Advertisment

ବଳ ଗଲା, ଅର୍ଥ ବି ଗଲା... ଏବେ ବାପାଙ୍କୁ ରଖି ଲାଭ କଣ ?

ନାରାୟଣ ନିଜର ସମସ୍ତ ସମ୍ପତ୍ତିକୁ ପରିବାର ପାଇଁ ଖର୍ଚ୍ଚ କରିଛନ୍ତି। ପିଲାଙ୍କୁ ପାଠ ପଢ଼ାଇବାଠୁ ଆରମ୍ଭ କରି ବଡ଼ କରିବା ଯାଏଁ ସବୁ କିଛି ସେ ବୁଝିଛନ୍ତି।

ଅଦ୍ୟତନ ହୋଇଛି
elderly man spends night on road side

elderly man spends night on road side

Advertisment

ଟଙ୍କା ଥିଲା ଯାଏଁ ବାପାଙ୍କୁ ରଖିଥିଲେ ପିଲାଏ ବଳ ଗଲା, ଅର୍ଥ ବି ଗଲା... ତେଣୁ ଏବେ ବାପାଙ୍କୁ ରଖି ଲାଭ କଣ ? ଏମିତି କିଛି ଭାବି ପିଲାଏ ବାପାଙ୍କୁ ଦୂରେଇ ଦେଲେ। ଏପରିକି ବାପାଙ୍କୁ ଘରଠୁ ବହୁ ଦୂର ଆନ୍ଧ୍ରପ୍ରଦେଶରେ ଛାଡ଼ି ଦେଇ ଆସିଗଲେ। ବୁଲେଇବାକୁ କହି ବାପାଙ୍କୁ ଭୁଲି ଗଲେ। ହେଲେ ବାପା ମନ କଣ ବୁଝିବ, ଜନ୍ମମାଟି ଓ ପୁଅଙ୍କୁ ଖୋଜି ଖୋଜି ଘର ପାଖକୁ ପହଞ୍ଚିଲେ। ହେଲେ ନା ଏବେ ଘର ଲୋକେ ତାଙ୍କୁ ଆପଣାଉଛନ୍ତି ନା ରଖୁଛନ୍ତି। ରାସ୍ତାକଡ଼ରେ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଏବେ ପଡ଼ି ରହିଛନ୍ତି ଗଞ୍ଜାମ ବେଲଗୁଣ୍ଠାରେ ନାରାୟଣ ସାହୁ।

Advertisment

ବଳ ଥିଲା, ବୟସ ଥିଲା... ତେଣୁ ସମ୍ମାନ ବି ମିଳୁଥିଲା। ହେଲେ ଏବେ ପରା ବାପା ଆଉ ଚାଲି ପାରୁନାହାନ୍ତି, ରୋଜଗାର ବି ନାହିଁ। ଆଉ ନିଜ ପାଖରେ ରଖି ଲାଭ କଣ ? ବାସ୍, ଏମିତି କିଛି ଭାବି ବାପାଙ୍କୁ ଦୂରେଇ ଦେଇଛନ୍ତି ଦୁଇ ପୁଅ। ଆଉ ଏଠି ପଡ଼ି ରହିଛନ୍ତି ବାପା। ଏ କାହାଣୀ ଯେତେ କଷ୍ଟଦାୟକ, ସେତେ ହୃଦୟବିଦାରକ ମଧ୍ୟ। ଦୁଇ ପୁଅ ଥାଉ ଥାଉ ଘରୁ ଦୂରରେ ରାସ୍ତାକଡ଼ରେ ମୁଣ୍ଡ ଗୁଞ୍ଜିଛନ୍ତି ବାପା। ଏହି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବେଲଗୁଣ୍ଠା କୋକଲୁଣ୍ଡା ଗାଁର।

ଯେଉଁଠି ରାସ୍ତାକଡ଼ରେ ଏମିତି ଅସହାୟ ଭାବେ ରହିଛନ୍ତି ନାରାୟଣ ସାହୁ। ଶୁଣିକି ଆଶ୍ଚର୍ଯ୍ୟ ହେବେ, କନ୍ଧମାଳ ବାଲିଗୁଡ଼ାରେ ନାରାୟଣଙ୍କ ଦୁଇ ପୁଅ ଓ ସ୍ତ୍ରୀ ରୁହନ୍ତି। ହେଲେ ବାପାଙ୍କ ହାତ ଗୋଡ଼ ନ ଚାଲିବାରୁ ବାରମ୍ବାର ତାଙ୍କୁ ଘରୁ ବାହାର କରିଛନ୍ତି। କେତେବେଳେ ସମ୍ପର୍କୀୟଙ୍କ ଘରେ ଛାଡ଼ି ଚାଲି ଆସିଛନ୍ତି ତ ପୁଣି କେତେବେ ଘରଠୁ ବହୁ ଦୂର ଆନ୍ଧ୍ରପ୍ରଦେଶ ସୀମାଞ୍ଚଲମ୍‌ରେ ବାପାଙ୍କୁ ବୁଲେଇ ନେବା ବାହାନାରେ ଛାଡ଼ିଛନ୍ତି। ହେଲେ ମାଟିକୁ ଓ ନିଜ ପିଲାଙ୍କୁ ଭଲ ପାଉଥିବା ନାରାୟଣ କିନ୍ତୁ ଘର ଠିକଣା ଖୋଜି ଖୋଜି ଫେରି ଆସିବାକୁ ଚେଷ୍ଟା କରିଛନ୍ତି। 

Advertisment

ନାରାୟଣ ନିଜର ସମସ୍ତ ସମ୍ପତ୍ତିକୁ ପରିବାର ପାଇଁ ଖର୍ଚ୍ଚ କରିଛନ୍ତି। ପିଲାଙ୍କୁ ପାଠ ପଢ଼ାଇବାଠୁ ଆରମ୍ଭ କରି ବଡ଼ କରିବା ଯାଏଁ ସବୁ କିଛି ସେ ବୁଝିଛନ୍ତି। ଗାଁର ଘର ଜମି ବିକି ନିଜେ ବାହାରେ ମୂଲ ଲାଗିଥିଲେ। ହେଲେ ସେହି ବାପାକୁ ଏତେ ହତାଦାର ? ଦିନକୁ ଦି ଓଳା ଖାଇବା ଯୋଗାଡ଼ କରିବା ପାଇଁ ରାସ୍ତାରେ ପଡ଼ି ଛଟପଟ ହେଉଛି ବାପା ? ଘଟଣା ସମ୍ପର୍କରେ ଭଞ୍ଜନଗର ଜିଲ୍ଲାପାଳଙ୍କୁ ଜଣାଇବା ପରେ ସେ ନାରାୟଣଙ୍କୁ ସହାୟତା କରିବା ସହ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Father
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ