Advertisment

ବହୁତ ପ୍ରତିବନ୍ଧକ ପରେ ସପରିବାର ଆମେ ଚେନ୍ନାଇରେ ଏକାଠି ହୋଇଛୁ: ପ୍ରକୃତିଙ୍କ ମା

ବାବୁସାନ-ତୃପ୍ତି ଓ ପ୍ରକୃତି କଳି ଭିତରେ ପ୍ରକୃତିଙ୍କ ପରିବାରର କିଛି ଫଟୋ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Family Of Prakruti Mishra visits Chennai; Actress’s mother shares family pictures

Family Of Prakruti Mishra visits Chennai; Actress’s mother shares family pictures

ବାବୁସାନ-ତୃପ୍ତି ଓ ପ୍ରକୃତି କଳି ଭିତରେ ସାମ୍ନାକୁ ଆସିଛି ପ୍ରକୃତିଙ୍କ ପରିବାରର କିଛି ଫଟୋ । ପ୍ରକୃତିଙ୍କ ମାକୃଷ୍ଣପ୍ରିୟା ମିଶ୍ର ସୋସିଆଲ୍ ମିଡ଼ିଆରେ କିଛି ଫଟୋ ପୋଷ୍ଟ କରିଛନ୍ତି । ଯେଉଁଠି ସପରିବାର ଏକାଠି ଥିବା ଦେଖିବାକୁ ମିଳିଛି । ଏହି ଫଟୋ ପୋଷ୍ଟ କରି କୃଷ୍ଣପ୍ରିୟା ଲେଖିଛନ୍ତି ଯେ, ବହୁତ ପ୍ରତିବନ୍ଧକ ପରେ ସପରିବାର ଆମେ ଚେନ୍ନାଇରେ ଏକାଠି ହୋଇଛୁ । ଏବେ ଆମେ ସାମାନ୍ୟ ରିଲାକ୍ସ ଅନୁଭବ କରୁଛୁ । ତେବେ ଏହି ଫଟୋରେ ପ୍ରକୃତିଙ୍କ ସମେତ ତାଙ୍କ ବାପା ତଥା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ସହ ସମ୍ପର୍କୀୟ ଓ ପରିବାର ସଦସ୍ୟ ଥିବା ଦେଖିବାକୁ ମିଳିଛ ।

Advertisment

ସେପଟେ ଫିଲ୍ମ ପ୍ରମୋସନ ଏବଂ ଉତ୍କଳ ଆସୋସିଏସନ୍ ଅଫ୍ ମାଡ୍ରାସ୍ ପକ୍ଷରୁ ଆୟୋଜିତ ଉତ୍କଳ ଦିବସ ସେଲିବ୍ରେସନରେ ଯୋଗଦେବାକୁ ଚେନ୍ନାଇ ଯାଇ ଅଭିନେତା ବାବୁସାନଙ୍କ ଖୋଜ୍‌ଖବର ମିଳୁନାହିଁ । ତାକୁ ନେଇ ଏବେ ନାନା ଚର୍ଚ୍ଚା ଲାଗିରହିଛି । କାରଣ ଦମନ୍ ସିନେମାର ଟିମ୍ ପ୍ରମୋସନ ସାରି ଓଡ଼ିଶା ଫେରିଆସିଛି ହେଲେ ତାଙ୍କ ସହ ବାବୁସାନ ଫେରିନାହାଁନ୍ତି ।

ଘଟଣାକୁ ନେଇ ଦମନ ସିନେମାର ନିର୍ଦ୍ଦେଶକ କହିଛନ୍ତି, ଭୁବନେଶ୍ୱରରେ ଘଟିଥିବା ଘଟଣା କାରଣରୁ ବାବୁସାନ ବହୁତ ଡିଷ୍ଟର୍ବ ଥିଲେ। ଏପରିକି ଷ୍ଟେଜ ଉପରକୁ ଯିବା ଅବସ୍ଥାରେ ବି ନଥିଲେ। ତେଣୁ ତାଙ୍କୁ ଦମନ୍ ଫିଲ୍ମର ପ୍ରଯୋଜକ ସୌଜନ୍ୟତା ଦୃଷ୍ଟିରୁ ମନା କରିଦେଇଥିଲେ। ବାବୁସାନ ପ୍ରଯୋଜକ ମନା କରିବାରୁ କାର୍ଯ୍ୟକ୍ରମରେ ଯୋଗଦେଇ ପାରିନଥିବା କଥା ଏକ ଭିଡ଼ିଓ ଜାରି କରି କହିଥିଲେ।

Advertisment

ତେବେ କାହିଁକି ଚେନ୍ନାଇରୁ ଆସୁନାହାଁନ୍ତି ବାବୁସାନ ଓ ପ୍ରକୃତି ? ଉଭୟଙ୍କୁ ଖାରବେଳନଗର ପୋଲିସ ନୋଟିସ୍ କରିବା ସତ୍ତ୍ୱେ ଥାନାରେ ହାଜର ହେଉନାହାଁନ୍ତି କାହିଁକି ? ଇତିମଧ୍ୟରେ ପୋଲିସ ୨ଟି ଏତଲା ଆଧାରରେ ବାବୁସାନ ଓ ପ୍ରକୃତିଙ୍କ ପରିବାରର ୭ ଜଣଙ୍କୁ ପଚରାଉଚରା କରିସାରିଛି । ଏପରିକି ଗଣ୍ଡଗୋଳ ବେଳେ ଭିଡ଼ିଓ ନେଇଥିବା ତୃପ୍ତିଙ୍କ କେୟାରଟେକରଙ୍କୁ ବି ନୋଟିସ କରିଛି ଖାରବେଳନଗର ପୋଲିସ । ହେଲେ ଆଜିକୁ ୪ ଦିନ ହେଲା ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ପାଖରେ ଅଟକି ରହିଛି ପୋଲିସ ତଦନ୍ତ । ଥାନାକୁ ଆସିବା ପରେ ଉଭୟେ ପୋଲିସ ଆଗରେ କି ବୟାନ ଦେବେ ? ବିଚ ବଜାରରେ ଆଇନକୁ ହାତକୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଯେଭଳି ଆକ୍ରମଣ ଉଦ୍ୟମ କରିଥିଲେ ବାବୁସାନଙ୍କ ପତ୍ନୀ ତ୍ରିପ୍ତି ଶତପଥୀ, ତାଙ୍କ ବିରୋଧରେ କି କାଯର୍ୟାନୁଷ୍ଠାନ ନେବ ପୋଲିସ ?

Prakruti Mishra Family Pictures
Advertisment
Advertisment