Train Fire Mishap
ବଡ଼ ଅଘଟଣ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ ଟ୍ରେନ୍ ଟ୍ରାଇଭର । ଗନ୍ଦିଆ-ଝାରସୁଗୁଡା ପାସେଞ୍ଜର ଟ୍ରେନ୍ ଇଞ୍ଜିନ୍ରେ ଲାଗିଲା ନିଆଁ । ବ୍ରଜରାଜନଗର ଷ୍ଟେସନରେ ଛିଡା ହୋଇଥିବାବେଳେ ଇଞ୍ଜିନ୍ରେ ଲାଗିଲା ନିଆଁ । ତେବେ ଏହି ନିଆଁ ପାସେଞ୍ଜର ବଗି ଆଡ଼େ ମାଡ଼ି ନଥିବା ବେଳେ କେବଳ ଇଞ୍ଜିନ୍ରେ ଲାଗିଥିଲା । ଇଞ୍ଜିନ୍ ପାଖରେ ଥିବା ଟ୍ରେନ ଚାଳକ ସୁରକ୍ଷିତ ଥିବା ନେଇ ସୂଚନା ରହିଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ କରୁଛି ଉଦ୍ୟମ । ତେବେ କାହିଁକି ନିଆଁ ଲାଗିଲା ଏହା ପଛରେ କାରଣ କ’ଣ ? ସେନେଇ କୌଣସି ସୂଚନା ନାହିଁ । ଏବେ ସୁଦ୍ଧା ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଏନେଇ ତଦନ୍ତ ପରେ ଜଣାପଡ଼ିବ । ରେଳ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666108776.jpg)