Advertisment

ରାଜ୍ୟବ୍ୟାପୀ ତୀବ୍ର ହେଉଛି ଶିକ୍ଷକ ଆନ୍ଦୋଳନ ! ଏଥର ବାଲଟ୍‌ରେ ଦେବେ ଜବାବ...

ମୁଖ୍ୟମନ୍ତ୍ରୀ ଓ 5T ବିରୋଧୀ ନାରାରେ କଂପୁଛି ଧାରଣାସ୍ଥଳ । କାଲିଠୁ ସମୂହ ଛୁଟିରେରେ ଯିବାକୁ ଧମକ ।

undefined

Teacher Protest

Advertisment

ତୀବ୍ର ହେଲାଣି ପ୍ରାଥମିକ ଶିକ୍ଷକ ଆନ୍ଦୋଳନ । ସବୁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଫିସ୍ ଆଗରେ ସରକାର ବିରୋଧୀ ସ୍ଲୋଗାନ୍। ମୁଖ୍ୟମନ୍ତ୍ରୀଙ୍କ ସହ 5Tକୁ ଟାର୍ଗେଟ୍ । ଆନ୍ଦୋଳନସ୍ଥଳରୁ ଏବେ ସରକାର ବିରୋଧୀ ଭାଷଣ ଦେଖିବାକୁ ମିଳୁଛି । ଯାହା ସ୍ପଷ୍ଟ କରୁଛି ବ୍ୟବସ୍ଥା ଉପରୁ ଶିକ୍ଷକଙ୍କମାନଙ୍କ ଉପରୁ କିପରି ଭରସା ଉଠିଗଲାଣି । ଯେଉଁଥିପାଇଁ ବାଲାଟ୍ ବକ୍ସରେ ଜବାବ ଦେବାକୁ ପ୍ରସ୍ତୁତ ହେଲେଣି ଶିକ୍ଷକ ।

Advertisment

ଗତ ଶୁକ୍ରବାରଠାରୁ ଗ୍ରେଡ୍ ପେ ବୃଦ୍ଧି, ପୁରୁଣା ପେନ୍ସନ ବ୍ୟବସ୍ଥା ଲାଗୁ ଓ ଠିକା ନିଯୁକ୍ତି ପ୍ରକ୍ରିୟା ଉଚ୍ଛେଦ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛି ପ୍ରାଥମିକ ଶିକ୍ଷକ ମିଳିତ ମଞ୍ଚ । ଆନ୍ଦୋଳନ ପାଇଁ ସ୍କୁଲରେ ତାଲା ପଡ଼ିବା ପରେ ସରକାର ଗତକାଲି ଶିକ୍ଷକ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଦାବି ସମ୍ପର୍କରେ ୫ ଜଣିଆ ସବ୍ କମିଟି ବି ଗଠନ କରିଛନ୍ତି। କିନ୍ତୁ ଆଲୋଚନା ଏକ ପ୍ରକାର ବିଫଳ ହେବା ପରେ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ହୋଇଛି ଯେ ଆନ୍ଦୋଳନ ଜାରି ରହିବ।

କେବଳ ଶିକ୍ଷକ ନୁହଁନ୍ତି, ଷ୍ଟେଟ୍ ସିଲେକସନ୍ ବୋର୍ଡ- SSB ଅଧ୍ୟାପକମାନେ ବି ଆଜିଠାରୁ ଆନ୍ଦୋଳନକୁ ତୀବ୍ରତର କରିଛନ୍ତି । ଗୁରୁଦିବସରୁ କଳା ବ୍ୟାଜ ପିନ୍ଧି ଅଧ୍ୟାପନା କରୁଥିବା SSB ଅଧ୍ୟାପକମାନେ ଆଜି ବିଭିନ୍ନ କଲେଜରେ ଗାନ୍ଧି ଫଟୋ ଚିତ୍ର ସମ୍ମୁଖରେ ପ୍ରତିବାଦ କରିଛନ୍ତି। ଗ୍ରେଡ୍ ପେ ବୃଦ୍ଧି ଦାବିରେ SSB ସଂଘ ଆନ୍ଦୋଳନ କରୁଛି।

Advertisment

ନିର୍ବାଚନୀ ବର୍ଷରେ ଶିକ୍ଷକ ଆନ୍ଦୋଳନ ତେଜିବାରେ ଲାଗିଛି। ତେବେ କାହିଁକି ବିଭିନ୍ନ ବର୍ଗର ଶିକ୍ଷକ ସରକାରଙ୍କ ଉପରେ ଅସନ୍ତୋଷ ଝାଡୁଛନ୍ତି ? ବାରମ୍ୱାର ପ୍ରତିଶ୍ରୁତି ଦେଇ ବି ସରକାର ତାକୁ କାହିଁକି ପାଳନ କରୁନାହାଁନ୍ତି ? ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ଲାଗି ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଏହାସତ୍ତ୍ୱେ ବି ସମସ୍ୟାର ସମାଧାନ ହୋଇପାରୁନି । ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସରକାର ଶିକ୍ଷକଙ୍କ ଦାବି ନେଇ ଅବଗତ ଅଛନ୍ତି। ସବୁ ଦିଗକୁ ଦେଖିବା ପରେ ନିଷ୍ପତ୍ତି ହେବ। 

BJD Odisha BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ