Advertisment

ବାପା ହୋଇ ଦେଲେ କନ୍ୟା ସନ୍ତାନକୁ ଜନ୍ମ; ସ୍ତନ୍ୟପାନ କରେଇ ବଢେଇଲେ

ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ନିଶ୍ଚୟ ଦେଖିଥିବେ ଏବଂ ଶୁଣିଥିବେ ଯେ ଜଣେ ମା’ ହିଁ ସନ୍ତାନକୁ ଜନ୍ମ ଦିଏ ଏବଂ ତାଙ୍କୁ ସ୍ତନ୍ୟପାନ କରାଏ। କିନ୍ତୁ ଏପରି ଏକ ଖବର ଆସିଛି ଯେଉଁଠି ଜଣେ ବାପା ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ସହ ତାଙ୍କୁ ସ୍ତନ୍ୟପାନ କରେଇ ଲାଳନ ପାଳନ କରିଛନ୍ତି।

ଅଦ୍ୟତନ ହୋଇଛି
Father Gives Birth To Baby And Breastfeed

Father gives birth to baby and breastfeed girl

Advertisment

ପ୍ରତ୍ୟେକ ସନ୍ତାନର ଜୀବନରେ ମା’ର ସ୍ଥାନ ସର୍ବୋଚ୍ଚ ହୋଇଥାଏ କାରଣ ମା’ର ଗର୍ଭ ବିନା କୌଣସି ଜନ୍ମ ସମ୍ଭବ ନୁହେଁ। ପିଲା ଖାଇବା ପିଇବା ଶିଖିବା ପର୍ଯ୍ୟନ୍ତ ମା’ର କ୍ଷୀର ହିଁ ସବୁକିଛି ହୋଇଥାଏ। କିନ୍ତୁ ଏଥିରେ ଦେଖାଦେଇଛି ବ୍ୟତିକ୍ରମ। ଏଥିରେ ଯୋଡିହୋଇଛି ଜଣେ ବାପାର କାହାଣୀ। ସିଏ ନିଜ ଝିଅକୁ ଜନ୍ମ ଦେବା ସହ ତାକୁ ସ୍ତନ୍ୟପାନ କରେଇ ବଢାଇଛନ୍ତି।

Advertisment

ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ନିଶ୍ଚୟ ଦେଖିଥିବେ ଏବଂ ଶୁଣିଥିବେ ଯେ ଜଣେ ମା’ ହିଁ ସନ୍ତାନକୁ ଜନ୍ମ ଦିଏ ଏବଂ ତାଙ୍କୁ ସ୍ତନ୍ୟପାନ କରାଏ। କିନ୍ତୁ ଏପରି ଏକ ଖବର ଆସିଛି ଯେଉଁଠି ଜଣେ ବାପା ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ସହ ତାଙ୍କୁ ସ୍ତନ୍ୟପାନ କରେଇ ଲାଳନ ପାଳନ କରିଛନ୍ତି।

ଅଧିକ ପଢ଼ନ୍ତୁ: ୮୬ ବର୍ଷର ପୁରୁଣା ଏକ ଚିତ୍ରରେ ବ୍ୟକ୍ତିଙ୍କ ହାତରେ ସ୍ମାର୍ଟଫୋନ୍!

ଏହି ବ୍ୟକ୍ତିଙ୍କ ନାମ ହେଲା ଟାନିୟସ୍ ଏବଂ ସେ ଫ୍ଲୋରିଡାର ବାସିନ୍ଦା। ଟାନିୟସ୍ କହିଛନ୍ତି ଯେ ଯଦି ଜଣେ ମା’ ନିଜ ସନ୍ତାନ ପାଇଁ ଏ ସବୁ କରିବା ଦ୍ୱାରା ତାଙ୍କୁ ସମ୍ମାନର ସହିତ ଦେଖାଯାଏ କିନ୍ତୁ ଲୋକମାନେ ତାଙ୍କୁ ଘୃଣା କରୁଛନ୍ତି।

Advertisment

ସରୋଗେସି ମାଧ୍ୟମରେ, ଆଜିକାଲି ମହିଳାମାନେ ବିନା ପାର୍ଟନର୍‌ରେ ସିଙ୍ଗଲ ମଦର ହେଇପାରୁଛନ୍ତି। ଏହା ଏକ ମା’ ହେବାର ସ୍ୱପ୍ନକୁ ପୂରଣ କରେ, କିନ୍ତୁ ଏଠାରେ ଜଣେ ବାପା ନିଜ ଶରୀରରେ କିଛି ପରିବର୍ତ୍ତନ କରି ମାଆ ହେବାର ସ୍ୱପ୍ନକୁ ପୂରଣ କରିଛନ୍ତି।

Father gives birth to baby and breastfeed girl(ଝିଅ ସହ ଟାନିୟସ୍)

୬ ବର୍ଷ ପୂର୍ବେ ଯେତେବେଳେ ସେ ତାଙ୍କ ଗର୍ଭଧାରଣ ବିଷୟରେ ଜାଣିଲେ, ତାଙ୍କୁ ଅନେକ ଶାରୀରିକ ପରିବର୍ତ୍ତନ ଦେଇ ଗତି କରିବାକୁ ପଡିଲା। ତାଙ୍କ ପେଟ ଫୁଲିବା ଆରମ୍ଭ କଲା ଏବଂ ଅସୁସ୍ଥତା ଦେଖାଗଲା। ବହୁ ଅସୁବିଧାର ସମ୍ମୁଖୀନ ହେବା ପରେ ସେ ଶେଷରେ ନିଜ ଶିଶୁ କନ୍ୟାକୁ ଜନ୍ମ ଦେଲେ। କେବଳ ଏତିକି ନୁହେଁ, ଜଣେ ମା’ ପରି ସେ ନିଜ ଶିଶୁ କନ୍ୟାକୁ କ୍ଷୀର ଖାଇବାକୁ ଦେଇ ପ୍ରତିପୋଷଣ କଲେ। ବର୍ତ୍ତମାନ ତାଙ୍କ ଝିଅକୁ ୬ ବର୍ଷ ହୋଇଛି।

Advertisment

ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଯେତେବେଳେ ଟାନିୟସ୍ ତାଙ୍କ କାହାଣୀକୁ ବିଶ୍ୱ ସାମ୍ନାରେ ରଖିଥିଲେ, ସେତେବେଳେ ତାଙ୍କୁ ବିଭିନ୍ନ ପ୍ରକାରର ଅପମାନ ଏବଂ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଲା। ଲୋକମାନେ ତାଙ୍କୁ ଅନେକ ଛି ଛାକର କଲେ ଏବଂ ଶୀଘ୍ର ତାଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ ମଧ୍ୟ ଶୁଣେଇଲେ।

ଟାନିୟସ କିନ୍ତୁ ଏଥିପ୍ରତି ଧ୍ୟାନ ଦେଇ ନଥିଲେ। ସେ ନିଜ ଝିଅକୁ ପ୍ରତିପୋଷଣ କରିବାରେ ଲାଗିଲେ। ବେଳେବେଳେ ଲୋକେ ତାଙ୍କୁ ଏଲିୟନ୍ ବୋଲି କୁହନ୍ତି, କିନ୍ତୁ ଟାନିୟସ୍ ତାଙ୍କ କାହାଣୀ ସହିତ ଅନ୍ୟମାନଙ୍କୁ ପ୍ରେରଣା ଦେବାକୁ ଚାହାଁନ୍ତି। ସେ କହିଛନ୍ତି ଯେ ଲୋକମାନେ ତାଙ୍କୁ ଏଲିୟନ୍ ବୋଲି କୁହନ୍ତି କିନ୍ତୁ ସେ ଜଣେ ମଣିଷ ଏବଂ ତାଙ୍କର ମଧ୍ୟ ଭାବନା ଅଛି।

Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ