• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶ ସେବାରେ ଜୀବନ ଦେବାକୁ ଯବାନ୍‌ ତିଆରି କରୁଛନ୍ତି ବ୍ରହ୍ମପୁରର ଫୌଜୀ ଟୋକା । ଯୁବକ ଯୁବତୀ ମାନେ କିଭଳି ସେନାର ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ, ସେଥିପାଇଁ ଦେଉଛନ୍ତି ଟ୍ରେନିଂ । ଖାଲି ଏତିକି ନୁହେଁ ତାଙ୍କର ସେନା ତିଆରି କରିବା ସହ ଫିଟଲେସ୍ ମନ୍ତ୍ର ମଧ୍ୟ ଦେଉଛନ୍ତି । ବିଜି ଲାଇଫ ସିଡ୍ୟୁଲରୁ କିଛି ସମୟ ବାହାର କରି ବିନା ଜିମରେ ପାରମ୍ପରିକ ବ୍ୟାୟାମ ଦ୍ୱାରା କିଭଳି ଫିଟ୍ ରହିବେ ତାହାର ଭିଡ଼ିଓ କରି ୟୁଟ୍ୟୁବରେ ପୋଷ୍ଟ କରିଛନ୍ତି । ୟୁଟ୍ୟୁବରେ ଟ୍ରେଣ୍ଡିଂ ହେଉଛି ଭିଡିଓ । ତାଙ୍କ ଭିଡ଼ିଓ ଦେଖି ଫିଟନେସ ମନ୍ତ୍ର ନେବାପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟି ଆସୁଛନ୍ତି ବହୁ କର୍ମଜୀବୀ ଲୋକେ । ଆଉ ଏଥିପାଇଁ ସୀମାଞ୍ଚଳ ମଧ୍ୟ ଏଥିପାଇଁ ବେଶ୍ କିଛି ରୋଜଗାର କରିପାରୁଛନ୍ତି ।

ବ୍ରହ୍ମପୁର ରାମ ନଗର ଅଞ୍ଚଳର ସୀମାଞ୍ଚଳ ବାରିକ । ୨୦୦୦ ମସିଆରେ ଆର୍ମିରେ ଯବାନ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସୀମାଞ୍ଚଳ ଆର୍ମିରେ ପିଇଟି ଟ୍ରେନିଂ ନେଇ ଆର୍ମି ଯବାନଙ୍କୁ ଟ୍ରେନିଂ ବି ଦେଉଥିଲେ । ତେବେ ବ୍ରହ୍ମପୁରରେ ଯୁବକଯୁବତୀଙ୍କ ମଧ୍ୟରେ ଆର୍ମି ଯବାନ ହେବା ପାଇଁ ଅହେତୁକ ଆଗ୍ରହ ଦେଖି ୨୦୨୦ରେ ଚାକିରି ଛାଡ଼ି ପଳାଇ ଆସିଥିଲେ ବ୍ରହ୍ମପୁର । ଆଉ ସେଠାରୁ ଆରମ୍ଭ ହୋଇଥିଲା ତାଙ୍କର ଯାତ୍ରା ।

 

ସକାଳୁ ସକାଳୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଗ୍ରାଉଣ୍ଡରେ ଶତାଧିକ ଯୁବକ ଯୁବତୀଙ୍କୁ ଫିଜିକାଲ ଟ୍ରେନିଂ । ଦୌଡ଼ ସହ ଶାରୀରିକ ବ୍ୟାୟାମର ଟ୍ରେନିଂ ଦେଇ ଗଢ଼ୁଛନ୍ତି ଯବାନ । ଶରୀରକୁ ଶକ୍ତ କରି ଆର୍ମିର ଶାରୀରିକ ପରୀକ୍ଷା ପାସ୍ ସହ ଭର୍ତ୍ତି ପରେ ସେଠାକାର କଷ୍ଟସାଧ୍ୟ ଟ୍ରେନିଂ କିଭଳି ନେଇପାରିବେ ସେଥିପାଇଁ ପ୍ରସ୍ତୁତ କରାଉଛନ୍ତି ଯୁବକ ଯୁବତୀଙ୍କୁ । ମଝିରେ ମଝିରେ ଭାରତ ମାତା କି ଜୟ, ଆରେ ଜଏନ୍ ହେନା ହେ ଭଳି ସ୍ଲୋଗାନ ଦେଇ ଭରୁଛନ୍ତି ପିଲାଙ୍କ ମଧ୍ୟରେ ଜୋଶ୍ । ଆଉ ତାଙ୍କ ସହ ଏକସ୍ୱରରେ ସ୍ଲୋଗାନ ଦେଇ ଉତ୍ସାହିତ ହେଉଛନ୍ତି ଟ୍ରେନିଂ ନେଇଥିଲା ଯୁବକଯୁବତୀ । ଗରିବ ପିଲା ଆସିଲେ, ତାଙ୍କୁ ମାଗଣାରେ ଟ୍ରେନିଂ ଦିଅନ୍ତି ସୀମାଞ୍ଚଳ ।

ତେବେ ଆର୍ମି ଟ୍ରେନିଂ ସହ ସେ ଫିଟନେସ୍ ମନ୍ତ୍ର ମଧ୍ୟ ଦିଅନ୍ତି । ଖାଇବା ପିଇବାରେ କୌଣସି ବାରଣ ନଥାଇ ବିନା ଜିମରେ ଖେଳ ପଡ଼ିଆରେ ପାରମ୍ପରିକ ବ୍ୟାୟାମ ଦ୍ୱାରା ଶରୀରକୁ କିଭଳି ଫିଟ୍ ରଖିହେବ,ତାହାର ଫଣ୍ଡା ଶିଖାନ୍ତି । ଆଜିକାଲି ୟୁଟ୍ୟୁବରେ ତାଙ୍କ ଭିଡିଓ ବହୁତ ଟ୍ରେଣ୍ଡ ହେଉଛି । ବର୍ତ୍ତମାନ ୟୁଟ୍ୟୁବ ଚ୍ୟାନେଲ ବ୍ରହ୍ମପୁର ଫିଜିକାଲ ଏକାଡେମୀର ସବସ୍କ୍ରାଇବର ହେଲେଣି ୫ ଲକ୍ଷରୁ ଅଧିକ । ଏପରିକି ତାଙ୍କ ଭିଡିଓର ଭିଉ ମଧ୍ୟ ମିଲିୟନ ମିଲିୟନ୍ ହେଉଛି ।

ୟୁଟ୍ୟୁବରେ ତାଙ୍କ ଫିଟନେସ ଭିଡ଼ିଓ ଦେଖି ଭାରତର କୋଣ ଅନୁକୋଣରୁ ଚାକିରୀ କରୁଥିବା ଯୁବକଯୁବତୀ ନିଜ ଫିଟନେସ ସୁଧାରିବାକୁ ଆସୁଛନ୍ତି ବ୍ରହ୍ମପୁର । ସୀମାଞ୍ଚଳଙ୍କ ମିଲିଟାରୀ ଟ୍ରେନିଂର ଅଭିଜ୍ଞତାକୁ ସାଉଁଟି ନିଜେ ଫିଟ ହେଉଛନ୍ତି ଯୁବକଯୁବତୀ । ତେବେ ଆଗକୁ ଦେଶମାତୃକାର ସେବା ପାଇଁ ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ଫିଟ୍ କରି ସେନା ବାହିନୀରେ ଯୋଗ ଦେବାକୁ ପ୍ରୋତ୍ସାହନ କରିବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ସୀମାଞ୍ଚଳ ।

ବ୍ରହ୍ମପୁରରୁ କ୍ୟାମେରାପର୍ସନ ଫିନୋଜଙ୍କ ସହ ଜଗନ୍ନାଥ ସାହୁଙ୍କ ରିପୋର୍ଟ