Advertisment

ଦୃଢ ଇଛାଶକ୍ତି ଥିଲେ ସବୁ ସମ୍ଭବ; ଦାଦନ ଛାଡି ଗାଁରେ ଫଳାଇଲେ ସୁନାର ଫସଲ

ଗଞ୍ଜାମ ଜିଲ୍ଳା ସୋରାଡ଼ା ବ୍ଲକ ଋଷିକୁଲ୍ୟା ନଦୀକୂଳେ ଅବସ୍ଥିତ ହାତୀଗଡା ଗାଁ। ନଦୀକୂଳେ ଥିବା ଚାଷଜମିରେ ବିଭିନ୍ନ କିସମର ପନିପରିବା ଚାଷ କରାଯାଇଛି। ଟମାଟୋ, ବାଇଗଣ, ଫୁଲକୋବି, କଞ୍ଚାଲାଙ୍କା ଭଳି ବିଭିନ୍ନ ପ୍ରକାରର ପନିପରିବା ଚାଷ ହୋଇଛି।

ଅଦ୍ୟତନ ହୋଇଛି
Farmers in Ganjam earn massive profit through vegetable farming, set example for many

vegetable farming

Advertisment

କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୋଇଥାଏ। ପନିପରିବା ଚାଷ ଦେଇଛି ସ୍ୱତନ୍ତ୍ର ପରିଚୟ। ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟକୁ ଦେଇଛନ୍ତି ରୋଜଗାର। ଆଉ ହୋଇପାରିଛନ୍ତି ସଫଳ ଚାଷୀ।

Advertisment

ଗଞ୍ଜାମ ଜିଲ୍ଳା ସୋରାଡ଼ା ବ୍ଲକ ଋଷିକୁଲ୍ୟା ନଦୀକୂଳେ ଅବସ୍ଥିତ ହାତୀଗଡା ଗାଁ। ନଦୀକୂଳେ ଥିବା ଚାଷଜମିରେ ବିଭିନ୍ନ କିସମର ପନିପରିବା ଚାଷ କରାଯାଇଛି। ଟମାଟୋ, ବାଇଗଣ, ଫୁଲକୋବି, କଞ୍ଚାଲାଙ୍କା ଭଳି ବିଭିନ୍ନ ପ୍ରକାରର ପନିପରିବା ଚାଷ ହୋଇଛି। ତେବେ ଏହାକୁ ଚାଷ କରିଛନ୍ତି ଗାଁର କିଛି ଯୁବକ ଓ ଚାଷୀ। ଯେଉଁମାନେ ଦିନ ଥିଲା ବାହାର ରାଜ୍ୟକୁ ଦାଦାନ ଖଟିବାକୂ ଯାଉଥିଲେ ଆଜି ସେମାନେ ନିଜ ଗାଁରେ ଚାଷ କରି ନିଜକୁ ସ୍ୱାବଲମ୍ବୀ ସହିତ ରୋଜଗାରକ୍ଷମ କରାଇଛନ୍ତି। ଯାହାକି ସେମାନେ ଅନ୍ୟମାନଙ୍କ ପାଇଁ ଏକ ଉଦାହାରଣ ସାଜିଛି।

ଦେଖନ୍ତୁ ଭିଡିଓ | ଇଛାଶକ୍ତି ଦେଇଛି ରୋଜଗାର, ଲକ୍ଷେ ଲକ୍ଷେ କମାଉଛନ୍ତି ଏହି ମହିଳା

ସେହପରି ଅନ୍ୟ ଜଣେ ଚାଷୀ ହେଉଛନ୍ତି ଗିରିଧର ନାହାକ। ଘର ତାଙ୍କର ଗଞ୍ଜାମ ଜିଲ୍ଳା ଝାରେଡି ପଞ୍ଚାୟତ ସିପକୁଦା ଗାଁର। ଗତବର୍ଷ ମେ ମାସରେ ସେ ଗଞ୍ଜାମ ଛାଡି ଗଜପତି ଜିଲ୍ଲା ମୋହନାକୁ କାମ ଅନୁସନ୍ଧାନରେ ଆସିଥିଲେ। ଜଣେ ବ୍ୟକ୍ତିଙ୍କର ପଡିଆ ପଡିଥିବା ଜମିରେ ୨ ଏକର ଜମିରେ ଚାଷ ଆରମ୍ଭ କରିଥିଲେ। ମାତ୍ର ୮ ମାସ ମଧ୍ୟରେ ଭଲ ଫସଲ କରିବା ସହିତ ୮ ରୁ ୧୦ ଜଣ ଚାଷୀଙ୍କୁ ରୋଜଗାର ମଧ୍ୟ ଦେଇପାରିଛନ୍ତି ଗିରିଧର। ନିଜ ଜମି ନଥାଇ ଅନ୍ୟ ଜମିରେ ଚାଷ କରିବା ସହିତ ଅନ୍ୟମାନଙ୍କୁ ରୋଜଗାର ଦେଇ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଗିରିଧର। ତାଙ୍କର ଏହି ପ୍ରୟାସକୁ ଅଞ୍ଚଳର ସମସ୍ତ ପ୍ରଂଶସା ମଧ୍ୟ କରିଛନ୍ତି।

Advertisment

ନିଜ ଜମି ନଥାଇ ଅନ୍ୟ ଜମିରେ ଚାଷ କରିବା ସହିତ ଦାଦନ ଖଟିବା ପରିବର୍ତ୍ତେ ସଫଳ ଚାଷୀ ହୋଇ ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ।

Vegetable Farming
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ