Advertisment

କଟକରେ ରାସ୍ତାଘାଟ ସମସ୍ୟା ପ୍ରସଙ୍ଗ: ଆସନ୍ତା ୨୭ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବକ୍ସ ଡ୍ରେନ୍ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ ବୋଲି କହିଛନ୍ତି ଆମିକସ କ୍ୟୁରୀ। ଆସନ୍ତା ନଭେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି।

ଅଦ୍ୟତନ ହୋଇଛି
Orrisa High Court On Cuttack Road Repair Work

High Court On Cuttack

Advertisment

କଟକରେ ରାସ୍ତାଘାଟ ସମସ୍ୟା ଦୂର ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତା ୨୭ ତାରିଖ ସୁଦ୍ଧା କାମ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ସମସ୍ତ ନିର୍ମାଣ ଓ ମରାମତି ୨୭ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ମାମଲାରେ ଆଜି ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିଥିଲେ ବିଭିନ୍ନ ବିଭାଗ ଅଧିକାରୀ। ସିଏମ୍‌ସି, ପିଡବ୍ଲୁଡି, ଆର ଆଣ୍ଡ ବି ଏବଂ ଗେଲ୍ ପ୍ରବନ୍ଧକ ପ୍ରମୁଖ ପକ୍ଷ ରଖିଛନ୍ତି।

Advertisment

ସେପଟେ ବକ୍ସ ଡ୍ରେନ୍ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ ବୋଲି କହିଛନ୍ତି ଆମିକସ କ୍ୟୁରୀ। ଆସନ୍ତା ନଭେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି। ଏହା ପୂର୍ବରୁ ରାସ୍ତା ଓ ଡ୍ରେନ୍ ନିର୍ମାଣ ସହ ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ନିଜ ଇଚ୍ଛା ଅନୁସାରେ ସମୟସୀମା ଧାର୍ଯ୍ୟ କରିପାରିବ ନାହିଁ ବୋଲି ସଫା ସଫା ଶୁଣାଇଥିଲେ ହାଇକୋର୍ଟ।

Odisha Cuttack Orissa High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ