ଆଜି ବିଧାନସଭାରେ ଆଗତ ହେବ ଚଳିତ ବର୍ଷର କାମଚଳା ବଜେଟ୍

ଏଥର ବଜେଟରେ ସରକାର କିଛି ଘୋଷଣା କରିପାରନ୍ତି । ତେବେ ଗତ ଦୁଇ ଦିନ ଧରି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ବଜେଟ୍ ଆଗତ ହେବାକୁ ଯାଉଛି ।

ଆଜି ରାଜ୍ୟ ବଜେଟ୍

ଆଜି ରାଜ୍ୟ ବଜେଟ୍ । ଚଳିତ ବର୍ଷର କାମଚଳା ବଜେଟ୍ ବିଧାନସଭାରେ ହେବ ଆଗତ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅପରାହ୍ଣ ୫ଟା ବେଳେ ଗୃହରେ ବଜେଟ୍ ଉପସ୍ଥାପନ କରିବେ । ନିର୍ବାଚନ ବର୍ଷ ଥିବାରୁ ଏହି କାମଚଳା ବଜେଟ୍ ବେଶ୍ ଗୁରୁତ୍ୱବହନ କରୁଛି ।

ଏଥର ବଜେଟରେ ସରକାର କିଛି ଘୋଷଣା କରିପାରନ୍ତି । ତେବେ ଗତ ଦୁଇ ଦିନ ଧରି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ବଜେଟ୍ ଆଗତ ହେବାକୁ ଯାଉଛି । ତେଣୁ ଅନୁମାନ କରଯାଉଛି କି ଆଜି ବି ଗୃହ ସରଗରମ ରହିପାରେ ।

ଫେବ୍ରୁଆରୀ ୫ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ ଆରମ୍ଭ ହୋଇଥିଲା । ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଷୋଡଶ ବିଧାନସଭାର ୧୫ତମ ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର କାମଚଳା ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।