ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ୧ କୋଟି ୩୬ ଲକ୍ଷ ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ। ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରୁ ପୁଳାପୁଳା ସମ୍ପତ୍ତି ବାହାରୁଛି । ଏଯାବତ୍ ଆଶିଷ ଦାସଙ୍କ ୨କେଜିରୁ ଅଧିକ ସୁନା ଜବତ କରାଯାଇଛି ।

Vigilance raid

News Summary

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ପଡିଥିବା ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ପୁଳାପୁଳା ସମ୍ପତ୍ତି ବାହାରୁଛି । ଗତକାଲି ତାଙ୍କ ବ୍ୟାଙ୍କ୍ ଲକରରୁ ୮୫୦ଗ୍ରାମ୍ ସୁନା ଜବତ ହୋଇଛି । ଏଥିସହ ଏଯାବତ୍ ଆଶିଷ ଦାସଙ୍କ ୨କେଜିରୁ ଅଧିକ ସୁନା ଜବତ କରାଯାଇଛି ।

ଆଜି ରାୟଗଡ଼ା ଥିବା ତାଙ୍କ ବ୍ୟାଙ୍କ ଲକର ସର୍ଚ୍ଚ କରାଯାଉଛି ଭିଜିଲାନ୍ସ ପକ୍ଷରୁ ଚଢଉ ବେଳେ ତାଙ୍କ ଘରୁ ୧କୋଟି ୩୬ ଲକ୍ଷ ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ଇତିହାସରେ ପ୍ରଥମଥର ପାଇଁ ଓଡିଶାରେ ଏତେ ପରିମାଣର ନଗଦ ଟଙ୍କା ଠାବ କରାଯାଇଥିଲା । ଆଶିଷଙ୍କ ୧୨ଟି ବ୍ୟାଙ୍କ ଆକାଉଣ୍ଟ ସହ ୪ କୋଟିର ଜମା, ବୀମା ଠାବ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘର ସହ ବିଭିନ୍ନ ସ୍ଥାନରେ ଚଢଉ ଚାଲିଛି ।