Advertisment

ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ବାପା-ମାଆ: ମାଡ଼ ମାରିଲେ, ଘରୁ ବାହାର କରିଦେଲେ

ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ହେଲେଣି ବୁଢା ବାପା-ମାଆ। ଶାଶୂଙ୍କୁ ଚାକରାଣୀ ବୋଲି ଖଟାଉଥିଲା ବୋହୂ। କଥା ମାନିଲାନି ବୋଲି ବୁଢୀ କାଳରେ ଦାଆ ଧରି ହାତ କାଟିଲା, ଘୋଷାରି ଘୋଷାରି ଘରୁ ବାହାର କରିଦେଲା...ସେପଟେ ବାପାର ଡ୍ରେସ୍‌ ଚିରି ଘରୁ ବାହାର କରିଦେଲା କଳିଯୁଗର କୁଳାଙ୍ଗାର ପୁଅ ।

ଅଦ୍ୟତନ ହୋଇଛି
Elderly Couple In Soro Suffer indescribable Physical Torture By Son

Elderly Couple In Soro Suffer indescribable Physical Torture By Son

Advertisment

ମୁଣ୍ଡରେ ହାତ ଦେଇ ଥାନା ବାହାରେ ବସିଛି ବୁଢୀ ମାଆ। ଅନ୍ଧାର ରାତିରେ ଥାନା ସାମ୍ନାରେ ବୁଢୀ ମାଆ ଜଣକ ଏଭଳି ଅବସ୍ଥାରେ ବସିଛନ୍ତି ଆପଣ ଜାଣିଲେ ନିଜକୁ ସମ୍ଭାଳିପାରିବେନି। ଆଖିରେ ଲୁହ ଜକାଇ ଆସିବ ଆଉ ଆପଣ ବି କହିବେ ଏମିତି ପୁଅ-ବୋହୂ ସଂସାରରେ କାହାକୁ ନମିଳୁ।

Advertisment

ଜଣେ ବୁଢା ବାପ ଚିରାଫଟା ଜାମା ପିନ୍ଧି ଥାନାରେ ଛିଡ଼ା ହୋଇଛି। କେଉଁଠାରେ ଦୁର୍ଘଟଣାର ଶିକାର ହେବା ପରେ ପିନ୍ଧା ଗଞ୍ଜି ବୋଧହୁଏ ଏମିତି ଛିଡ଼ି ଯାଇଛି। ନା ସେ ଭ୍ରାନ୍ତ ଧାରଣାରେ ଆପଣ ରୁହନ୍ତୁ ନାହିଁ। କାରଣ ଇଏ ଦୁର୍ଘଟଣାରେ ନୁହେଁ ବରଂ ଜନ୍ମ କଲା ପୁଅ ମାଡ଼ରେ ବାପାଙ୍କର ଏମିତି ଅବସ୍ଥା ହେଇଛି।

ଏହି ଦୁଇଟି ଘଟଣାଟି ହେଉଛି ବାଲେଶ୍ୱର ଜିଲ୍ଲା ସୋର ଥାନା କୋଚିଆକୋଇଲି ପଞ୍ଚାୟତ ଶ୍ୟାମପୁର ଗାଁର। ଆଉ ଏହି ମହିଳା ଜଣକ ହେଉଛନ୍ତି ସରସ୍ୱତୀ ବାରିକ । ବୟସ ପାଖାପାଖି ୭୫ ବର୍ଷ। ପରିଣତ ବୟସରେ ପୁଅକୁ ବାହାକରି ବୋହୂ ଆଣିଥିଲେ। ସେବା ପାଇବାର ଆଶା ବି ରଖିଥିଲେ ହେଲେ ସବୁ ଓଲଟପାଲଟ ହୋଇଗଲା। ସେବା କଣ ପାଇବେ ବରଂ ବୋହୂର ସେବା କରିବାରେ ଟିକିଏ ଅବହେଳା କରିଦେଲେ ବୋଲି ମାଡ ଖାଉଛନ୍ତି ସରସ୍ୱତୀ। ଏମିତିକି ବୋହୂର କଥା ନଶୁଣିବାରୁ ଶାଶୂର ହାତ କାଟିଦେଇଥିବା ପରି ସାଙ୍ଘାତିକ ଅଭିଯୋଗ ବି ହୋଇଛି। ମାମଲା ଯାଇ ଏବେ ଥାନାରେ ।

Advertisment

ବାଲେଶ୍ୱର ଜିଲ୍ଲା ସୋର ଥାନା ମହୁମୁହାଣ ପଞ୍ଚାୟତ ଅଙ୍ଗୁଳା ଗାଁର ସୁରେନ୍ଦ୍ର ସେଠୀ, ବୟସ ପାଖାପାଖି ୭୦ ବର୍ଷ । ତାଙ୍କର ବି ଆଶା ଥିଲା ପୁଅକୁ ବାହାଘର କରିବା ପରେ ଘରକୁ ବୋହୂ ଆସିବ ଆଉ ବୟସର ଅପରାହ୍ନରେ ତାଙ୍କର ସେବା କରିବ । ତେଣୁ ସେ ବି ପୁଅକୁ ଭଲଘର ଦେଖି ବାହାଘର କରିଥିଲେ କିନ୍ତୁ ବୋହୂ ଆସିବା ପରେ ପୁଅ ବଦଳି ଗଲା । ଆଉ ବାପା ଓ ମାଆଙ୍କୁ ଅତ୍ୟାଚାର କଲା ।

ଆଜି ହଠାତ ପୁଅ ବଜାରରୁ ଫେରି ବାପାଙ୍କୁ ପାଟିତୁଣ୍ଡ କରିବା ସହିତ ପିନ୍ଧିଥିବା ଲୁଗା ଚିରିଦେଇଥିଲେ । ପରେ ତାଙ୍କୁ ଘରୁ କାଢ଼ିଦେଇଥିଲେ ତେଣୁ ସେ ବାଧ୍ୟ ହୋଇ ସୋର ଥାନାରେ ନ୍ୟାୟ ପାଇଁ ଆଶ୍ରୟ ନେଇଛନ୍ତି ।

Advertisment

ସୁରେନ୍ଦ୍ର ସେଠୀ, ପୁଅର ଅତ୍ୟାଚାରରେ ଶିକାର ହୋଇଥିବା ବାପା ସୁଲୋଚନା ସେଠୀ, ସୁରେନ୍ଦ୍ରଙ୍କ ପତ୍ନୀ କଥାରେ ଅଛି ପିତା, ମାତା ହେଉଛନ୍ତି ପ୍ରଥମ ଦେବତା । ତାଙ୍କର ଆଶୀର୍ବାଦ ସବୁବେଳେ ପିଲାମାନଙ୍କ ଉପରେ ରହିଥାଏ । କିନ୍ତୁ ଆଜିର ଦିନରେ ପୁଅ ବୋହୂ ମାନେ ବାପା ମାଆଙ୍କୁ ଯେମିତି ହଇରାଣ କରୁଛନ୍ତି ଆଶୀର୍ବାଦତ ଦୂରର କଥା ପିଲାଙ୍କ ପାଖରେ ରହିବାକୁ ମଙ୍ଗୁନାହାନ୍ତି ବାପା-ମାଆ ।

Balasore Elderly Couple Torture By Son
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ