାଁ ନ ଥାଏ ତା ବଦଳରେ ସେଥିରେ ଲେଖାଥାଏ ଚେରମୂଳି ଓ ପତ୍ରର ନାଁ। ସେହି ଚେର ମୂଳ ସେବନ କରି ଅନେକ ଦୂରାରୋଗ୍ୟରୁ ମୁକ୍ତି ପାଇଥିବା ବହୁ ଲୋକ ଦାବି କରନ୍ତି। ନାଳନ୍ଦା ବିଶ୍ୱବିଦ୍ୟାଳୟରୁ ଆୟୁର୍ବେଦିକରେ ରତ୍ନ ପଢ଼ିଥିବା କହିଛନ୍ତି ଡାକ୍ତର ବାବା। ଅନେକ ଶ୍ରଦ୍ଧାଳୁ ଦାବି କରନ୍ତି, ଡାକ୍ତର ବାବାଙ୍କ ଅବ୍ୟର୍ଥ ଔଷଧ ଖାଇ ବହୁ ଲୋକ ଭଲ ହୋଇଥିବାର ସେମାନେ ହେଉଛନ୍ତି ପ୍ରତ୍ୟକ୍ଷଦର୍ଶୀ। ଏହି ପ୍ରେସ୍କ୍ରିପ୍ସନ ଲେଖିବା ପାଇଁ ଡାକ୍ତର ବାବା କୌଣସି ଅର୍ଥ ଦାବି କରନ୍ତି ନାହିଁ।

Advertisment

ସେହିପରି ଆଉ ଜଣେ ହେଲେ ରୁଦ୍ରାକ୍ଷ ବାବା। ଅସଲି ନାଁ ଦିଗାମ୍ବର ବମ୍ ବମ୍ ପୁରୀ ମହାରାଜ ହୋଇଥିଲେ ମଧ୍ୟ ଦେହ ସାରା ରୁଦ୍ରାକ୍ଷ ଥିବାରୁ ସମସ୍ତେ ତାଙ୍କୁ ରୁଦ୍ରାକ୍ଷ ବାବା ବୋଲି କହନ୍ତି। ଯେଉଁଠି ବସନ୍ତି, ରୁଦ୍ରାକ୍ଷ ବାନ୍ଧି ପୂଜା କରନ୍ତି। ସେହିପରି ଆଉ ଜଣେ ନାଗା ସନ୍ନ୍ୟାସୀ ଜଣଙ୍କ ମଧ୍ୟ ଏକ ନିଆରା ନାଁରେ ପରିଚିତ।  ଷ୍ଟାଣ୍ଡିଂ ବାବା ନାଁରେ ସମସ୍ତେ ତାଙ୍କୁ ଜାଣନ୍ତି। ସେ ଯେଉଁ କୁମ୍ଭ ମେଳାକୁ ଯାଆନ୍ତି, ମେଳା ଶେଷ ହେବା ଯାଏ କେବଳ ଛିଡ଼ା ହୋଇ ରହନ୍ତି। ତାଙ୍କ ପ୍ରକୃତ ନାଁ ମହନ୍ତ ଚନ୍ଦନ ଗିରି। ଷ୍ଟାଣ୍ଡିଂ ବାବାଙ୍କ ଗୁରୁ ପାଇଲଟ ବାବା କାର୍ଗିଲ ଯୁଦ୍ଧ ଲଢ଼ିଥିବା ଦାବି କରନ୍ତି ନିଜେ ଷ୍ଟାଣ୍ଡିଂ ବାବା। ଏମିତି ଖଣ୍ଡଗିରି ମେଳାକୁ କାଶୀ, ଉଜ୍ଜୟିନୀ, ଗୁଜରାଟରୁ ବହୁ ନାଗା ବାବା ଆସିଛନ୍ତି। ସେମାନଙ୍କ ହୋମ ଯଜ୍ଞ ଓ ମନ୍ତ୍ର ଧ୍ୱନିରେ ସକାଳୁ ସଂଜ ଯାଏ ପ୍ରକମ୍ପିତ ହେଉଛି ଖଣ୍ଡଗିରି। ମନସ୍କାମନା ପୂର୍ଣ୍ଣ ପାଇଁ ସେମାନଙ୍କ ପାଖରେ ପରିବାର ସହିତ ଶ୍ରଦ୍ଧାଳୁମାନେ ହୋମ ଯଜ୍ଞ କରୁଛନ୍ତି।

ମାଘ ସପ୍ତମୀରୁ ଆରମ୍ଭ ହୋଇଛି ଖଣ୍ଡଗିରି ମେଳା। ପୂର୍ଣ୍ଣିମାରେ ପଡ଼ିବ ପୂର୍ଣ୍ଣାହୂତି। ଏଇ ସମୟରେ ବିଭିନ୍ନ ଯାତ୍ରାର ଡାଇଲଗ୍‌ରେ ପୁରା ଖଣ୍ଡଗିରି ଅଞ୍ଚଳ ଦୁଲୁକିବା କଥା। କରୋନା କଟକଣା ଯୋଗୁଁ ନା ଯାତ୍ରା ହେଉଛି ନା ମୀନା ବଜାର ପଡ଼ିଛି। ତେଣୁ ଲୋକଙ୍କ ଗହଳି ସେତେଟା ନାହିଁ କେବଳ ଯାହା ସାଧୁ ସନ୍ଥ ଅଛନ୍ତି ଓ ହୋମ ଯଜ୍ଞ ଚାଲିଛି।

Advertisment

ରିପୋର୍ଟ: ନିରଂଜନ ରେଡ୍ଡି

Khandagiri Mela Naga Baba
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ