• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଚାଷୀ ଘର ପିଲା ଇଣ୍ଡିଆ ଟପ୍ପର । ଇଚ୍ଛାଶକ୍ତି ଥିଲେ ବାଟ ଆପେ ଆପେ ଦେଖାଯାଏ । ଆଉ ନିଷ୍ଠା ଥିଲେ ସଫଳତା ବେଶୀ ଦୂର ନୁହେଁ । ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇ ଏଭଳି ବାର୍ତ୍ତା ଦେଇଛନ୍ତି ଦୁଇଜଣ ଛାତ୍ର ଛାତ୍ରୀ । ସେମାନଙ୍କ ପାଇଁ ବାରିପଦା ITI କଲେଜ ଏବେ ଗର୍ବିତ ।

ଝିଅଟେ ହୋଇ କାର୍ପେଣ୍ଟର କଣ ହେବ ! ଏଭଳି ଚିନ୍ତାଧାରାକୁ ଭୁଲ ପ୍ରମାଣିତ କରି ଅଲ୍ ଇଣ୍ଡିଆ ରାଙ୍କ୍ ୱାନ୍ ହାସଲ କରିଛନ୍ତି ବାରିପଦା ତଖତପୁର ITI କଲେଜର ଛାତ୍ରୀ ନିକମଣି ସୋରେନ । ଗରିବ ଚାଷୀ ପରିବାରର ଝିଅ ନିକମଣି ଯୁକ୍ତ ଦୁଇ ବିଜ୍ଞାନ ପଢିବା ପରେ ବାରିପଦା ITI ରେ କାରପେଣ୍ଟର ବିଭାଗରେ ଯୋଗ ଦେଇଇଥିଲେ । ଦୃଢ ମନୋବଳ ଓ ଗଭୀର ଆତ୍ମବିଶ୍ୱାସ ପାଇଁ ସେ ସର୍ବଭାରତୀୟ ସ୍ତରରେ ଟ୍ରେଡ ଟେଷ୍ଟରେ ଟପ୍ପର ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ଆଉ ଜଣେ ହେଉଛନ୍ତି ଉମେଶ କୁମାର ମହନ୍ତ । ମାଟ୍ରିକ ପରେ ବାରିପଦା ITIରେ ମେନିନ୍ ଟୁଲ ମେଣ୍ଟେନାସରେ ନାମ ଲେଖାଇଥିଲେ । ଗରିବ ଚାଷୀ ପରିବାରର ପିଲା ଉମେଶ ଭଲ ପାଠ ପଢି ଚାକିରି ଟିଏ କରିବି ବୋଲି ଲକ୍ଷ୍ୟ ରଖି ନିଜର କର୍ତ୍ତବ୍ୟ ଜାରି ରଖିଥିଲେ । ତାଙ୍କ ଇଚ୍ଛାଶକ୍ତି ତାଙ୍କୁ ସଫଳତା ବାଟ ଦେଖାଇଥିଲା । ଗତ ଅଗଷ୍ଟ ମାସରେ ହୋଇଥିବା ସର୍ବଭାରତୀୟ ଟ୍ରେଡ ଟେଷ୍ଟରେ ସେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ନିକମଣି ଓ ଉମେଶଙ୍କ ପରିଶ୍ରମର ଫଳ ସାରା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛି । ସେମାନଙ୍କ ସଫଳତା ପାଇଁ ବାରିପଦା ITI କଲେଜ ଆଜି ଗର୍ବିତ । ବୈଷୟିକ ଶିଳ୍ପ ତାଲିମରେ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ଅନେକ ସୁଯୋଗ ରହିଛି । ଗରିବ ପରିବାରରେ ଜନ୍ମ ହୋଇ ଅଭାବ ଭିତରେ ବି ନିକମଣି ଏବଂ ଉମେଶ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

(ରିପୋର୍ଟ- ମାନିକ୍ ଲାଲ୍ ପାଣି ବାରିପଦା)