ଚିନ୍ତାରେ ଲିଚୁ ଚାଷୀ, ଅମଳ ପୂର୍ବରୁ ନଷ୍ଟ ହେଲାଣି ପେନ୍ଥା ପେନ୍ଥା ଲିଚୁ

ଦାଉ ସାଧିଲା ପ୍ରବଳ ଗ୍ରୀଷ୍ମପ୍ରବାହ । ଚିନ୍ତାରେ ଲିଚୁ ଚାଷୀ । ଅମଳ ପୂର୍ବରୁ ନଷ୍ଟ ହେଲାଣି ପେନ୍ଥା ପେନ୍ଥା ଲିଚୁ । ଚଳିତ ବର୍ଷ ପ୍ରବଳ ଖରା ଓ ବର୍ଷା ନହେବାରୁ ଲିଚୁ ଚାଷୀ ଚିନ୍ତାରେ ପଡ଼ିଛି । ଗଛରେ ପେନ୍ଥା ପେନ୍ଥା ଲିଚୁକୋଳି ହୋଇଥିଲେ ମଧ୍ୟ ପ୍ରବଳ ଖରାରେ ଲିଚୁଗୁଡ଼ିକ ଫାଟିଯିବା ସହ ପଚିବାକୁ ଆରମ୍ଭ କଲାଣି ।

Farmers express concern

ଏ ବର୍ଷ ଭଲ ଲିଚୁ ଫଳିଥିବାରୁ ଅଧିକ ଦୁଇ ପଇସା ରୋଜଗାର ଆଶାରେ ଥିଲା ଚାଷୀ । ହେଲେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲିଚୁ ଚାଷୀର ସ୍ୱପ୍ନକୁ ଭାଙ୍ଗିଦେଇଛି । ଗୋଟିଏ ଗଛରୁ ଲିଚୁ ବ୍ୟବସାୟ କରି ଯେଉଁ ଚାଷୀ ୫୦ ହଜାର ଟଙ୍କା ରୋଜଗାର କରିଥା’ନ୍ତା... ଏବେ ସେହି ଗୋଟିଏ ଗଛରୁ ୧୦ ହଜାର ଟଙ୍କା ଲିଚୁ ବିକ୍ରି ହେବ କି ନାହିଁ ବୋଲି ଚାଷୀମାନେ କହିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର କୁଳିପୋଷ, ଖୁଟୁଗାଁ, ଗଡ଼ରୁଆଁ ଅଂଚଳରରେ ବିଶେଷ ଭାବେ ଲିଚୁଚାଷୀ ପ୍ରଭାବିତ ହୋଇଛନ୍ତି । ଶହଶହ ଗଛରେ ସିନା ଲିଚୁ ଗୁଡ଼ିକ ଲାଲ ଟହଟହ ଦିଶୁଛି ହେଲେ ଅଧାରୁ ଅଧିକ ଲିଚୁ ପାଚି, ଫାଟି ନଷ୍ଟ ହୋଇଛି । ତେଣେ ଚାଷୀଙ୍କ ଅଭିଯୋଗ ଅନୁସାରେ ବାରମ୍ବାର ବିଦ୍ୟୁତ୍‌ କାଟ୍‌ ହେଉଛି । ଫଳରେ ଗଛ ମୂଳରେ ପାଣି ଦେଇ ହେଉନାହିଁ । ସରକାର ଯଦି ଏଥି ପ୍ରତି ଧ୍ୟାନ ଦିଅନ୍ତେ ତେବେ ସେମାନେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ଲିଚୁ ଚାଷୀମାନେ ।