Advertisment

ଏମିତି ବି ଆସେ ମୃତ୍ୟୁ, ପୁତୁରାର ଶବ ସତ୍କାରକୁ ଯାଇ ବଡ଼ବାପାଙ୍କ ମୃତ୍ୟୁ

ପୁତୁରାର ଅନ୍ତିମ ସଂସ୍କାର ପରେ ହଠାତ୍ ତୈଲୋକ ମହାନ୍ତି ସେଠି ଟଳି ପଡ଼ିଥିଲେ। ନିଜେ ଅସୁସ୍ଥ ଥିଲେ କିନ୍ତୁ ପୁତୁରାର ମୃତ୍ୟୁ ଖବର ଶୁଣି ସେ ଗାଁରୁ ପୁରୀ ଦୌଡ଼ି ଯାଇଥିଲେ। ପୁତୁରା ମୃତ୍ୟୁ ତାଙ୍କୁ ଗଭୀର ଆଘାତ ଦେଇଥିଲା।

ଅଦ୍ୟତନ ହୋଇଛି
Father Death

Father Death

Advertisment

ମୃତ୍ୟୁ ଏମିତି ବି ଆସେ। ପୁତୁରାର ଶବ ସତ୍କାରକୁ ଯାଇ ବଡ଼ବାପାଙ୍କ ମୃତ୍ୟୁ। ଏମିତି କିଛି ଅଭାବନୀୟ ଘଟଣା ଘଟିଛି, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବାଲିଝରୀ ଗାଁରେ। ଗତ ୧୫ ତାରିଖ ଦିନ କୋରାପୁର ଜରଟି ରେଳ ଷ୍ଟେସନ୍ ନିକଟରେ ସନ୍ଦିଗ୍ଧ ଅବସ୍ଥାରେ ରୁଦ୍ର ପ୍ରସାଦ ମହାନ୍ତିଙ୍କ ମୃତଦେହ ମିଳିଥିଲା। ରୁଦ୍ରଙ୍କ ଶବ ସତ୍କାର ପୁରୀ ସ୍ୱର୍ଗଦ୍ୱାରରେ ଆଜି ଭୋରରେ କରାଯାଇଥିଲା। ହେଲେ କିଏ ଜାଣିଥିଲା ଦଇବ ଆଉ କିଛି କରିବେ ବୋଲି।

Advertisment

ପୁତୁରାର ଅନ୍ତିମ ସଂସ୍କାର ପରେ ହଠାତ୍ ତୈଲୋକ ମହାନ୍ତି ସେଠି ଟଳି ପଡ଼ିଥିଲେ। ନିଜେ ଅସୁସ୍ଥ ଥିଲେ କିନ୍ତୁ ପୁତୁରାର ମୃତ୍ୟୁ ଖବର ଶୁଣି ସେ ଗାଁରୁ ପୁରୀ ଦୌଡ଼ି ଯାଇଥିଲେ। ପୁତୁରା ମୃତ୍ୟୁ ତାଙ୍କୁ ଗଭୀର ଆଘାତ ଦେଇଥିଲା। ଯାହା ଫଳରେ ପୁତୁରାର ଅନ୍ତିମ ସଂସ୍କାର ପରେ ମୃତ୍ୟୁ ବରଣ କରିଥିଲେ ବଡ଼ବାପା। ଏହି ଘଟଣା ଏବେ ପୁରା କେନ୍ଦ୍ରାପଡ଼ା ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି।

Odisha Kendrapara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ