• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜଧାନୀରେ ଗଡ଼ିଲା ମୋ ଇ-ବସ୍ ଏବଂ ମୋ ଇ-ଅଟୋ ରିକ୍ସା । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟ ୪ଟି ରୁଟ୍‌ରେ ୧୦ଟି ଇ-ବସ୍ ଚାଲିବ । ସେହିପରି ବିଭିନ୍ନ ରୁଟ୍‌ରେ ୫୦ଟି ଇ-ଅଟୋ ରିକ୍ସା ବୁଲିବ । ଆଜି ଠାରୁ ଜୁଲାଇ ୩୧ ତାରିଖ ଯାଏଁ ଈ-ବସ୍‌ରେ ମାଗଣାରେ ବୁଲିପାରିବେ ଯାତ୍ରୀ । ସେହିପରି ଇ-ଅଟୋରେ ମାତ୍ର ୧୦ଟଙ୍କା ଦେଇ ଯାତ୍ରୀମାନେ ବୁଲିପାରିବେ । ଇ-ବସ୍‌ରେ ଗାଇଡ ଭାବରେ ୫୦ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ହୋଇଥଇବା ବେଳେ ଇ-ଅଟେ ରିକ୍ସା ଚଳାଇବା ପାଇଁ କେବଳ ମହିଳା ଏବଂ କିନ୍ନରମାନଙ୍କୁ ନିଯୁକ୍ତି ଦିଆଯାଇଛି ।

ଆଜିଠାରୁ ୩୧ ତାରିଖ ଯାଏଁ ଇ-ବସ୍‌ରେ ଯାତ୍ରୀଙ୍କୁ ମାଗଣା ସେବା ମିଳିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ବସ ଗୁଡ଼ିକ ୯, ୧୧, ୧୨ ଓ ୨୩ ନମ୍ବର ରୁଟ୍‌ରେ ଚାଲିବ। ପରବର୍ତ୍ତୀ ସମୟରେ ଅନ୍ୟ ରୁଟ୍‌ ଗଡ଼ ବୋଲି ଜଣାପଡ଼ିଛି। ଏହି ଉଦଘାଟନୀ ଉତ୍ସବରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ମୁଖ୍ୟ ସଚିବ ସୁରେଶ ମହାପାତ୍ର, ବିଭାଗୀୟ ସଚିବ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now