Nabakrushna Choudhry Statue
ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ ଦେଖାଦେଇଛି । ଏହି ପ୍ରତିମୂର୍ତ୍ତିରେ ଦେଖାଯାଇଛି ଯେ, ନବକୃଷ୍ଣ ଚୌଧୁରୀ ଫୁଲ୍ ପ୍ୟାଣ୍ଟ ସାର୍ଟ ପିନ୍ଧିଛନ୍ତି । କିନ୍ତୁ ସମସ୍ତେ ପ୍ରାୟତଃ ଦେଖିଥିବେ ସେ ଧୋତି କୁର୍ତ୍ତା ପିନ୍ଧୁଥିଲେ ।
ଗାନ୍ଧି ଆଦର୍ଶରେ ଅନୁପ୍ରାଣିତ, ସରଳ ନିରାଡ଼ମ୍ବର ଜୀବନଯାପନର ପ୍ରତୀକ ନବକୃଷ୍ଣ ଚୌଧୁରୀ ସବୁବେଳେ ସାଧାରଣ ଜୀବନ ଯାପନ କରୁଥିଲେ । ସେ ପ୍ୟାଣ୍ଟ ସାର୍ଟ ପିନ୍ଧୁନଥିଲେ । ସବୁବେଳେ ଧୋତି କୁର୍ତ୍ତାରେ ତାଙ୍କୁ ଦେଖିବାକୁ ମିଳୁଥିଲା । କିନ୍ତୁ ତାଙ୍କର ଏହି ପ୍ରତିମୂର୍ତ୍ତିରେ ପ୍ୟାଣ୍ଟ ସାର୍ଟି ପିନ୍ଧା ଯାଇଥିବାରୁ ଏହାକୁ ନେଇ କ୍ଷୋଭ ପ୍ରକାଶ ପାଇଛି । ତାଙ୍କ ଝିଅ କିଷ୍ଣା ମହାନ୍ତି ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି ।
ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇଛି ଅନୁଗୁଳ ର ଗୋପବନ୍ଧୁ ପାର୍କରେ । ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ପ୍ରଶାସନ ପକ୍ଷରୁ ନବକୃଷ୍ଣଙ୍କ ଏହି ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ବୁଦ୍ଧଜୀବୀ ଓ ସାଧାରଣ ଲୋକଙ୍କ ପ୍ରତିବାଦ ସତ୍ତ୍ୱେ ଏହି ତ୍ରୁଟିକୁ ସୁଧାରି ନାହିଁ ପ୍ରଶାସନ । ତେବେ ଏ ସଂପର୍କରେ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680520531.jpg)