Shankaracharya
ନା କୌଣସି କଥାରେ ମୋତେ ପଚାରୁଛନ୍ତି ନା କୌଣସି ପରାମର୍ଶ ନେଉଛନ୍ତି। ମୁଁ ବି ଆଜି ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ପାଇଁ ଅଲୋଡ଼ା ହୋଇଯାଇଛି। ଆଜି ଏଭଳି ଢଙ୍ଗରେ ମନ୍ତବ୍ୟ ରଖିବା ସହ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ସୁରତରେ ଆୟୋଜିତ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ କ୍ଷୁବ୍ଧ ପ୍ରକାଶ କରିବା ସହ କହିଛନ୍ତି, ସମସ୍ତେ ତାଙ୍କ ଠାରୁ ମୋତେ ଦୂରରେ ରଖାଯାଉଛି। ଶାସନତନ୍ତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ଓ ସେବାୟତ ମୋ ଠାରୁ ଦୂରତା ଅବଲମ୍ବନ କରୁଛନ୍ତି। ଯେ କୌଣସି କାର୍ଯ୍ୟରେ ମୋତେ ପଚାରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତଥାପି କେହି ମୋତେ ପଚାରୁନାହାନ୍ତି।
ରଥଯାତ୍ରାରେ ରଥ ଉପରକୁ ଯିବା ଛଡ଼ା ମୋର ଆଉ କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି ଜଗତଗୁରୁ। ଶ୍ରୀମନ୍ଦିର ୪ ଦ୍ୱାର ପ୍ରସଙ୍ଗରେ ମତ ରଖି କହିଛନ୍ତି, ଦକ୍ଷିଣ ଦ୍ୱାର କେବଳ ମୋ ପାଇଁ ଖୋଲିପାରେ। ସମସ୍ତଙ୍କ ପାଇଁ ନୁହେଁ। ସନାତନ ଧର୍ମର ଗରିମାକୁ ନେଇ ମତ ରଖିବା ସହ ଶଙ୍କରାଚାର୍ଯ୍ୟ କହିଛନ୍ତି, ୩୨ ବିଦ୍ୟା, ୬୪ କଳାର ବିକାଶ କେବଳ ସନାତନ ଧର୍ମ ଦ୍ୱାରା ସମ୍ଭବ। ଉତ୍ପତ୍ତି, ସ୍ଥିତି ଓ ସମୃଦ୍ଧିର ବିଜ୍ଞାନ କେବଳ ସନାତନ ଶାସ୍ତ୍ର ଦ୍ୱାରା ସମ୍ଭବ। ସନାତନ ଧର୍ମକୁ ଗାଳି ଦେଉଥିବା ବ୍ୟକ୍ତି ନିଜେ ଏହାର ଶିକାର ହୁଏ ବୋଲି କହିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ। ତେବେ ଶଙ୍କରାଚାର୍ଯ୍ୟଙ୍କ ଏଭଳି କ୍ଷୋଭଭରା ମନ୍ତବ୍ୟକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସେବାୟତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701883084.jpg)