• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଓଡ଼ିଶାର ମହିଳା ଉଦ୍ୟୋଗପତିଙ୍କ ଦ୍ୱାରା ଆୟୋଜିତ ହୋଇଛି ଦେଶର ପ୍ରଥମ ମହିଳା ବିଜନେସ ମେଳା ୨୦୨୨ । ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଏହି ମେଳାରେ ବଲିଉଡ୍ ଅଭିନେତ୍ରୀ ଲାରା ଦତ୍ତା ଯୋଗଦେଇ ମହିଳା ଉଦ୍ୟୋଗୀଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଇଣ୍ଡିଆନ୍ ଚାମ୍ବର ଅଫ କମର୍ସର ୱିମେନ ଏଣ୍ଟରପ୍ରିନିୟରସିପ୍ କାଉନସିଲର ଶହେରୁ ଅଧିକ ମହିଳା ଉଦ୍ୟୋଗୀ ଏଥିରେ ସାମିଲ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ମେଳାର ଉଦଘାଟନ କରିଛନ୍ତି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ । ମେଳାରେ ୧୫୦ଟି ଷ୍ଟଲ ଖୋଲିଛି । ଏହି ମେଳା କେବଳ ମହିଳା ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ହେଉଛି । ମେଳାରେ ଫୁଡ୍ ଷ୍ଟଲ, ପିଲାଙ୍କ ଖେଳ ଜୋନ୍, ସେଲଫି ଜୋନ୍ ଆଦି ବ୍ୟବସ୍ଥା କରାଯାଇଛି । ଏହି ମେଳା ରାଜ୍ୟ ସରକାରଙ୍କ MSME ବିଭାଗ ଦ୍ୱାରା ପରିଚାଳିତ ମିଶନ ଶକ୍ତି ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ମଧ୍ୟ ମେଳାରେ ଅଂଶ ଗ୍ରହଣ କରିଛନ୍ତି ।