• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କଟକରେ ପୁଣି ନକଲି ଜିନିଷ ଠାବ । କଟକ ଜଗତପୁରରେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ଠାବ ହୋଇଛି । ସିଏମ୍ସି ସ୍ବାସ୍ଥ୍ୟ ବିଭାଗ ଓ ଜଗତପୁର ପୋଲିସ ପକ୍ଷରୁ ମିଳିତ ଭାବେ ଜଗତପୁରରେ ଏକ ଫ୍ୟାକ୍ଟ୍ରି ଉପରେ ରେଡ୍ କରାଯାଇଥିଲା । ସେଠାରେ ନାମୀଦାମୀ କମ୍ପାନୀର ଲୋଗୋକୁ ଜାଲ୍ କରି ମୃଦୁ ପାନୀୟ ପ୍ୟାକିଂ କରାଯାଉଥିବା ଦେଖିବାକୁ ପାଇଥିଲେ ଟିମ୍।

ଚଢାଉ ପରେ ସେଠାରୁ ନାମୀଦାମୀ କମ୍ପାନୀର ଲୋଗୋ, ଷ୍ଟିକର ଆଦି ଜବତ ହୋଇଛି । କେବଳ ଯେ ମୃଦୁ ପାନୀୟ ନୁହେଁ, ଏହା ପୂର୍ବରୁ ନକଲି ସସ, ଲଙ୍କାଗୁଣ୍ଡ, ଘିଅ, ହଳଦୀ, ମସଲା ଆଦି ଜବତ ନଜରକୁ ଆସିଥିଲା ତେଣୁ ଏହି ଘଟଣା ପରେ କଟକ ନକଲି ଜିନିଷର ହବ୍ ବୋଲି ଚର୍ଚ୍ଚା ହେଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now