Advertisment

ଏଣିକି ବିଦ୍ୟୁତ ଉପଭୋକ୍ତାଙ୍କୁ ଓଡ଼ିଆରେ ମିଳିବ ବିଲ୍‌

ବିଦ୍ୟୁତ ଗ୍ରାହକମାନେ ସଠିକ ଭାବେ ବୁଝିପାରିବେ ବୋଲି ଆଶା କରାଯାଇଛି।

Odia Electric bill

Odia Electric bill

Advertisment

ଏଣିକି ବିଦ୍ୟୁତ ଉପଭୋକ୍ତାଙ୍କୁ ଓଡ଼ିଆରେ ମିଳିବ ବିଲ୍‌। ଏଭଳି ନିଆରା ପଦକ୍ଷେପ ନେଇଛି TPCODL ନୟାଗଡ଼ ବିଦ୍ୟୁତ ଡିଭିଜନଯ। ଓଡ଼ିଆ ଭାଷାରେ ବିଲ ପ୍ରଦାନ ପାଇଁ ନିର୍ଦେଶ ଦିଆଯାଇଛି l ଆସନ୍ତାମାସରୁ ବାଧ୍ୟତାମୂଳକ ଭାବେ ସମସ୍ତ ଗ୍ରାହକଙ୍କୁ ଏହି ସୁବିଧା ମିଳିବ।

Advertisment

କିଛି ମାସ ପୂର୍ବେ ନୟାଗଡ଼ ବିଦ୍ୟୁତ ଡିଭିଜନରେ ଓଡିଆରେ ବିଲ ପ୍ରଦାନ କରାଯାଇଥିଲା। ମାତ୍ର କିଛି ଅସୁବିଧା କାରଣରୁ ତାହାକୁ ବନ୍ଦ କରାଯାଇଥିଲା। ହେଲେ ପୁଣି ଥରେ ନୟାଗଡ଼ ବିଦ୍ୟୁତ ଡିଭିଜନ ପକ୍ଷରୁ ଗ୍ରାହକଙ୍କୁ ଓଡିଆରେ ବିଲ ପ୍ରଦାନ କରାଯିବ। ଫଳରେ ବିଦ୍ୟୁତ ଗ୍ରାହକମାନେ ସଠିକ ଭାବେ ବୁଝିପାରିବେ ବୋଲି ଆଶା କରାଯାଇଛି। 

ଓଡ଼ିଆରେ ବିଲ ପ୍ରଦାନ ପାଇଁ ନୟାଗଡ଼ ଉପଭୋକ୍ତା ସଂଘ ପକ୍ଷରୁ ଦାବି ଉପସ୍ଥାପନା କରାଯାଇଥିଲା। ୫ ଦଫା ଦାବି ମଧ୍ୟରେ ଓଡ଼ିଆରେ ବିଦ୍ୟୁତ ବିଲ, ସଠିକ ସମୟରେ ବିଲ ପ୍ରଦାନ ଏବଂ ପାୱାର କଟ ପୂର୍ବରୁ ସୂଚନା ଆଦି ପ୍ରଦାନ ପାଇଁ ଦାବି ହୋଇଥିଲା।

Advertisment

ଏହାକୁ ବିଚାରକୁ ନେଇ ଏବଂ ସରକାରଙ୍କ ନିର୍ଦ୍ଦେଶକୁ ମାନି ଓଡ଼ିଆରେ ଉପଭୋକ୍ତାଙ୍କୁ ବିଲ୍‌ ପ୍ରଦାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି l ଚଳିତ ମାସରୁ ଏହା ଆରମ୍ଭ ହେଲେ ମଧ୍ୟ ଆସନ୍ତା ମେ ମାସରୁ ବାଧ୍ୟତାମୂଳକ ଭାବେ ଓଡ଼ିଆରେ ବିଲ୍‌ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। 

Odia Language Electric Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ