Advertisment

୪ ଫୁଟର ମୂର୍ତ୍ତିରେ କେମିତି ଲାଗିବ ମାଆଙ୍କ ଆଭୂଷଣ?

କେବଳ କଟକ ନୁହେଁ ଭୁବନେଶ୍ୱରରେ ବି ସେଇ ସମାନ ସ୍ଥିତି। ସେହିପରି ପାର୍ବଣ କଟକଣା ପାଇଁ ଯାକଜମକ ନଥିବାରୁ ଡେକୋରେସନକୁ ନେଇ ତୋରଣ, ଆଲୋକୀକରଣ, ସାଉଣ୍ଡ ଏପରିକି ଚାନ୍ଦି, ତାରକସି ଗହଣା କାରିଗରଙ୍କ ସହ ବ୍ୟବସାୟୀ ବି ଚିନ୍ତାରେ କଟକଣା।

ମାଆଙ୍କ ଆଭୂଷଣ ଚିନ୍ତା

ମାଆଙ୍କ ଆଭୂଷଣ ଚିନ୍ତା

Advertisment

କଟକ: ପାଖେଇ ଆସୁଛି ଦୁର୍ଗାପୂଜା। ହେଲେ ପାର୍ବଣ କଟକଣା ପାଇଁ ଗତଥର ଭଳି ଏଥର ବି ପୂଜାକୁ ନେଇ ଟୁଇନସିଟିରେ ସେମିତି ଆଗ୍ରହ ନାହିଁ। ବିଶେଷକରି ୪ ଫୁଟ ଭିତରେ ମୂର୍ତ୍ତି ନିର୍ମାଣ ପାଇଁ ନିର୍ଦ୍ଦେଶ ଥିବାରୁ ମାଆଙ୍କ ସାଜସଜା ଓ ଆଭୂଷଣକୁ ନେଇ ଚିନ୍ତାରେ ପୂଜା କମିଟି। ସେହିପରି ଲାଇଟ୍, ଡେକୋରେସନ୍, ବ୍ୟାଣ୍ଡପାର୍ଟିଠୁ ନେଇ ଦୁର୍ଗା ପୂଜା ସହ ସଂପୃକ୍ତ ବହୁ କାରିଗର ଓ ବ୍ୟବସାୟୀ ରୋଜଗାର ହରାଉଥିବାରୁ ସେମାନଙ୍କ ମନରେ ବି ପୂଜାକୁ ନେଇ ସରାଗ ନାହିଁ। ଏସବୁ ଭିତରେ ବିଧିରକ୍ଷା ପାଇଁ ପୂଜା ଲାଗି ପୂଜା ମଣ୍ଡପ ଗୁଡ଼ିକରେ ମାଙ୍କ ମୃଣ୍ମୟ ମୂର୍ତ୍ତିର ଏକ ମାଟିଆ କାମ ସରିଗଲାଣି।

Advertisment

ଆଉ ଦିନ କେଇଟା ପରେ ଦୁର୍ଗତି ନାଶିନୀଙ୍କ ପୂଜା। ପୂଜା ମଣ୍ଡପରେ ମାଆଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ଜୋରସୋରରେ ତ ଚାଲିଛି, ହେଲେ ପୂଜାକୁ ନେଇ ସାଧାରଣ ଲୋକଙ୍କଠୁ ନେଇ ପୂଜା କମିଟି କାହାରି ସେତେଟା ଆଗ୍ରହ ନାହିଁ ତାର କାରଣ ପାର୍ବଣ କଟକଣା, ଆଉ ୪ ଫୁଟ ଭିତରେ ମୂର୍ତ୍ତି ନିର୍ମାଣ ସରକାରଙ୍କ ନିଷ୍ପତ୍ତି ମୁତାବକ ୪ ଫୁଟ ଭିତରେ ମାଆଙ୍କ ମୃଣ୍ମୟ ମୂର୍ତ୍ତି ତ ଗଢ଼ା ଚାଲିଛି।

ହେଲେ ସାଜସଜା କେମିତି ହେବ, ମାଆଙ୍କ ବେଶଭୂଷା, ଆଭୂଷଣ କିପରି ହେବ? ପୂଜାକମିଟିକୁ ସେଇ ଚିନ୍ତା ଘାରୁଛି। କାରଣ କଟକର ପୂଜାମଣ୍ଡପ ଗୁ଼ଡ଼ିକରେ ବର୍ଷ ବର୍ଷ ଧରି ଯେଉଁଠି ଚାନ୍ଦିମେଢ଼ ହୁଏ, ସୂନା ରୂପାରେ ଝଟକନ୍ତି ମାଆ, ଏଥର ମୂର୍ତ୍ତି ଉଚ୍ଚତା କମିଥିବାରୁ ସେ ସବୁ କିଛି ବି ବ୍ୟବହାରରେ ଲାଗି ପାରିବନି।

Advertisment

କେବଳ କଟକ ନୁହେଁ ଭୁବନେଶ୍ୱରରେ ବି ସେଇ ସମାନ ସ୍ଥିତି। ସେହିପରି ପାର୍ବଣ କଟକଣା ପାଇଁ ଯାକଜମକ ନଥିବାରୁ ଡେକୋରେସନକୁ ନେଇ ତୋରଣ, ଆଲୋକୀକରଣ, ସାଉଣ୍ଡ ଏପରିକି ଚାନ୍ଦି, ତାରକସି ଗହଣା କାରିଗରଙ୍କ ସହ ବ୍ୟବସାୟୀ ବି ଚିନ୍ତାରେ କଟକଣା। ଏଥର ସମସ୍ତଙ୍କ ହାତ ବାନ୍ଧି ଦେଇଛି। ତେଣୁ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଦାବିରେ ହାଇକୋର୍ଟରେ ୟା ଭିତରେ ଏକ ଜନସ୍ୱାର୍ଥ ମାମଲା ବି ରୁଜୁ ହୋଇଛି।

Cuttack Covid Guidelines Durga Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ