Odisha Flood
ପ୍ରବଳ ବର୍ଷା ଯୋଗୁ ବେହାଲ ହୋଇଛି ଜନ ଜୀବନ । ରାଜ୍ୟର ଭଦ୍ରକ, ଯାଜପୁର, ବାଲେଶ୍ବର ପରେ କୋରାପୁଟ ଜିଲ୍ଲାର ଲମତାପୁଟରେ ମଧ୍ୟ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଯୋଗୁ ତୁକୁମ ଗାଁ ରାସ୍ତା ପୋଲ ଉପରେ ଦୁଇ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି । ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ତୁକୁମ, ପିପଲପୁଟ, ମଝାପୁଟ ଅଞ୍ଚଳକୁ ଯାତାୟାତ ଠପ୍ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ଲମତାପୁଟ ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଅନେକ ଘର ଭିତରେ ବର୍ଷା ପାଣି ପଶିଛି ।
ଘର ଭିତରେ ଦୁଇ ଫୁଟ ପାଣି ପଶିଯିବାରୁ ଲୋକଙ୍କ ଆସବାବ ପତ୍ର ନଷ୍ଟ ହୋଇଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ଜଳ ନିଷ୍କାସନ କରିଛନ୍ତି । ସେପଟେ ଲଗାଣ ବର୍ଷା ଯୋଗୁ ଜଳାପୁଟ ମୁଖ୍ୟ ଜଳଭଣ୍ଡାର ଓ ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ୨ଟି ଡ୍ୟାମର ୪ଟି ଗେଟ ଖୋଲିଦିଆଯାଇଛି ।
ସେହିପରି ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ବର୍ଷା ଲାଗି ରହିଛି । କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷରେ ଜନଜୀବନ ଅସ୍ତବ୍ୟସ୍ତ । କୋରାପୁଟ ଜିଲ୍ଲାରେ ଜଲାପୁଟ ଜଳଭଣ୍ଡାର ବିପଦ ସଙ୍କେତ ଛୁଇଁବାକୁ ଥିବା ବେଳେ ଜିଲ୍ଲାର ବେଇପାରୀଗୁଡ଼ା, ଜୟପୁର, କୋଟପାଡ, ବୋରିଗୁମ୍ମା, ଲକ୍ଷ୍ମିପୁର, ବନ୍ଧୁଗାଁ, ଦଶମନ୍ତପୁର ବ୍ଲକରେ ପ୍ରବଳ ବର୍ଷା ହୋଇଛି ।
ଜଲାପୁଟର ବିପଦ ସଙ୍କେତ ୨୭୫୦ ଘନଫୁଟ୍ ରହିଛି। ଏବେ ଜଳସ୍ତର ରହିଛି ୨୭୪୮ ଘନଫୁଟ୍। ସେହିପରି ବିଭିନ୍ନ ସ୍ଥାନରେ ରାଜରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ଫଳରେ ବୈପାରିଗୁଡ଼ା ବ୍ଲକ ରାମଗିରିଠାରୁ ଗୁପ୍ତେଶ୍ୱର ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ବୈପାରିଗୁଡ଼ାରୁ ମାଲକାନଗିରି ରାଜ୍ୟ ରାଜପଥରେ ବର୍ଷା ପାଣି ମାଡି ଆସିବାରୁ ଯାତାୟାତ ପ୍ରଭାବିତ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756194738.jpg)