Advertisment

ବର୍ଷା ପାଇଁ ହୋମଯଜ୍ଞ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ

ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଓ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ସରକାରୀ ଦଳ ପକ୍ଷରୁ ଆଗତ ମୋସନ ଉପରେ ବିଧାନସଭାରେ ହୋଇଛି ସରଗରମ ଆଲୋଚନା। ବିରୋଧୀଦଳ ମୁଖ୍ୟ ସଚେତକ କହିଛନ୍ତି- ଓଡ଼ିଶା ବାରମ୍ବାର ମରୁଡ଼ି ସ୍ଥିତିର ସମ୍ମୁଖୀନ ହେଉଥିଲେ ବି ରାଜ୍ୟ ସରକାର ଏହାର ନିରାକରଣ ପାଇଁ କୌଣସି ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁନାହାନ୍ତି।

Former CM Hemananda Biswal

Former CM Hemananda Biswal

Advertisment

ଭୁବନେଶ୍ୱର: ଅନାବୃଷ୍ଟି ଯୋଗୁଁ ଓଡ଼ିଶାରେ ମରୁଡ଼ି ଆସନ୍ନ। ବର୍ଷା ପାଇଁ ଆରମ୍ଭ ହୋଇଛି ହୋମଯଜ୍ଞ। ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟି ପାଇଁ ଘୃତାହୂତି ଦେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। ଝାରସୁଗୁଡା ଜିଲ୍ଲା ଠାକୁରପଡା ଗାଁର ପତ୍ନୀଙ୍କ ସହ ପୂଜାରେ ବସିଛନ୍ତି ହେମାନନ୍ଦ। ଯଜ୍ଞ ଆୟୋଜନ ପଛର ଚାକ୍ଷୁସ ପ୍ରମାଣ ଦେଖାଇବାକୁ ଗାଁ ପାଖରେ ଥିବା ଚାଷ ଜମିକୁ ନେଇଗଲେ, ଦେଖାଇଲେ ଜମିରେ ଧାନ ରୁଆ ସରିଛି, ହେଲେ ବର୍ଷା ଅଭାବରୁ କେମିତି ମାଟି ଫାଟି ଆଁ କରିଛି। ଦିନେ ଦୁଇ ଦିନ ଭିତରେ ଇନ୍ଦ୍ର ଦେବତା ସନ୍ତୁଷ୍ଟ ନହେଲେ ଏସନ ଫସଲ ଉଜୁଡିବା ନିଶ୍ଚିତ। ତାସହ ହେମାନନ୍ଦ କହିଛନ୍ତି- ଯେବେ ବି ଅଗଷ୍ଟରେ ଅନାବୃଷ୍ଟି ହୋଇଛି, ସେବର୍ଷ ନିଶ୍ଚିତ ମରୁଡି ଦେଖିଛୁ ତେଣୁ ଆଉ ଡେରି ନକରି ମୁଖ୍ୟମନ୍ତ୍ରୀ ସାରା ରାଜ୍ୟକୁ ମରୁଡ଼ି ଘୋଷଣା କରନ୍ତୁ।

Advertisment

ଦେବଗଡ ଜିଲ୍ଲାରେ ସମାନ ଅବସ୍ଥା। ଧାନ ଫସଲରେ ଜମି ଫାଟି ମେଲା, ବିଲରେ ଗୋରୁ ଚରିଲେଣି। ଠିକ୍ ସମୟରେ ବର୍ଷା ନହେବାରୁ ରୁଆ ବେଉଷଣ ହେଲାନି, ଯେଉଁ କିଛି ସ୍ଥାନରେ ଯେନତେନ ଚାଷ ହୋଇଥିଲା, ତାହା ଜଳି ଗଲାଣି। ଜଳସେଚନ ସୁବିଧା ନଥିବାରୁ ଭାଗ୍ୟକୁ ଆଦରି ବସିଛନ୍ତି ଚାଷୀ। ସରକାରୀ ସହାୟତା ନମିଳିଲେ, ସର୍ବସ୍ୱାନ୍ତ ହେବା ନିଶ୍ଚିତ ବୋଲି କହିଲେଣି। ତେଣୁ ଏଭଳି ସ୍ଥିତିରେ ରାଜ୍ୟ ସରକାର ଶୀଘ୍ର ମରୁଡ଼ି ଅଞ୍ଚଳ ଘୋଷଣା କରିବା ଦାବିରେ ବିଭିନ୍ନ ସ୍ଥାନରୁ ଦାବି ସହ ପ୍ରତିବାଦର ସ୍ୱର ଆସୁଛି।

ଦେବଗଡ଼ ଜିଲ୍ଲାରେ ମରୁଡ଼ି ସ୍ଥିତିର ଅନୁଧ୍ୟାନ କରିଛି କଂଗ୍ରେସ ଟିମ୍। ରେଢ଼ାଖୋଲର ଭାରତୀପୁର ପଞ୍ଚାୟତର ଶତାଧିକ ଚାଷୀ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି। ସେମିତି ନୂଆପଡ଼ା ଜିଲ୍ଲା ଖଡ଼ଇାଳରେ ରାସ୍ତା ଉପରେ ଧାରଣାରେ ଚାଷୀ ବସିଥିଲେ। ତୁରନ୍ତ ଗତବର୍ଷର ଖରିଫ ବୀମାରାଶି, ମରୁଡ଼ି ସହାୟତା ଓ ସବସିଡି ପ୍ରଦାନ ପାଇଁ ଦାବି କରିଛନ୍ତି। 

Advertisment

ସେପଟେ ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଓ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ସରକାରୀ ଦଳ ପକ୍ଷରୁ ଆଗତ ମୋସନ ଉପରେ ବିଧାନସଭାରେ ହୋଇଛି ସରଗରମ ଆଲୋଚନା। ବିରୋଧୀଦଳ ମୁଖ୍ୟ ସଚେତକ କହିଛନ୍ତି- ଓଡ଼ିଶା ବାରମ୍ବାର ମରୁଡ଼ି ସ୍ଥିତିର ସମ୍ମୁଖୀନ ହେଉଥିଲେ ବି ରାଜ୍ୟ ସରକାର ଏହାର ନିରାକରଣ ପାଇଁ କୌଣସି ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁନାହାନ୍ତି। ତେଣୁ ଏବେକାର ସ୍ଥିତି ଅନୁଧ୍ୟାନ ପାଇଁ ଶୀଘ୍ର ଗୃହ କମିଟି ଗଠନ କରାଯାଉ।

ସେହିପରି କଂଗ୍ରେସ ବି ଚାଷ ସ୍ଥିତି ଗୁରୁତର କହିି- ତୁରନ୍ତ ସାରା ରାଜ୍ୟକୁ ମରୁଡ଼ି ଘୋଷଣା କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛି। ଗୃହରେ ଉତ୍ତର ରଖି ରାଜସ୍ୱମନ୍ତ୍ରୀ କହିଛନ୍ତି- ସ୍ୱଳ୍ପବୃଷ୍ଟି ପାଇଁ ୧୦୨ ବ୍ଲକରେ ଚାଷର ଅବସ୍ଥା ଖରାପ ହୋଇଛି। ସରକାର ସବୁଠି ତୀକ୍ଷ୍ନ ନଜର ରଖିଛନ୍ତି। ୧୫ ଜିଲ୍ଲାର ନୋଡାଲ ଅଫିସର ରିପୋର୍ଟ ଦେଇଛନ୍ତି।

Advertisment
Odisha News Drought Situation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ