Advertisment

ଖୁବ୍‌ଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ

ଖୁବ୍‌ଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ। ବହୁ ପ୍ରତୀକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି।

ଅଦ୍ୟତନ ହୋଇଛି
Flight Services From Kalahandi to Begin Soon

Flight services to start soon in Odisha Kalahandi

Advertisment

ଖୁବ୍‌ଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ। ବହୁ ପ୍ରତୀକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍’ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ DGCA ବିମାନ ଉଡ଼ାଣ ନିମନ୍ତେ ଗ୍ରୀନ୍‌ ସିଗ୍ନାଲ ଦେଇଛନ୍ତି।

Advertisment

ଏହାସହ ବିମାନ ଚଳାଚଳ ପାଇଁ DGCA ଲାଇସେନ୍ସ ପ୍ରଦାନ କରିଛନ୍ତି। DGCAର ଲାଇସେନ୍ସ ପରେ ଟ୍ୱିଟ୍‌ କରି ଖୁସିବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୁବ୍‌ଶୀଘ୍ର ଉତ୍କେଲା ଓ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ କରିବ ବୋଲି ଟ୍ୱିଟ୍‌ କରି କହିଛନ୍ତି ମୁଖ୍ୟମନ୍ତ୍ରୀ।

୧୯୬୨ରେ ସ୍ଥାପିତ ହୋଇଥିଲା କେବିକେ ଜିଲ୍ଲାର ଏହି ସର୍ବ ପୁରାତନ ଉତ୍କେଲା ଏୟାରଷ୍ଟ୍ରିପ୍। କଳାହାଣ୍ଡି କେସିଙ୍ଗା ବ୍ଳକ୍‌ ଅନ୍ତର୍ଗତ ଉତ୍କେଲାରେ ରହିଛି ଏହି ଏୟାରଷ୍ଟ୍ରିପ୍‌। ଏହାର ରନ୍‌ୱେ ସମ୍ପ୍ରସାରଣ ସହ ଟର୍ମିନାଲ୍ ବିଲ୍‌ଡିଂ, ଷ୍ଟାଫ୍ କ୍ୱାର୍ଟର୍ସ, ବାରାକ, ଅଗ୍ନିଶମ କାର୍ଯ୍ୟାଳୟ ଭଳି ଅନ୍ୟାନ୍ୟ ଭିତ୍ତିଭୂମି କାମ ପ୍ରାୟ ସରିଯାଇଛି। ଏବେ କେବଳ ଅପେକ୍ଷା ବିମାନ ଉଡ଼ାଣକୁ।

Advertisment
Flight Services
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ