ଆକ୍ସନ ମୋଡରେ ବନ ବିଭାଗ, ରାତି ଅଧିଆ କମ୍ବିଂରେ ଶିକାରୀ ଓ ବନ୍ଧୁକ ଜବତ

ବନ କର୍ମଚାରୀଙ୍କ ଉପରେ ଶିକାରୀଙ୍କ ଆକ୍ରମଣ ପରେ ଆକ୍ସନ ମୋଡରେ ବନ ବିଭାଗ । କୁଳଡିହା ଅଭୟାରଣ୍ୟରେ ବନ ବିଭାଗ ପକ୍ଷରୁ ରାତି ଅଧିଆ କମ୍ବିଂ ଅପରେସନ କରାଯାଇଛି । ଏହି ଅପରେସନ ବେଳେ ୬ ଜଣ ଶିକାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୬ଟି ଦେଶୀ ବନ୍ଧୁକ ଜବତ କରାଯାଇଛି ।

Forest Dept

ବନ କର୍ମଚାରୀଙ୍କ ଉପରେ ଶିକାରୀଙ୍କ ଆକ୍ରମଣ ପରେ ଆକ୍ସନ ମୋଡରେ ବନ ବିଭାଗ । କୁଳଡିହା ଅଭୟାରଣ୍ୟରେ ବନ ବିଭାଗ ପକ୍ଷରୁ ରାତି ଅଧିଆ କମ୍ବିଂ ଅପରେସନ କରାଯାଇଛି । ଏହି ଅପରେସନ ବେଳେ ୬ ଜଣ ଶିକାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୬ଟି ଦେଶୀ ବନ୍ଧୁକ ଜବତ କରାଯାଇଛି ।

କୁଳଡିହା ବନ ବିଭାଗ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ନୀଳଗିରି ପୋଲିସ ପକ୍ଷରୁ ଏହି ମିଳିତ ଚଢ଼ାଉ କରାଯାଇଥିଲା । ଗତ କିଛିଦିନ ହେବ ବଢ଼ି ଚାଲିଛି ବନ କର୍ମଚାରୀଙ୍କ ଉପରେ ଆକ୍ରମଣ । କୁଲଡିହା ଅଭୟାରଣ୍ୟରେ ଶିକାରୀ ଗୁଳିରେ ୩ ଜଣ ବନ କର୍ମଚାରୀ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଅଛନ୍ତି । ଗୁରୁତର ୨ ବନ କର୍ମଚାରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ୨ ଶିକାରୀଙ୍କୁ ଗିରଫ କରିଛି କୁଳଡିହା ବନ ବିଭାଗ ।

ଅଧିକ ପଢ଼ନ୍ତୁ: ଅଭୟାରଣ୍ୟରେ ମାତିଲେଣି ମାଫିଆ; ବନ୍ଧୁକ ମୁନରେ ଧମକାଉଛନ୍ତି, ଦରକାର ପଡିଲେ..

ଅନ୍ୟପଟେ କେନ୍ଦ୍ରାପଡ଼ା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ବେଆଇନ ମାଛ ମାରୁଥିବା ଲୋକେ ଏହି ଆକ୍ରମଣ କରିଛନ୍ତି । ବନବିଭାଗର ୧୧ ଜଣିଆ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ସେମାନଙ୍କ ଉପରେ ଏହି ଆକ୍ରମଣ ହୋଇଛି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ହୁକିଟୋଲା ଫ୍ରଣ୍ଟ ମହାନଦୀ ପାଖରେ ଅଲଭି ରିଡ଼ଲେ କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଂ କରୁଥିଲେ ।

ସେମାନେ ଦେଖିଥିଲେ ଯେ, ନିଷିଦ୍ଧାଞ୍ଚଳରେ ୧୫ ରୁ ୨୦ ଟି ଟ୍ରଲର ବେଆଇନ୍ ଭାବେ ମାଛ ମାରୁଥିଲେ । ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଟ୍ରଲରଗୁଡ଼ିକ ସଂଘବଦ୍ଧ ହୋଇ ପାଟ୍ରୋଲିଂ ଟିମକୁ ଘେରି ଆକ୍ରମଣ କରିଥିଲେ । ଏହି ଘଟଣା ପରେ ବନବିଭାଗ ତରଫରୁ ଟ୍ରଲର ମାଲିକଙ୍କ ନାମରେ ଧାମରା ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି ।