• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କ୍ରିପ୍ଟୋ କରେନ୍ସିରେ ଇନଭେଷ୍ଟ ନାଁରେ ବଢୁଛି ଠକେଇ । ରାଜଧାନୀ ଭୁବନେଶ୍ୱରରେ ମାସକରେ ୫ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୨୫ ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି । କେବଳ ଗୋଟିଏ ମାମଲାରେ ୧୯ ଲକ୍ଷ ଟଙ୍କାର ଠକେଇ ହୋଇଛି । ଅନେକ ସଚେତନତା ସତ୍ୱେ ବି ସାଇବର ଲୁଟ୍ ବଢ଼ିଚାଲିଥିବା ବେଳେ ଏବେ କ୍ରିପ୍ଟୋ କରେନ୍ସି ଠକଙ୍କ ପାଖରେ ପହଞ୍ଚିବା ସାଇବର ଥାନା ଓ ତଦନ୍ତକାରୀ ସଂସ୍ଥା ପାଇଁ ବଡ଼ ଚ୍ୟାଲେଞ୍ଜ ... ।

ବଢୁଛି କ୍ରିପ୍ଟୋ କରେନ୍ସି । ଇନଭେଷ୍ଟମେଣ୍ଟ ନାଁରେ ଠକେଇ କେବଳ ଭୁବନେଶ୍ୱରରେ ଜାନୁଆରୀ ମାସରେ ୨୫ ଲକ୍ଷରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ । ମାସକରେ ରୁଜୁ ହୋଇଛି ୫ଟି ମାମଲା । ଦେଶରେ ବ୍ୟାନ୍ ସତ୍ୱେ ଲୁଚାଛପାରେ ଚାଲିଛି କାରବାର । ଆଉ ଏହାର ଫାଇଦା ନେଉଛନ୍ତି ଡିଜିଟାଲ ଠକ ।

ଭୁବନେଶ୍ୱର ସାଇବର ଥାନାର ତଥ୍ୟ ଅନୁଯାୟୀ ଜାନୁଆରୀ ମାସରେ କେବଳ ଗୋଟିଏ ମାମଲାରେ ସର୍ବାଧିକ ୧୯ ଲକ୍ଷ ଟଙ୍କାର ଠକେଇ ହୋଇଛି । ଏବେ ଏହାର ତଦନ୍ତ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ସାଇବର ଥାନା ଓ ତଦନ୍ତକାରୀ ସଂସ୍ଥା ପାଇଁ ବଡ଼ ଚ୍ୟାଲେଞ୍ଜ ।

ଆଗରୁ ଯେଭଳି ଚିଟଫଣ୍ଡ ଏବଂ ଟ୍ରେଡିଂ ନାଁରେ ଲାଭର ଅଫର ଦେଖାଇ ଠକେଇ ହେଉଥିଲା, ଏବେ ଡିଜିଟାଲ୍ କରେନ୍ସିକୁ ଅସ୍ତ୍ର କରିଛନ୍ତି ସାଇବର୍ ଲୁଟେରା । ଅଧିକ ଲାଭ ପାଇବା ନେଇ ପ୍ରଥମେ ସୋସିଆଲ୍ ମିଡିଆରେ ଆସିଥାଏ ବିଜ୍ଞାପନ । ଆଉ ବିଜ୍ଞାପନ ବେଳେ ଏକ ଲିଙ୍କ୍ ଦିଆଯାଇଥାଏ । ଯେଉଁମାନେ ଏହାଦ୍ୱାରା ଆକର୍ଷିତ ହୋଇଥାନ୍ତି, ସେମାନେ ଲିଙ୍କକୁ ଯାଇ ଆପ୍ ଡାଉନଲୋଡ୍ କରିଥାନ୍ତି, ପରେ ଆପ୍ ଯୋଗେ ନିଜର ସମସ୍ତ ତଥ୍ୟ ପ୍ରଦାନ କରିଥାନ୍ତି ।

ଏହା ପରେ ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ନିବେଶକାରୀଙ୍କ କାଟାଗରୀ କରିଥାନ୍ତି ସାଇବର ଲୁଟେରା । ଆଉ ଅଧିକରୁ ଅଧିକ ଲୋଭ ଦେଖାଇଥାନ୍ତି । ପ୍ରଥମେ ପ୍ରଥମେ କିଛି କିଛି ଫାଇଦା ମିଳିବା ପରେ ନିବେଶକାରୀ ଆଗ୍ରହୀ ହୋଇ ଆହୁରି ଅଧିକ ନିବେଶ କରିଥାନ୍ତି । ଆଉ ନିବେଶ ପରିମାଣ ବଢ଼ିବା ପରେ ଯେତେବେଳେ ଟଙ୍କା ଉଠାଇବାକୁ ଚାହାନ୍ତି, ତାହା ଆଉ ମିଳେ ନାହିଁ । ସଂପୃକ୍ତ ଆପରେ ଓ୍ୱାଲେଟରେ ଟଙ୍କା ସୋ କରୁଥିଲେ ବି ନିବେଶକାରୀମାନେ ଟଙ୍କା ପାଇପାରିନଥାନ୍ତି ।

ଗତ ବର୍ଷ ଅକ୍ଟୋବର ମାସରେ ମଧ୍ୟ କ୍ରିପ୍ଟୋ କାରବାର ନେଇ ଏକ ବଡ଼ ଲିଙ୍କ୍ ପାଇଥିଲା ଭିଜିଲାନ୍ସ । ଅବସର ନେବାର ତିନି ଦିନ ପୂର୍ବରୁ ଜଣେ ବରିଷ୍ଠ ଇଂଜିନିୟର ନିହାର ରଂଜନ ଦାସ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ । ୨୮ ଅକ୍ଟୋବର ୨୦୨୨ରେ ଚଢ଼ାଉ ବେଳେ ତାଙ୍କ ଘରୁ କ୍ରିପ୍ଟୋ ଇନଭେଷ୍ଟମେଣ୍ଟର କାଗଜପତ୍ର ମିଳିଥିଲା । ତେବେ କ୍ରିପ୍ଟୋ ଆକାରରେ ସେ ୧ କୋଟି ୭୫ ଲକ୍ଷ ଟଙ୍କା ଇନଭେଷ୍ଟ କରିଥିବା ଖୋଳତାଡ଼ ବେଳେ ଜାଣିବାକୁ ପାଇଥିଲା ଭିଜିଲାନ୍ସ ।

ତେବେ ବଡ଼ବଡ଼ଇାମାନେ କଳା ଧନ ଲୁଚାଇବାକୁ କ୍ରିପ୍ଟୋରେ ଇନଭେଷ୍ଟ କରୁଥିବା ନେଇ ଭିଜିଲାନ୍ସ । ଏହି ଘଟଣାରୁ ସୁରାକ୍ ପାଇବା ପରେ ଅଧିକ ଛାନଭିନ୍ ଚଳାଇଛି । ଏପଟେ କ୍ରିପ୍ଟୋ କରେନ୍ସି ଇନଭେଷ୍ଟମେଣ୍ଟ ଉପରେ ନଜର ରଖାଯାଉଛି । କ୍ରିପ୍ଟୋ ଇନଭେଷ୍ଟମେଣ୍ଟର ସଠିକ୍ ତଥ୍ୟ ପାଇବା ପାଇଁ ବିଶ୍ଳେଷଣ କରାଯାଉଛି । ଏ ନେଇ ଭିଜିଲାନ୍ସ ଷ୍ଟାଫକୁ ଟ୍ରେନିଂ ବି ଦିଆଯାଉଥିବା ଭିଜିଲାନ୍ସ ଡିଜି କହିଛନ୍ତି ।