ଓଡ଼ିଶାରେ ଭୂକମ୍ପ, ୬ ସେକେଣ୍ଡ ପାଇଁ ଥରିଲା ଏହି ଜିଲ୍ଲା

ଓଡ଼ିଶାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଆଜି ସକାଳ ପ୍ରାୟ ୯ଟା ୪୭ ମିନିଟ୍‌ରେ ପ୍ରାୟ ୫/୬ ସେକେଣ୍ଡ ପାଇଁ ଗଜପତି ଜିଲ୍ଲା  ମୋହନା ଓ ଆର. ଉଦୟଗିରି ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।

ଓଡ଼ିଶାରେ ଭୂକମ୍ପ

ଓଡ଼ିଶାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଗଜପତି ଜିଲ୍ଲା  ମୋହନା ଓ ଆର. ଉଦୟଗିରି ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଆଜି ସକାଳ ପ୍ରାୟ ୯ଟା ୪୭ ମିନିଟ୍‌ରେ ପ୍ରାୟ ୫/୬ ସେକେଣ୍ଡ ପାଇଁ ଭୂମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟରେ ଘର ବାହାରକୁ ଚାଲି ଆସିଥିଲେ।

ଏପରିକି ସ୍କୁଲ୍‌ ଛାତ୍ରଛାତ୍ରୀମାନେ ମଧ୍ୟ କ୍ଲାସ୍‌ରୁ ବାହାରକୁ ଚାଲି ଆସିଥିଲେ। ମୋହନା ସମେତ ଲୁହାଗୁଡି, ଅଡବା, ଚନ୍ଦ୍ରଗିରି, ମହେନ୍ଦ୍ରଗଡ ଓ ଆର ଉଦୟଗିରି ଅଞ୍ଚଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା।

ଅଧିକ ପଢ଼ନ୍ତୁ: ଭୂକମ୍ପ ପୂର୍ବରୁ ଏମାନଙ୍କୁ ଆଗୁଆ ମିଳେ ଆଭାସ, ହେଲେ କାହିଁକି ?

ସୂଚନାଥାଉ କି, ଚଳିତ ବର୍ଷ ଏପ୍ରିଲ ୧୫ରେ ରାଜ୍ୟର ୪ ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା। ସକାଳ ୧୧ଟା ୧୯ରେ  ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଥିଲା। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମଧ୍ୟ ଦିଆଯାଇଥିଲା।

ନୟାଗଡ଼ ଓ ଗଞ୍ଜାମର ମଧ୍ୟବର୍ତ୍ତୀ ଅଞ୍ଚଳ ଭୂକମ୍ପ ର କେନ୍ଦ୍ରସ୍ଥଳ ବୋଲି ସୂଚନା ମିଳିଥିବା ବେଳେ ଭୂକମ୍ପର ଗଭୀରତା ୧୦ କି.ମି. ଥିଲା।