Khata Mausi
ଦିନେ ତାଙ୍କ ପାଖରେ ସବୁକିଛି ଥିଲା। ସ୍ବାମୀଙ୍କ ସହ ହସ ଖୁସିରେ ଚାଲିଥିଲା ସଂସାର। ହେଲେ ଗତ ଦୁଇବର୍ଷ ତଳେ ସ୍ୱାମୀ ଆରପାରିକୁ ଚାଲିଗଲା ପରେ ଏକା ହୋଇଗଲେ ବୃଦ୍ଧାଜଣକ। ଏବେ ବୟସର ସାୟାହ୍ନରେ ପହଂଚିଥିଲେବି ତାଙ୍କ କଥା ବୁଝିବାକୁ ପାଖରେ ଆଉ କେହି ନାହାଁନ୍ତି। ନିଜ କାମ ନିଜେ କରିବାକୁ ବି ଆଉ ହାତରେ କି ଅଣ୍ଟାରେ ଜୁ ନାହିଁ। ସେପଟେ ମୁଣ୍ଡ ଗୁଂଜିବାକୁ ଥିବା ଘରଟିକକ ବି ଭାଙ୍ଗିଗଲା ପରେ ଏବେ ଭାଗ୍ୟକୁ ଆଦରି ପଡିରହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଶଣ୍ଢା ଗାଁର ଖତ ସାହୁ ଏବେ ବଂଚୁଛନ୍ତି ଏଭଳି ଏକ ଦୁଃଖଦ ଜୀବନ।
ଭାଙ୍ଗି ଯାଇଛି ମାଟି ଘର। ଭଙ୍ଗା ଘର ଭିତରେ ନା ଶୋଇବାକୁ ଜାଗା ଅଛି ନା ବସିବାକୁ। ଯେଉଁ ଟିକିଏବି ରହିଛି ସେଇଟାବି କୋଉ ସମୟରେ ଭାଙ୍ଗିଯିବ କହିହେବ ନାହିଁ। ଆଉ ଏହି ବିପଦଜନକ ଭଙ୍ଗା କୁଡିଆରେ ପଡିରହଛନ୍ତି ଏହି ଅସହାୟ ବୃଦ୍ଧା ଜଣକ। କେବଳ ସେତିକି ନୁହେଁ, ନାଁ ସେ ଚାଲିବୁଲି ପାରୁଛନ୍ତି ନା ଭଲ ଭାବରେ କହିପାରୁଛନ୍ତି। ବୃଦ୍ଧା ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଶଣ୍ଢା ଗାଁର ଖତ ସାହୁ। ବୟସ ପାଖାପାଖି ୮୨ ଡେଇଁସାରିଲାଣି। ପରିବାରରେ ଆଉ କେହିନାହାନ୍ତି। ଏଣୁ ଅସହାୟ ଭାବେ ପଡିରହିଥିଲେବି ଆହା କହିବାକୁ କେହିନାହାନ୍ତି। ଗାଁର କିଏ କେତେବଳେ ଦୟାକରି କିଛି ଖାଇବାକୁ ଦେଲେ ଖାଆନ୍ତି ନହେଲେ ଭୋକରେ ରହିବାକୁ ପଡେ। ଭାଗ୍ୟକୁ ଆଦରି ଏଇଠି ପଡିରହିଥିଲେବି ତାଙ୍କ କଥା ବୁଝିବାକୁ ଏଠି କେହି ନାହାନ୍ତି।
ଶଣ୍ଢା ଗାଁର ଖତ ସାହୁଙ୍କ ପରିବାରରେ ଆଉ କେହି ନାହାଁନ୍ତି। ଦୁଇବର୍ଷ ହେଲା ଆରପାରିକୁ ଚାଲିଗଳେଣି ସ୍ୱାମୀ। ପିଲାଛୁଆ ନଥିବାରୁ ଏବେ ସେ ସମ୍ପୁର୍ଣ୍ଣ ଏକା। ସରକାରୀ ଭାବେ ଖତଙ୍କୁ ଭତା ଓ ରାସନ ମିଳୁଛି। ହେଲେ ଭତା ଓ ରାସନ କରିବେ କ’ଣ..କାରଣ ଏବେ ସେ ବୟସର ସାୟାହ୍ନରେ ପହଂଚିଥିବାରୁ ରାନ୍ଧିବାକୁ ମଧ୍ୟ ସକ୍ଷମ ନୁହଁନ୍ତି। ସେପଟେ ମୁଣ୍ଡ ଗୁଂଜିବାକୁ ଥିବା ଏକମାତ୍ର ମାଟି କୁଡିଆ ବି ଗତ ବର୍ଷାରେ ଭାଙ୍ଗିଯାଇଛି। ଏଣୁ ଏଇଠି ବିପଦଜନକ ଅବସ୍ଥାରେ ପଡିରହିବାକୁ ସେ ବାଧ୍ୟ ହୋଇଛନ୍ତି। ଏବେ ସରକାରୀ ଭାବେ ଏହି ଅସହାୟ ବୃଦ୍ଧାଙ୍କ ଥଇଥାନ ବ୍ୟବସ୍ଥା କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ ଏନେଇ ଖବର ପାଇଲା ପରେ ଖତଙ୍କ ପାଇଁ ସହାୟତା ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୀରମହାରାଜପୁର ବିଡିଓ।
(ରିପୋର୍ଟ: ରବିନ୍ଦ୍ର ହୋତା, ସୁବର୍ଣ୍ଣପୁର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664179588.jpg)