Advertisment

୫ କୋଟି ଟଙ୍କାର ମାନହାନି ମାମଲା ଦାୟର କଲେ ଦୂତି

ଟୋକିଓ ଅଲିମ୍ପିକସ ଚାଲିଥିବା ବେଳେ ଦୂତି ଚାନ୍ଦଙ୍କ ଚରିତ୍ର ଓ ଫଳାଫଳକୁ ନେଇ ୱେବ ଚାନେଲମାନେ ବିଭିନ୍ନ ପ୍ରକାର ଖବର ପ୍ରସାରଣ କରି ତାଙ୍କୁ ମାନସିକ ସ୍ତରରେ ଆଘାତ ଦେଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦୁତି ଚାନ୍ଦ ଅଭିଯୋଗ କରିଛନ୍ତି। ସମ୍ମାନରେ ଆଞ୍ଚ ଆସିଛି, ଖେଳରେ ପ୍ରଭାବିତ ହୋଇଥିବା ସେ କହିଛନ୍ତି।

ଅଦ୍ୟତନ ହୋଇଛି
Dutee Chand

Dutee Chand

Advertisment

ଭୁବନେଶ୍ୱର: ୫ କୋଟି ଟଙ୍କାର ମାନହାନି ମାମଲା ଦାୟର କଲେ ଦୂତି। ଚରିତ୍ର ଓ ଫଳାଫଳକୁ ନେଇ ୱେବ ଚାନେଲର ଏଡିଟର ଓ RTI କର୍ମୀଙ୍କ ନାଁରେ ମାମଲା ଦାୟର କଲେ ଆନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦ। କେବଳ ସେତିକି ନୁହେଁ, ଅଲିମ୍ପିଆନ ଦୂତି ଚାନ୍ଦଙ୍କ ସଂପର୍କରେ ନକାରାତ୍ମକ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣି ଏକ ୱେବ ଚାନେଲର ଏଡିଟର ସୁଧାଂଶୁ ଶେଖର ରାଉତ, RTI କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୁଦ୍ଧରେ ମହିଳା ଥାନାରେ ମାମଲା ଦାୟର କରିଛନ୍ତି। ଏଥି ସହିତ ସିନିୟର ସିଭିଲ ଜଜ ଭୁବନେଶ୍ୱରଙ୍କ ଠାରେ ୫ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି ଦୁତି ଚାନ୍ଦ।

Advertisment

ଟୋକିଓ ଅଲିମ୍ପିକସ ଚାଲିଥିବା ବେଳେ ଦୂତି ଚାନ୍ଦଙ୍କ ଚରିତ୍ର ଓ ଫଳାଫଳକୁ ନେଇ ୱେବ ଚାନେଲମାନେ ବିଭିନ୍ନ ପ୍ରକାର ଖବର ପ୍ରସାରଣ କରି ତାଙ୍କୁ ମାନସିକ ସ୍ତରରେ ଆଘାତ ଦେଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦୁତି ଚାନ୍ଦ ଅଭିଯୋଗ କରିଛନ୍ତି। ସମ୍ମାନରେ ଆଞ୍ଚ ଆସିଛି, ଖେଳରେ ପ୍ରଭାବିତ ହୋଇଛି କହିବା ସହ ବିଭନ୍ନ ବ୍ରାଣ୍ଡର ବିଜ୍ଞାପନ ଆସିବାର ଥିଲା ତାହା କ୍ୟାନ୍ସସଲ ହୋଇଛି ବୋଲି ଦୂତି କହିଛନ୍ତି। ଏନେଇ ଦୁତି ଆଇନର ଆଶ୍ରୟ ନେଇଛନ୍ତି। 

ସୁଧାଂଶୁ କହିଛନ୍ତି-“ସେ ୫ କୋଟି ଟଙ୍କା ମୋ ଠାରୁ କେବେ ଆଦାୟ କରିବେ, ତାହା ସମୟ କହିବ। ଦୂତି ଅଲମ୍ପିକ୍ସରେ ହାରିବା ପରେ ତାଙ୍କ ଭଉଣୀ ପ୍ରତିକ୍ରିୟା ଦେଇଥିଲେ। ତାକୁ ନେଇ ଆମେ ଖବର ପ୍ରସାରଣ କରିଥିଲୁ। ଆଉ ଦାୟୀତ୍ୱବାଦ ୱେବ ହିସାବରେ ତାଙ୍କ ପ୍ରତିକ୍ରିୟା ଚାହିଁଥିଲୁ। କିନ୍ତୁ ପ୍ରତିକ୍ରିୟା ବଦଳରେ ଏକ ଲକ୍ଷ ଟଙ୍କା ଚାନ୍ଦା ମାଗିବାର ସାଙ୍ଘାତି ଅଭିଯୋଗ ଲଗାଇଲେ।”

Advertisment

ସେପଟେ ପ୍ରଦୀପ ପ୍ରଧାନ କହିଛନ୍ତି-“ଦୂତି ଚାନ୍ଦ ଯେଉଁ ଅଭିଯୋଗ କରିଛନ୍ତି, ବାସ୍ତବରେ ସେଭଳି କିଛି ମାନହାନି ସୂଚକ ମନ୍ତବ୍ୟ ମୁଁ କେବେ ଦେଇନାହିଁ। ତାଙ୍କ ସମ୍ପର୍କରେ ମୁଁ ବିଶେଷ କିଛି ଜାଣିନାହିଁ। ଅଲମ୍ପିକ୍ସିରେ ତାଙ୍କର ଭଲ ପ୍ରଦର୍ଶନ ହୋଇନଥିବାରୁ ସୋଶାଲ୍‌ ମିଡିଆ ସେତେବେଳେ ଆଲୋଚନା କରିଥିଲେ। ବହୁ ଲୋକ ବହୁ କମେଣ୍ଟ ଦେଇଥିଲେ, ମୁଁ ମଧ୍ୟ ଦେଇଥିଲି।”

Odisha News Dutee Chand Defamation Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ