Advertisment

ବାରିପଦା ସହରରେ ଦନ୍ତା ଉତ୍ପାତ, ଗୋଡ଼ାଇ ଗୋଡ଼ାଇ କରୁଛି ଆକ୍ରମଣ

ଗତକାଲିଠାରୁ ଏମକେସି ହାଇସ୍କୁଲ ପରିସରରେ ଥିବା ଦନ୍ତାହାତୀ ସହର ଭିତରେ ଆତଙ୍କ ଖେଳାଳଇଥିଲା ।

ଅଦ୍ୟତନ ହୋଇଛି
Elephant terror in baripada

Elephant terror in baripada

Advertisment

ବାରିପଦା ସହରରେ ଉତ୍ପାତ କରୁଥିବା ହାତୀଟି ଏବେ ଜଙ୍ଗଲମୁହାଁ। ଗତକାଲିଠାରୁ ଏମକେସି ହାଇସ୍କୁଲ ପରିସରରେ ଥିବା ଦନ୍ତାହାତୀ ସହର ଭିତରେ ଆତଙ୍କ ଖେଳାଳଇଥିଲା । ହାତୀଟି ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା। ଏଥିଯୋଗୁଁ ବାରିପଦା ବଜାର ଭିତରେ ଥିବା ଲୋକମାନେ ଭୟଭୀତ ହୋଇପଡିଥିଲେ । ଲୋକମାନେ ଜୀବନ ବିକଳରେ ଧାଁ ଦଉଡ କରିଥିଲେ । ଗତକାଲି ହାତୀଟି ଏମକେସି ହାଇସ୍କୁଲ ହାଇସ୍କୁଲ ପରିସରରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲା ।

Advertisment

କିଛି ଦିନ ତଳେ ଶିମିଳିପାଳ ଅଭୟାରଣ୍ୟରୁ ହାତୀପଳ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ବାହାରକୁ ଚାଲି ଆସିଥିଲେ । ସେଥିରୁ ଗୋଟିଏ ଦନ୍ତାହାତୀ ଅଲଗା ହୋଇ ସହର ଭିତରକୁ ପଶି ଆସିଥିଲା ।

Elephant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ