ବସ୍‌- ଟ୍ରକ୍‌- ବାଇକ୍‌, ଆପେ ଆପେ ଜଳିଗଲା !

ଖବର ପାଇ ବାରକୋଟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

BUS-TRUCK- BIKE

ଚଳନ୍ତା ବାଇକରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ଚାଳକ । ଦେବଗଡ଼ ଜିଲ୍ଲା ୧୦ ନମ୍ବର ରାଜ୍ୟ ରାଜପଥ ବାହାଡାପୋଷି ଛକ ନିକଟରେ ଘଟିଛି ଅଘଟଣ । ସୁନ୍ଦରଗଡ଼ ଜିଲ୍ଲାର ଜାମ୍ବୁଡିଯତ ବାଇକରେ ଲହୁଣିପଡା ପଟୁ ବାହାଡିପୋଶି ଆସୁଥିବା ବେଳେ ଗାଡିରେ ହଠାତ ନିଆଁ ଲାଗି ଯାଇଥିଲା । ଗାଡ଼ିରେ ନିଆଁ ଲାଗିଥିବା ଦେଖିବା ପରେ ଗୋପବନ୍ଧୁ ଗାଡ଼ିରୁ ଓହ୍ଲାଇ ପଡିଥିଲେ । ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳଚ । ପରେ ଖବର ପାଇ ବାରକୋଟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ମାତ୍ର ବାଇକଟି ସମ୍ପୁର୍ଣ୍ଣ ପୋଡି ଯାଇଥିବା ଜଣାପଡିଛି ।

ସେପଟେ ଆଠଗଡ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଧବଳେଶ୍ୱର ଡିପ୍ଲୋମା କଲେଜ ପାଖ ପଡ଼ିଆରେ ଏକ ଟ୍ରକରେ ସଟସର୍କିଟରୁ ନିଆଁ ଲାଗିଯାଇଥିଲା । ଟ୍ରକର କ୍ୟାବିନଟି ସଂପୂର୍ଣ୍ଣ ପୋଡିଯାଇଛି । ଖବର ପାଇ ଆଠଗଡ଼ ଦମକଳ ବାହିନୀ ଘଟଣାସ୍ଥଳରା ପହଞ୍ଚି ନିଆଁକୁ ଆୟତ କରିଥିଲଶା ।

ସେହିଭଳି ଗଂଜାମ ବ୍ରହ୍ମପୁର ଅଂଚଳରେ ଏକ ବସ୍‌ରେ ମଧ୍ୟ ନିଆଁ ଲାଗିଛି । ବସ ରିଙ୍ଗ୍‌ କିଟରେ ନିଆଁ ଲାଗି ଧୂଆଁ ବାହାରିଥିଲା । ଏହାକୁ ଦେଖି ଲୋକେ ବସ୍‌ରୁ ତୁରନ୍ତ ଓହ୍ଲାଇ ପଡିଥିଲେ । ବସ୍‌ଟି ବ୍ରହ୍ମପୁରରୁ ଖାରିଆଗୁଡ଼ା ଯାଉଥିବା ବେଳେ ନିଆଁ ଲାଗିଯାଇଥିଲା । ଅତ୍ୟଧିକ ଗରମ ଯୋଗୁଁ ବସ ରିଙ୍ଗ୍‌ କିଟ୍‌ରେ ନିଆଁ ଲାଗିଥିଲା। ଯାତ୍ରୀ ମାନେ ଆଉ ଏକ ବସରେ ଖରିଆଗୁଡା ପହଞ୍ଚିଥିଲେ । ତେବେ ଏଥିରେ କେହି ଆହତ ହୋଇନାହାନ୍ତି । ଡ୍ରାଇଭର ପ୍ରାଥମିକ ଭାବେ ଜାଣି ଗାଡିକୁ ଅଟକାଇ ଦେବାରୁ ଗାଡ଼ିରେ ନିଆଁ ଲାଗିବାରୁ ବର୍ତ୍ତି ଯାଇଥିଲା ।