family cremates another man body after courier firm mixes up delivery of corpses
ମୃତଦେହ ଅଦଳବଦଳ। ଅଜାଣତରେ ନିଜ ଲୋକର ଭାବି ଦାହ ସଂସ୍କାର କରିଦେଲେ ଅନ୍ୟ ଏକ ମୃତଦେହ। କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ କୁଆଁସାଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ, ଗାଁର ବିଳାସ ଭୂୟାଁ ୧୫ ବର୍ଷରୁ ଅଧିକ ଦିନ ହେବ ମୁମ୍ବାଇର ଏକ ଘରୋଇ ମୋଟର ଶୋ ରୁମ୍ରେ କାମ କରୁଥିଲେ। ଗତ ୮ ତାରିଖ ଦିନ ସେ ହଠାତ୍ ଅସୁସ୍ଥ ହୋଇ ମୃତ୍ୟୁବରଣ କଲେ। ପରେ ତାଙ୍କ ମୃତଦେହକୁ ଏକ ଘରୋଇ କୋରିଅର କମ୍ପାନୀ ଜରିଆରେ ଗାଁକୁ ପଠାଯାଇଥିଲା। ଗାଁରେ ମୃତଦେହ ପହଞ୍ଚିବା ପରେ ଗତକାଲି ସନ୍ଧ୍ୟାରେ ଅନ୍ତିମ ସଂସ୍କାର କରାଯାଇଥିଲା।
ହେଲେ ପରେ ଏହି ମୃତଦେହ ବିଳାସ ଭୂୟାଁଙ୍କର ନୁହେଁ ରାଜସ୍ଥାନର ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ବୋଲି ନେମାଳ ଥାନା ପୋଲିସ ତାଙ୍କ ପରିବାର ବର୍ଗଙ୍କୁ ଜଣାଇଥିଲା। ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା। ସେପଟେ ରାଜସ୍ଥାନର ଉକ୍ତ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ଚିତାଭସ୍ମ ନେବାକୁ ଓଡ଼ିଶା ଆସୁଥିବା ଜଣାପଡ଼ିଛି। ଏଥିସହ ସେମାନେ ବିଳାସ ଭୂୟାଁଙ୍କ ମୃତଦେହ ମଧ୍ୟ ଆଣୁଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1681206157.jpg)