Advertisment

ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରି ନିଲମ୍ବିତ ହେଲେ ଫରେଷ୍ଟର

ନିଜ ବିଭାଗରେ ଚାଲିଥିବା ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରି ନିଲମ୍ବିତ ହେଲେ ଫରେଷ୍ଟର। ନିଜର ଉଚ୍ଚ ଅଧିକାରୀଙ୍କ ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରି ହରାଇଛନ୍ତି ନିଜ ଚାକିରି। ଏହାର ପ୍ରତିବାଦ ପୂର୍ବକ ଫରେଷ୍ଟର ଜଣକ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବ ବିକ୍ରୟ କରୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Forrester was suspended for speaking against corruption

Forrester was suspended for speaking against corruption

ନିଜ ବିଭାଗରେ ଚାଲିଥିବା ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରି ନିଲମ୍ବିତ ହେଲେ ଫରେଷ୍ଟର। ନିଜର ଉଚ୍ଚ ଅଧିକାରୀଙ୍କ ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରି ହରାଇଛନ୍ତି ନିଜ ଚାକିରି। ଏହାର ପ୍ରତିବାଦ ପୂର୍ବକ ଫରେଷ୍ଟର ଜଣକ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବ ବିକ୍ରୟ କରୁଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ। ଭଟଲି ରେଞ୍ଜର ଫରେଷ୍ଟର ପ୍ରୟାଗ ପ୍ରଧାନ ଉଚ୍ଚ ଅଧିକାରୀଙ୍କୁ ପିସି ନ ଦେବାରୁ ତାଙ୍କୁ ଆକ୍ରୋଶ ଭାବେ ନିଲମ୍ବିତ କରାଯାଇଥିବା ସିଧାସଳଖ ଅଭିଯୋଗ କରିଥିବାବେଳେ ଡିଏଫ୍‌ଓ ଏହାକୁ ଖଣ୍ଡନ କରିଛନ୍ତି।

Advertisment

ବରଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଛି ଆମ୍ବ ବିକ୍ରୟ। ଆମ୍ବ ବିକୁଛନ୍ତି ଜଣେ ବେପାରୀ । ହେଲେ ଆମ୍ବ ବିକୁଥିବା ବେପାରୀ ଜଣକ କୌଣସି ସାଧାରଣ ଲୋକ ନୁହନ୍ତି, ସେ ଜଣେ ଫରେଷ୍ଟର। ଜଣେ ଫରେଷ୍ଟର ନିଜ କାର୍ଯ୍ୟ ଛାଡି ଆମ୍ବ ବିକୁଥିବା କଥା ସହଜେ ଗ୍ରହଣ ହେଉ ନ ଥିଲେ ମଧ୍ୟ ଘଟଣାଟି ସତ୍ୟ। ଏହି ଫରେଷ୍ଟରଙ୍କ ନା ହେଉଛି ପ୍ରୟାଗ ପ୍ରଧାନ। ସେ ବରଗଡ ଜିଲ୍ଲା ଭଟଲି ରେଞ୍ଜ ଅଧୀନ ଅମ୍ବାଭୋନା ସେକ୍ସନରେ ଫରେଷ୍ଟର ଭାବେ କାମ କରୁଥିଲେ।

ଗତ ୧୦ ତାରିଖରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ତା’ ପରଠୁ ସେ ଜଙ୍ଗଲ ବିଭାଗର ଖାକି ପୋଷାକ ଛାଡି ଏବେ ଆମ୍ବ ବିକୁଛନ୍ତି । ତାଙ୍କୁ ଆକ୍ରୋଶମୂଳକ ମନୋଭାବ ରଖି କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଅଭିଯୋଗ ହୋଇଛି। ନିଜର ଉଚ୍ଚ ଅଧିକାରୀ ରେଞ୍ଜର,ଏସିଏଫ, ଡିଏଫ୍‌ଓଙ୍କୁ ପିସି ନ ଦେବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ଫରେଷ୍ଟର୍‌ ଅଭିଯୋଗ କରିଛନ୍ତି।

Advertisment

ଜଙ୍ଗଲ ବିଭାଗରେ ବ୍ୟାପକ ଦୁର୍ନିତୀ ହେଉଥିବା ଏବଂ ଉଚ୍ଚ ଅଧିକାରୀମାନେ ଏହି ଦୁର୍ନୀତି କରୁଥିବା ନେଇ ପ୍ରୟାଗ ସିଧାସଳଖ ଅଭିଯୋଗ କରିଛନ୍ତି। ତାଙ୍କୁ ଭଟଲି ରେଞ୍ଜର ସବୁବେଳେ ପିସି ମାଗୁଥିବା ସେ କହିଛନ୍ତି । ପିସି ନ ଦେବାରୁ ନାନା ହଇରାଣ ହରକତ କରି ଆସୁଥିଲେ। ତାଙ୍କୁ କାର୍ଯ୍ୟରୁ ଛୁଟି ମଢ୍ୟ ଦିଆଯାଉ ନ ଥିଲା। ପିସି ମାଗିବାର କୌଣସି ରେକର୍ଡ ଯେପରି ନ ରହିବ ସେଥିପାଇଁ ତାଙ୍କୁ ସବୁବେଳେ ହ୍ଵାଟ୍‌ସପ୍‌ରେ ଫୋନ୍‌ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ଭଟଲି ରେଞ୍ଜରଙ୍କ କାରନାମାକୁ ନେଇ ପ୍ରୟାଗ ACF ଅଶୋକ ଦାଶ ଏବଂ DFO ସମ୍ବିତ ପତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତାହାର ପରିଣାମ ସ୍ୱରୂପ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା କହିଛନ୍ତି। ଏହାକୁ ପ୍ରତିବାଦ କରି ନିଲମ୍ବିତ ଫରେଷ୍ଟର ପ୍ରୟାଗ ପ୍ରଧାନ DFOଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବ ବିକ୍ରୟ କରୁଛନ୍ତି। ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରି ଲଢେଇ ଜାରୀ ରହିବ ବୋଲି କହିଛନ୍ତି। ଏ ସଂପର୍କରେ ବରଗଡ DFO ସମ୍ବିତ ପତ୍ରୀ ଙ୍କୁ ଫୋନ୍‌ ଯୋଗେ ପଚରାଯିବାରୁ ପିସି କାରବାର କଥାକୁ ସେ ଖଣ୍ଡନ କରିଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବନ କରାଯାଇଥିବା ସେ କହିଛନ୍ତି।

ତେବେ ଜଙ୍ଗଲ ବିଭାଗରେ ବ୍ୟାପକ ଦୁର୍ନୀତି ହେଉଥିବା କଥା ଏବେ ପଦାରେ ପଡିଥିବା ବେଳେ ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Odisha News
Advertisment
Advertisment