• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ କରିବା ପରେ ଛୁଟି ମାଗିଲେ । ନିଶା ବେପାରୀଙ୍କ ଠାରୁ ପୋଲିସ ବଟି ନେଉଥିବାର ଚାଞ୍ଚଲ୍ୟକର ଅଭିଯୋଗ ଆଣିଥବା ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡା ଆଜି ଛୁଟି ମାଗିଛନ୍ତି । ସେ ଆଜି ୧୫ ଦିନ ପାଇଁ ଅଧିକ୍ଷକଙ୍କ ନିକଟରେ ଛୁଟି ଆବେଦନ କରିଛନ୍ତି । ମାନସିକ ଓ ଶାରୀରିକ ଅସୁସ୍ଥତା ପାଇଁ ଛୁଟି ମାଗିଥିବା ସୂଚନା ମିଳିଛି । ଛୁଟି ଆବେଦନ ସଂପର୍କରେ ଅଧିକ୍ଷକ ଅମରେନ୍ଦ୍ର ଜେନା ସୂଚନା ଦେଇଛନ୍ତି । ତେବେ ସେ ୨୦୨୦ରୁ ମାନସିକ ଅସୁସ୍ଥ ନେଇ ଆବେଦନରେ ଦର୍ଶାଇଛନ୍ତି ସଂଜୟ ।

ଗତକାଲି ଅବକାରୀ ଇନସପେକ୍ଟର ସଂଜୟ ପଣ୍ଡା ପୁରୀ ପୋଲିସ୍‌ ବଟି ନେଉଛି ବୋଲି ଅଭିଯୋଗ କରିଥିଲେ । ଏନେଇ ଅବକାରୀ କମିଶନରଙ୍କୁ ସେ ଚିଠି ଲେଖି ଦର୍ଶାଇଥିଲେ ଯେ, ପୁରୀ ପୋଲିସ ନିଶା ମାଫିଆଙ୍କଠୁ ମାସିକିଆ ବଟି ନେଉଛି । ଗତ ବର୍ଷେ ହେଲାଣି ଚାଲିଛି ଏଭଳି ବଟି କାରବାର । ଯେଉଁ ଅଭିଯୁକ୍ତଙ୍କୁ ଧରୁଛି ଅବକାରୀ ବିଭାଗ, ସେହି ଅଭିଯୁକ୍ତଙ୍କଠୁ ବଟି ନେଉଛି ପୋଲିସ । ଫଳରେ ନିଶା ମାଫିଆ ଅବକାରୀ ବାଲାଙ୍କୁ ଖାତିର କରୁନାହାଁନ୍ତି । ଏହାଦ୍ୱାରା ସୀମିତ କର୍ମଚାରୀ, କମ୍ ଦରମା, ବିନା ଯାନବାହନ, ବିନା ସରକାରୀ କ୍ୱାର୍ଟର୍ସ, ବିନା ପୁରସ୍କାର ଆଉ ବିନା ସମ୍ମାନରେ କାମ କରୁଥିବା ଦାୟିତ୍ୱସମ୍ପନ୍ନ ଅବକାରୀ ଅଧିକାରୀଙ୍କୁ ହତୋତ୍ସାହିତ କରୁଛି ବୋଲି ଚିଠିରେ ଲେଖିଥିଲେ ସଞ୍ଜୟ କୁମାର ।

ଏଭଳି ଚିଠି ପରେ ପୋଲିସ ଓ ଅବକାରୀ ବିଭାଗ ଭିତରେ ହଟଚମଟ ସୃଷ୍ଟି ହୋଇଥିଲା । ତେବେ ଏହି ଘଟଣା ପରେ ଅବକାରୀ ଇନ୍ସପେରଙ୍କ ମୁଣ୍ଡ ଦୋଷ ଥିବା କହିଥିଲେ ଅବକାରୀ ଅଧୀକ୍ଷକ ।