Advertisment

ପ୍ରତୀକାତ୍ମକ ଧର୍ମଘଟରେ ବନ କର୍ମଚାରୀ: ଡ୍ୟୁଟିରେ ଥାଇ ବି ଜଙ୍ଗଲରେ ଫୁଟ୍ ପାଟ୍ରୋଲିଂକୁ ବର୍ଜନ

ବନ କର୍ମଚାରୀଙ୍କ ଆନ୍ଦୋଳନ ପରେ ଏବେ ସଙ୍କଟରେ ଜଙ୍ଗଲ। ବିପଦରେ ବନ୍ୟଜନ୍ତୁ। ଏମିତିକି ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେଣି ବନ୍ୟପ୍ରାଣୀ ବିଶେଷଜ୍ଞ।

forest department performing stage protest

forest department performing stage protest

Advertisment

ଅସୁରକ୍ଷା ପ୍ରତିବାଦରେ ପ୍ରତୀକାତ୍ମକ ଧର୍ମଘଟରେ ବନ କର୍ମଚାରୀ। ସଂକଟରେ ଜଙ୍ଗଲ ସୁରକ୍ଷା। ବନ କର୍ମଚାରୀ ମାନେ ଆଜିଠୁ ଜଙ୍ଗଲ ଭିତରେ ପାଟ୍ରୋଲିଂକୁ ବଏକଟ୍ କରିଛନ୍ତି। ଫଳରେ ପରିଣାମ ସ୍ବରୂପ ଶିକାରୀଙ୍କ ପ୍ରାଦୁର୍ଭାବ ଆହୁରି ବଢ଼ିବ ଓ ଜଙ୍ଗଲ ଉଜୁଡ଼ିଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। ଏପଟେ ପିସିସିଏଫ୍ କହିଛନ୍ତି, ବନ କର୍ମଚାରୀଙ୍କ ଦାବି ଉପରେ ସରକାର ବିଚାର କରୁଛନ୍ତି। ହେଲେ ମନ୍ତ୍ରୀଙ୍କ ଅଜବ ଯୁକ୍ତି ଲିଖିତ ଦାବି ଆସିଲେ ପଦକ୍ଷେପ ନିଆଯିବ।

Advertisment

ଶିକାରୀ ଗୁଳିରେ ଦୁଇ ଦୁଇ ବନ କର୍ମଚାରୀଙ୍କ ଜୀବନ ଯିବା ପରେ ସବୁଜ ବାହିନୀକୁ ଘାରିଛି ସୁରକ୍ଷା ଚିନ୍ତା। ୫ ଦଫା ଦାବି ନେଇ ରାଜ୍ୟବ୍ୟାପୀ ପ୍ରତୀକାତ୍ମକ  ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଣଗେଜେଟେଡ୍ ବନ କର୍ମଚାରୀ। ଯଦିଓ ଡ୍ୟୁଟିରେ ରହିବେ, ପାଟ୍ରୋଲିଂକୁ କିନ୍ତୁ ରୋକ୍ଠୋକ୍ ନା ଶୁଣାଇଛନ୍ତି । ଫୁଟ୍ ପାଟ୍ରୋଲିଂ କରି ଜଙ୍ଗଲର ତଦାରଖ କରିବେନି। ଏମିତିକି ଧାର୍ଯ୍ୟ ସମୟ ଭିତରେ ସରକାର ଦାବି ପୂରଣ ନ କଲେ, ସମୂହ ଛୁଟିରେ ରହିବା ଭଳି ଚରମ ପଦକ୍ଷେପ ନେବାକୁ ସିଧା ସିଧା ଶୁଣାଇଛନ୍ତି ବନକର୍ମଚାରୀ।

ବନ କର୍ମଚାରୀଙ୍କ ଆନ୍ଦୋଳନ ପରେ ଏବେ ସଙ୍କଟରେ ଜଙ୍ଗଲ। ବିପଦରେ ବନ୍ୟଜନ୍ତୁ। ଏମିତିକି ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେଣି ବନ୍ୟପ୍ରାଣୀ ବିଶେଷଜ୍ଞ। କହିଛନ୍ତି, ପାଟ୍ରୋଲିଂ ନ ହେଲେ ଜଙ୍ଗଲରେ ବଢ଼ିଯିବ ଶିକାରୀଙ୍କ ପ୍ରଦୁର୍ଭାବ। ଉଜୁଡ଼ିଯିବ ଜଙ୍ଗଲ। ଏଭଳି ସ୍ଥିତିର ମୁକାବିଲା ପାଇଁ ବନ କର୍ମଚାରୀଙ୍କ ଅନୁପସ୍ଥିତିରେ ଅଧିକାରୀମାନେ ପାଟ୍ରୋଲିଂ କରନ୍ତୁ। ଆବଶ୍ୟକ ପଡ଼ିଲେ, ପୋଲିସ ଫୋର୍ସକୁ ମୁତୟନ କରାଯାଉ। ଖାଲି ସେତିକି ନୁହେଁ, ଶିକାରୀଙ୍କ ମନରେ ଭୟ ସୃଷ୍ଟି ଲାଗି ଅଭୟାରଣ୍ୟ କୋର୍ ଏରିଆରେ ଶିକାରୀଙ୍କୁ ଦେଖିବାମାତ୍ରେ ଗୁଳି ଚାଳନା ଲାଗି ବନ କର୍ମଚାରୀଙ୍କୁ ସରକାର ଆଦେଶ ଦିଅନ୍ତୁ ବୋଲି କହିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।

Advertisment

ଶିମିଳିପାଳ ଅଭୟାରଣ୍ୟରେ ଅଣ-ଗେଜେଟେଡ୍ ବନ କର୍ମଚାରୀ ପାଟ୍ରୋଲିଂ ବନ୍ଦ କରିଥିବାରୁ ପାରା ଆସିଷ୍ଟାଣ୍ଟଙ୍କୁ ଧରି ପାଟ୍ରୋଲିଂ କରିବା ଲାଗି ରେଞ୍ଜ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କରଞ୍ଜିଆ ବନଖଣ୍ଡ ଅଧିକାରୀ। ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ବନ କର୍ମଚାରୀଙ୍କ ଦାବି ଉପରେ ସରକାର ବିଚାର କରୁଛନ୍ତି । କର୍ମଚାରୀଙ୍କୁ ଅସ୍ତ୍ରଶସ୍ତ୍ର ପ୍ରଦାନ, ଡିଭିଜନ ରି-ଷ୍ଟ୍ରକଚରିଂ ଭଳି କେତେକ ଦାବି ପୂରଣ କରାଯାଇସାରିଛି । ବନ କର୍ମଚାରୀଙ୍କ ଲାଗି ସ୍ବତନ୍ତ୍ର ୱେଲଫେୟାର ଫଣ୍ଡ ଓ ଷ୍ଟ୍ରାଇକିଂ ଫୋର୍ସ ଗଠନ ଭଳି ଦାବି ଉପରେ ବିଚାର କରାଯାଉଛି। 

ତେଣୁ ପାଟ୍ରୋଲିଂ କରିବା ନିଷ୍ପତ୍ତିରୁ ଓହରନ୍ତୁ ବନ କର୍ମଚାରୀ । ହେଲେ ବିଭାଗୀୟ ମନ୍ତ୍ରୀଙ୍କ ଅଜବ ଯୁକ୍ତି, ତାଙ୍କ ପାଖକୁ ଅଣ-ଗେଜେଟେଡ୍ ବନ କର୍ମଚାରୀଙ୍କ ଲିଖିତ ଦାବି ଆସିଲେ ଆବଶ୍ୟକ ପଦକ୍ଷେପ ନିଆଯିବ। ଏସବୁ ଭିତରେ ଶିମିଳିପାଳ ବନ କର୍ମଚାରୀ ହତ୍ୟା ଘଟଣାରେ ସ୍ଥାନୀୟ ଶିକାରୀଙ୍କ ସମ୍ପୃକ୍ତିକୁ ସ୍ବୀକାର କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ । କହିଛନ୍ତି, ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ପୋଲିସ ଡିଜିଙ୍କ ସହ ଆଲୋଚନା କରାଯାଇଛି।

Advertisment
Forest Department
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ