Advertisment

ଭାରି ପଡ଼ିଲା ଦାରିଦ୍ର୍ୟର ଦାଉ; ନାତୁଣୀକୁ ସରକାରଙ୍କ ହାତରେ ଟେକିଦେଲେ ଜେଜେ ବାପା...

ଭାରି ପଡ଼ିଲା ଦାରିଦ୍ର୍ୟର ଦାଉ  । ବାପ ଛେଉଣ୍ଡ ନାତୁଣୀକୁ ସରକାରଙ୍କ ହାତରେ ଟେକିଦେଲେ ଜେଜେ ବାପା, ଜେଜେ ମା’ ।

ଅଦ୍ୟତନ ହୋଇଛି
undefined

ଭାରି ପଡ଼ିଲା ଦାରିଦ୍ର୍ୟର ଦାଉ

Advertisment

କୁହାଯାଏ, ଜେଜେବାପା-ଜେଜେମାଆ ନିଜ ପୁଅଝିଅଠୁ ବି ନାତିନାତୁଣୀଙ୍କୁ ବେଶି ଭଲପାଆନ୍ତି । ସେମାନେ ସାଜନ୍ତି ଜୀବନ ସାୟାହ୍ନର ସାହାରା । ଏହି ମମତା ବେଳେବେଳେ ଏମିତି ମୋଡ଼ ନିଏ ଯେ, ସେଠୁ ଜନ୍ମନିଏ କିଛି ବିରଳ କାହାଣୀ । ଯେମିତି ବରଗଡ଼ ଝାରବନ୍ଧର ଘଟଣା । ବାପ ଛେଉଣ୍ଡ ନାତୁଣୀକୁ ଅଭାବ ଅନଟନ ଓ ଅନ୍ଧାରୀ ଭବିଷ୍ୟତରୁ ମୁକ୍ତି ଦେବା ପାଇଁ, ବର୍ଷ ବର୍ଷର ସଂପର୍କକୁ ନିଜ ହାତରେ ତୁଟାଇ ଦେଇଛନ୍ତି ବୃଦ୍ଧ ଦଂପତି । ଅନାବିଳ ମୋହକୁ ଲୁହରେ ଭସାଇ ଦେଇ, କୁନି ଝିଅକୁ ଟେକି ଦେଇଛନ୍ତି ସରକାରଙ୍କ ହାତରେ ।

Advertisment

ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଶାଖାଡୁଙ୍ଗୁରୀର ଯେଉଁ ଘରେ କାଲି ଯାଏଁ ନାତୁଣୀକୁ ନେଇ ରହୁଥିଲେ ୭୫ ବର୍ଷୀୟ ମୁକୁନ୍ଦ ବନଛୋର ଓ ତାଙ୍କର ୭୩ ବର୍ଷୀୟା ରୋଗୀଣା ପତ୍ନୀ। ଝିଅଟି ୧୦ ମାସର ହୋଇଥିଲା, ୨୦୧୬ରେ ବାପା ଆରପାରିକୁ ଚାଲିଗଲା, ମାନସିକ ଭାରସାମ୍ୟ ହରାଇ କୁଆଡ଼େ ପଳାଇଲା ମାଆ। ସେବେଠୁ ନାତୁଣୀ ପାଇଁ ଜେଜେବାପା ଜେଜେମାଆ ବନିଯାଇଥିଲେ ସବୁକିଛି । ଆଉ ବୁଢ଼ାବୁଢ଼ୀ ଦିହିଁଙ୍କ ପାଇଁ ବି, ସେ ବନିଥିଲା ଶେଷ ସାହାରା । ଗୋଟିଏ ପଟେ ରକ୍ତ ସଂପର୍କର ମୋହ, ଆରପଟେ ଗରିବୀ ଓ ବାର୍ଦ୍ଧକ୍ୟ। ଭତ୍ତା ଓ ଚାଉଳ ଗଣ୍ଡାକରେ ଚଳୁଥିବା ମୁକୁନ୍ଦଙ୍କୁ, ସବୁବେଳେ ଖାଇ ଗୋଡ଼ାଉଥିଲା ୯ ବର୍ଷୀୟା ନାତୁଣୀର ଭବିଷ୍ୟତ ଚିନ୍ତା। ଶେଷରେ ବହୁ ଭାବିଚିନ୍ତି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ ସେ।

ଇଚ୍ଛା ନଥିଲେ ବି, ନିଜ ନୟନ ପିତୁଳା, ପରିବାରର ଶେଷ ସନ୍ତକକୁ ଟେକିଦେଲେ ସରକାରଙ୍କ ହାତରେ। ଗତକାଲି ଜିଲ୍ଲା ଶିଶୁ ସୁରକ୍ଷା ସମିତିକୁ ଯାଇ ନିଜ ଅନୁରୋଧ ଜଣାଇବା ପରେ, ସିଡବ୍ଲୁସି ଅଧିକାରୀ ବି ତାଜୁବ ହୋଇଯାଇଥିଲେ । ତେବେ ଝିଅଟିର ଉଜ୍ଜ୍ବଳ ଭବିଷ୍ୟତକୁ ଦୃଷ୍ଟିରେ ରଖି, ତାକୁ ଗାଇସିଲେଟ ବ୍ଲକର ଏକ ବାଳାଶ୍ରମକୁ ପଠାଯାଇଥିବା ସୂଚନା ମିଳିଛି । ସେଠାରେ ୨ ମାସ ରହିବା ପରେ, ପରିବାର ଲୋକେ ଆଉ ଝିଅକୁ ଫେରାଇ ନନେଲେ, ସେ ନୂଆ ବାପାମାଆ କୋଳରେ ନୂଆ ଜୀବନ ଗଢ଼ିବ।

Advertisment

ଭୋକ ବିକଳରେ କିଏ ନିଜ ଜନ୍ମକଲା ଛୁଆର ସଉଦା କରିଛି, ତ ଆଉ କିଏ ଶ୍ରମର ଅନ୍ଧାରୀ ଗଳିକୁ ଠେଲି ଦେଇଛି ତା ଶୈଶବ। ହେଲେ ଅସହାୟ ଜେଜେବାପା-ଜେଜେମାଆ ନିଜ କଥା ଖାତିର ନକରି, ନାତୁଣୀର ଭବିଷ୍ୟତ ପାଇଁ ଏଭଳି ନିଷ୍ପତ୍ତି ନେବା ନିଶ୍ଚିତ ରୂପେ ଏକ ବିରଳ ଘଟଣା ।

 ବରଗଡ଼ରୁ ଧର୍ମଦତ୍ତ ପାଢ଼ୀଙ୍କ ରିପୋର୍ଟ, ଓଟିଭି 

District Administration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ