Advertisment

ମରୁଡି ହେଲା କି କାଳ! ଚାଷ କ୍ଷତି ସହି ନପାରି ଜୀବନ ହାରିଲେ ଚାଷୀ

ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବର୍ଷା ଅଭାବ ଜନିତ ଚାଷ କ୍ଷତି ପାଇଁ ବିଷ ପିଇଥିବା ନେଇ ମୃତ ଚାଷୀଙ୍କ ପୁଅ କହିଛନ୍ତି।

ଅଦ୍ୟତନ ହୋଇଛି
Farmer Suicide

Farmer Suicide

Advertisment

ବଲାଙ୍ଗିର: ବର୍ଷା ଅଭାବରୁ ମରୁଡ଼ି ହେତୁ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ। ଚାଷୀ ଆତ୍ମହତ୍ୟା ନେଇ ଅଭିଯୋଗ ଆସିଛି ବଲାଙ୍ଗିର ତୁରେଇକେଲା ବ୍ଲକ କାଦୋବେରା ଗାଁରୁ। କାଦୋବେରାର ଚାଷୀ ରେଚକା ବଞ୍ଛୋରଙ୍କ ବିଷପିଇ ଆତ୍ମହତ୍ୟା କରିଛନ୍ତି। ଗତକାଲି ରେଚକା ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବର୍ଷା ଅଭାବ ଜନିତ ଚାଷ କ୍ଷତି ପାଇଁ ବିଷ ପିଇଥିବା ନେଇ ରେଚକାଙ୍କ ପୁଅ କହିଛନ୍ତି।  

Advertisment

ସେହିପରି କିଛି ଦିନ ତଳେ ସମ୍ବଲୁପର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଧନକଉଡ଼ା ବ୍ଲକ୍‌ କୁଦଗୁଣ୍ଡେରପୁର ଗାଁରେ ଜଣେ ଚାଷୀ କୈବଲ୍ୟ ରୋହିଦାସ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ କହିଥିଲେ ।  ଚାଷ କ୍ଷତି ଓ ଧାନ ବିକ୍ରି ସମସ୍ୟା ପାଇଁ ବିଷ ପିଇ ଦେଇଥିଲେ ଚାଷୀ କୈବଲ୍ୟ । ବିଷ ପିଇବା ପରେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃୃତ୍ୟୁ ଘଟିଛି ।

ରାଜ୍ୟର ପ୍ରଭାବିତ ଅଞ୍ଚଳରେ ମରୁଡ଼ି ଘୋଷଣା କରିବାକୁ ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ମୋହନ ମାଝୀ ଅଭିଯୋଗ କରିଥିଲେ ଯେ, ମରୁଡ଼ି ମୁକାବିଲା ପାଇଁ ରାଜ୍ୟ ସରକାର କିଛି କରିନାହାନ୍ତି। ସମଗ୍ର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇସାରିଲାଣି। ମରୁଡ଼ି ଘୋଷଣା କରାଯାଇ ଚାଷୀଙ୍କ ଲାଗି ତୁରନ୍ତ ପ୍ୟାକେଜ ଘୋଷଣା ହେଉ। ନଦୀ ଜଳ ସଂରକ୍ଷଣ ପାଇଁ ସରକାର ଟାସ୍କଫୋର୍ସ ଗଠନ କରନ୍ତୁ।

Advertisment
Odisha News Farmer Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ