Advertisment

ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ ପୁଅଙ୍କ ଜୀବନ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଚକାପାଦ-ଟିକାତାଳ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଓ କାର୍ ମୁହାଁମୁହିଁ ଧକ୍କା ହେବାଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Father Son Death

Father Son Death

Advertisment

ଦୁର୍ଘଟଣାରେ ବାପପୁଅ ମୃତ । ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବେଗୁନିଆ ଥାନା ଚକାପାଦ-ଟିକାତାଳ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା  ବୋଲଗଡର ମଧୁସୂଦନ ଦାସ ଏବଂ ତାଙ୍କ ପୁଅ କ୍ଷୀରୋଦ ଏକ ବାଇକରେ ଖୋର୍ଦ୍ଧା ଯାଉଥିଲେ ।

Advertisment

ତେବେ ଚକାପାଦ-ଟିକାତାଳ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ଗାଡି ସହ ସେମାନଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା ।

ଘଟଣାସ୍ଥଳରେ ବାପା ମଧୁସୂଦନଙ୍କର ମୃତ୍ୟୁ ଘଟିଥିଲା । ପୁଅ କ୍ଷୀରୋଦଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। 

Advertisment
Road Accident Father Son Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ