Advertisment

ଆରମ୍ଭ ହେଲା ଇକୋ ରିଟ୍ରିଟ୍: ଆକାଶଛୁଆଁ ପ୍ୟାକେଜ୍ ରେଟ୍ ଶୁଣି ଛାନିଆ ସାଧାରଣ ପର୍ଯ୍ୟଟକ

ଏଠି ପ୍ରଶ୍ନ ଓଡ଼ିଶାର ପ୍ରକୃତି କୋଳରେ ଆୟୋଜନ ହେଉଥିବା ଇକୋ-ରିଟ୍ରିଟ୍‌ର ମଜା ସାଧାରଣ ଓଡ଼ିଆ ପର୍ଯ୍ୟଟକଟିଏ ଆପଣାଇ ପାରିବ ତ? ତାସହ ବାହାରୁ ଆସୁଥିବା ମଧ୍ୟବିତ୍ତ ଟୁରିଷ୍ଟମାନେ ବି କଣ ଏତେ ଦାମରେ ଇକୋ-ରିଟ୍ରିଟ୍‌ର ମଜା ନେବାକୁ ଇଚ୍ଛା କରିବେ ?

undefined

ECO Retreat

Advertisment

ପୁରୀ: ପୁଣି ଆରମ୍ଭ ହେଲା ଇକୋ ରିଟ୍ରିଟ୍। କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ, ପାତି ସୋନାପୁର ଓ କୋରାପୁଟ ଭଳି ରାଜ୍ୟର ୭ଟି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ଭର୍ଚୁଆଲ୍‌ରେ ଇକୋ ରିଟ୍ରିଟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କୋଣାର୍କରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଛନ୍ତି ଏଥର ପର୍ଯ୍ୟଟକଙ୍କୁ ମନୋରମ ପ୍ରକୃତିର ସମ୍ଭାର ସାଙ୍ଗକୁ ଆତିଥ୍ୟତା ଓ ସୁଆଦିଆ ଖାଦ୍ୟର ଅଭୁଲା ଅନୁଭବ ଦେବାକୁ ହୋଇଛି ଭରପୁର ଉଦ୍ୟମ।

Advertisment

କୋଣାର୍କ-ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ ସନ୍ନିକଟ ଓ ସମୁଦ୍ର ବେଳାଭୂମୀ ସଲଗ୍ନ ଇକୋ-ରିଟ୍ରିଟ୍ ସେଣ୍ଟରରେ ଏଥର ୭୦ଟି ବିଳାସପୂର୍ଣ୍ଣ ଟେଣ୍ଟ କରାଯାଇଛି। ସେମିତି ଅନ୍ୟ ସମସ୍ତ ଇକୋ-ରିଟ୍ରିଟ୍ ସ୍ଥଳମାନଙ୍କରେ ବି ହୋଇଛି ଅତ୍ୟାଧୁନିକ ରହଣୀ ବ୍ୟବସ୍ଥା ଯଦିଓ ଆସନ୍ତା ଫେବ୍ରୁଆରୀ ୨୮ ଯାଏଁ ଏହାର ଅବଧି ରଖାଯାଇଛି, ତେବେ ବୁକିଂକୁ ଦେଖି ହିଁ ନିଷ୍ପତ୍ତି ନିଆଯିବ ବୋଲି କହିଛି ପର୍ଯ୍ୟଟନ ବିଭାଗ।

ତେବେ ଓଡ଼ିଶା ଇକୋ-ରିଟ୍ରିଟ୍‌ର ପ୍ୟାକେଜ୍ ଦର ଶୁଣି କିନ୍ତୁ ଛାନିଆ ସାଧାରଣ ପର୍ଯ୍ୟଟକ। ଅନଲାଇନରେ ବୁକିଂ ପାଇଁ ଧାର୍ଯ୍ୟ ଦର ଅନୁସାରେ-ଗୋଟିଏ ରାତି ପାଇଁ ଗୋଟିଏ ରୁମ୍ ଲାଗି-ଡିଲକ୍ସ କଟେଜ ପିଛା ୧୦ ହଜାର, ପ୍ରିମିୟମ୍ ସ୍ୱିସ୍ କଟେଜ ପାଇଁ ୧୩ ହଜାର, ରୟାଲ ଲଗଜୁରୀ ସୁଇସ୍ କଟେଜ୍ ପାଇଁ ୧୮ ହଜାର ଓ ପ୍ରେସିଡେନସିଆଲ୍ ସୁଟ୍ସ ଲାଗି ୨୫ ହଜାର ଟଙ୍କା ରଖାଯାଇଛି। ତାପୁଣି ଡିସକାଉଣ୍ଟ ରେଟ୍‌ରେ। 

Advertisment

ହେଲେ ଏଠି ପ୍ରଶ୍ନ ଓଡ଼ିଶାର ପ୍ରକୃତି କୋଳରେ ଆୟୋଜନ ହେଉଥିବା ଇକୋ-ରିଟ୍ରିଟ୍‌ର ମଜା ସାଧାରଣ ଓଡ଼ିଆ ପର୍ଯ୍ୟଟକଟିଏ ଆପଣାଇ ପାରିବ ତ? ତାସହ ବାହାରୁ ଆସୁଥିବା ମଧ୍ୟବିତ୍ତ ଟୁରିଷ୍ଟମାନେ ବି କଣ ଏତେ ଦାମରେ ଇକୋ-ରିଟ୍ରିଟ୍‌ର ମଜା ନେବାକୁ ଇଚ୍ଛା କରିବେ ? ପର୍ଯ୍ୟଟକ କହିଲେଣି- ଏମିତି ତ କରୋନା କାଳରେ ଲୋକଙ୍କ ରୋଜଗାର କମିଛି, ତାଭିତରେ ରିଫ୍ରେସମେଣ୍ଟ ପାଇଁ ଏତେ ଦର ଢେର ବାଧିବ। ତେଣେ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ ହୋଟେଲ ମାଲିକମାନେ ବି ଏହା ସପକ୍ଷରେ ମତ ଦେଇଛନ୍ତି।

କୋଭିଡ୍ ମାଡ଼ରେ ଘାଇଲା ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ବଳ ଦେବାକୁ ପୁନଃ ଆରମ୍ଭ ଇକୋ-ରିଟ୍ରିଟ୍, ମହଙ୍ଗା ପ୍ୟାକେଜ୍ରେ ମାଡ଼ ଖାଇଯିବନି ତ?

Advertisment
Puri Konark Eco Retreat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ